Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଏହି ଏସୀୟ ଦେଶ ପାଶ୍ଚ୍ୟାତ ଦେଶକୁ ଦେଲା ବଡ ଝଟ୍‌କା, ଜବତ କଲା ଗ୍ରୀସ୍‌ର ୨ଟି ତେଲ ଟ୍ୟାଙ୍କର

28/05/2022 at 11:51 AM

ନୂଆଦିଲ୍ଲୀ ୨୮।୫: ଇରାନ୍ ଏବଂ ପାଶ୍ଚ୍ୟାତ ଦେଶ ମଧ୍ୟରେ ପୁଣି ଥରେ ମତଦେଭ ଦେଖାଦେଇଛି । ଆମେରିକା ପ୍ରତିବନ୍ଧକ ଉଲଂଘନ ଅଭିଯୋଗରେ ଗ୍ରୀସ୍ ସହଯୋଗରେ ଇରାନ୍‌ର ତେଲ ଟ୍ୟାଙ୍କର ଜବତ କରିଥିଲା । ଏହାର ଜବାବ ଦେଇ ଇରାନ୍ ମଧ୍ୟ ଗ୍ରୀସ୍‌ର ୨ଟି ଟ୍ୟାଙ୍କର ଜବତ କରିଛି । ଏହାସହ ଚେତାବନୀ ଜାରି କରିଛି ଯେ, ଯଦି ତାକୁ ସମସ୍ୟାରେ ପକାଯିବ ତେବେ ସେ ଉଚିତ ଜବାବ ଦେବାକୁ ପଛଘୁଞ୍ଚା ଦେବନାହିଁ ।

ଇରାନ୍ ରେଭ୍ୟୁଲେସନାରୀ ଗାର୍ଡ ଶୁକ୍ରବାର ଦିନ ଘୋଷଣା କରିଛି ଯେ, ଫାରସ ଉପସାଗର ଦେଇ ଯାଉଥିବା ଗ୍ରୀସ୍‌ର ୨ଟି ତେଲ ଟ୍ୟାଙ୍କରକୁ ଜବତ କରାଯାଇଛି । ଏହି ସମୟରେ ଟ୍ୟାଙ୍କରରେ ଗ୍ରୀସ୍‌ର ପତାକା ଲଗାଯାଇଥିଲା । ଏହା ପୂର୍ବରୁ ଆମେରିକା ଗ୍ରୀସ୍‌ର ସହଯୋଗରେ ଭୂମଧ୍ୟ ସାଗରକୁ ଜବତ କରିଦେଇଛି । ଆମେରିକା ଅଭିଯୋଗ ଆଣିଛି ଯେ, ଇରାନ୍ ତାଉପରେ ଲାଗିଥିବା ଆନ୍ତର୍ଜାତୀୟ ପ୍ରତିବନ୍ଧକକୁ ଉଲଂଘନ କରିଛି । ଯାହାର ଜବାବରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଇରାନର ଜଣାଶୁଣା ରେଭ୍ୟୁଲୁସନାରୀ ଗାର୍ଡ ଏଭଳି ଘୋଷଣା ଏମିତି ସମୟରେ କରିଛି ଯେତେବେଳେ ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଇରାନ ଏବଂ ପାଶ୍ଚାତ୍ୟ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ଗାର୍ଡ ନିଜ ଓ୍ବେବସାଇଟ୍‌ରେ ଏକ ବିବୃତ୍ତି ଜାରି କରି ଅଜଣା ଟ୍ୟାଙ୍କରଗୁଡିକୁ ଇରାନ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗର ଲଗାଇଛି କିନ୍ତୁ ଏ ନେଇ ସବିଶେଷ ତଥ୍ୟ ଦେଇନାହିଁ ।

ଅନ୍ୟପଟେ ଗ୍ରୀସର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଫାରସ ଉପସାଗରରେ ତାଙ୍କର ଦୁଇଟି ଜାହାଜକୁ ଇରାନ୍ ହିଂସା ପରାୟଣ ହୋଇ ନିଜ କବଜାକୁ ନେଇଛି । ଏହା ଉପରେ ଏଥେନ୍ସରେ ଥିବା ଇରାନର ରାଷ୍ଟ୍ରଦୂତଙ୍କ ସାମ୍ନାରେ ଦୃଢ ଅଭିଯୋଗ ଉଠାଯାଇଛି । ଏହାସହ ତେଲ ଟ୍ୟାଙ୍କର ନଛାଡିଲେ ଇରାନ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି । ଦୁଇ ଦେଶ ମଧ୍ୟରେ ରହିଥିବା ତିକ୍ତତା ଆହିରି ଗମ୍ଭୀର ରୂପ ନେଇପାରେ ଯେଉଁଥିରେ ଅନ୍ୟ ପାଶ୍ଚାତ୍ୟ ଦେଶ ଏଣ୍ଟ୍ରି କରିପାରନ୍ତି ।

   Related Posts