ଋଷ୍‌ର ସହାୟତାରେ ମହାକାଶରେ ଇମେଜିଂ ସାଟେଲାଇଟ୍‌ ଲଞ୍ଚ୍‌ କଲା ଇରାନ

Published By : Prameya-News7 Bureau | March 01, 2024 IST

ନୂଆଦିଲ୍ଲୀ: ଗୋଟିଏ ପଟେ ଆମେରିକାର ଇରାନ୍‌ ଓ ଋଷ୍‌ କୁଟନୈତିକ ତିକ୍ତତା ବଢୁଛି। ଅପରପଟେ ଇରାନ ସହ ସମ୍ପର୍କ ବଢ଼ାଉଛି ଋଷ୍। ରୁଷ ଦ୍ୱାରା ମହାକାଶକୁ ଏକ ଇରାନର ଇମେଜିଂ ଉପଗ୍ରହ ଉତକ୍ଷେପଣ କରାଯାଇଛି। ଉତକ୍ଷେପଣ ହୋଇଥିବା ସାଟେଲାଇଟ୍‌ର ନାମ ହେଉଛି ପାର୍ସ-1। ଋଷର ଗଣମାଧ୍ୟମ ଅନୁଯାୟୀ, ଏହି ସାଟେଲାଇଟ୍‌ ପୃଥିବୀଠାରୁ ୫୦୦ କିଲୋମିଟର ଉଚ୍ଚରେ ଥିବା କକ୍ଷପଥରୁ ହାଇକ୍ୱାଲିଟି ଫଟୋ ପଠାଇବାର କ୍ଷମତା ରଖିଛି। ରକେଟ୍ ମାଧ୍ୟମରେ ଋଷର ପାଣିପାଗ ସାଟେଲାଇଟ୍‌ ଏବଂ ୧୭ଟି ଛୋଟ ସାଟେଲାଇଟ୍‌ ମଧ୍ୟ ପଠାଯାଇଛି।

ଟାସ୍ ନ୍ୟୁଜ୍ ଏଜେନ୍ସି  ଅନୁଯାୟୀ ଋଷର ସ୍ପେସ୍ ଏଜେନ୍ସି ରସକୋମୋସ୍ କୁ ଉଦ୍ଧୃତ କରି କହିଛି ଯେ ମସ୍କୋ ସମୟ ସକାଳ ୮.୪୩ରେ ଭୋଷ୍ଟୋନି ସ୍ପେସ୍ ସେଣ୍ଟରରୁ ୧୩୪ କେଜି ସୋୟୁଜ୍ କ୍ୟାରିଅର୍ ମିସାଇଲ ଉତକ୍ଷେପଣ କରାଯାଇଛି।

ଇରାନର ଗଣମାଧ୍ୟମ IRNA ରକେଟ୍ ଉତକ୍ଷେପଣ ପରେ କହିଛି ଯେ ଇରାନର ଉପଗ୍ରହ ପାର୍ସ-1କୁ ପୃଥିବୀ ପୃଷ୍ଠରୁ ୭୦୦ କିଲୋମିଟର ଉଚ୍ଚରେ ଏକ କକ୍ଷପଥରେ ରଖାଯାଇଛି। ଇରାନ ଗଣମାଧ୍ୟମ ଅନୁଯାୟୀ, ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଶାସନ ସମୟରେ ଏହା ହେଉଛି ଦ୍ୱାଦଶ ସାଟେଲାଇଟ୍‌। ଏହାପୂର୍ବରୁ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଇସା ବୁଧବାର କହିଛନ୍ତି ଯେ ରୁଷରୁ ପାର୍ସ ସାଟେଲାଇଟ୍‌ର ଉତକ୍ଷେପଣ ମହାକାଶର ବିକାଶ ଏବଂ ବିଭିନ୍ନ ଦେଶ ସହ ଆନ୍ତର୍ଜାତୀୟ ପାରସ୍ପରିକ ସମ୍ପର୍କର ଅନୁରୂପ ଅଟେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.