ନ୍ୟୁଜ୍ ଆଙ୍କର୍ ଆଗରେ ଏମିତି ସର୍ତ୍ତ ରଖିଲେ ଇରାନ ରାଷ୍ଟ୍ରପତି, ରାଜି ହେଲେନି ବୋଲି ସାକ୍ଷାତକାରକୁ ଆସିଲେନି

Published By : Prameya-News7 Bureau | September 23, 2022 IST

ନୂଆଦିଲ୍ଲୀ ୨୩/୦୯: ଇରାନରେ ହିଜାବ ବିରୋଧରେ ପ୍ରଦର୍ଶନ ଜୋରଦାର ହେଉଛି । ହିଂସାରେ ୩୧ ଜଣଙ୍କ ଜୀବନ ଗଲାଣି । ବିକ୍ଷୋଭରେ ଉଭୟ ମହିଳା ଏବଂ ପୁରୁଷ ସାମିଲ ହୋଇଛନ୍ତି ।

wp:html /wp:html

ଏପଟେ ଇରାନ ରାଷ୍ଟ୍ରପତି ଇଣ୍ଟରଭ୍ୟୁ ଦେବା ଲାଗି ଆଙ୍କରଙ୍କୁ ହିଜାବ ପିନ୍ଧିବା ଲାଗି ସର୍ତ୍ତ ରଖି ଚର୍ଚ୍ଚାକୁ ଆସିଛନ୍ତି । ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସୀ ଏବେ ମିଳିତ ଜାତିସଂଘ ବୈଠକରେ ଯୋଗ ଦେବା ପାଇଁ ନ୍ୟୁୟର୍କରେ ଅଛନ୍ତି । ଏହି ସମୟରେ ଅନ୍ତର୍ଜାତୀୟ ନ୍ୟୁଜ୍ ଚାନେଲ୍ CNN ର ଆଙ୍କର କ୍ରିଷ୍ଟିନ୍ ଆମୋନପୋରଙ୍କ ସହ ତାଙ୍କର ନିର୍ଦ୍ଧାରିତ ଥିବା ଇଣ୍ଟରଭ୍ୟୁ ହୋଇ ପାରିନାହିଁ ।

କାରଣ ଇବ୍ରାହିମ ରଇସୀ ସର୍ତ୍ତ ରଖିଥିଲେ ଯେ ଆଙ୍କର ହିଜାବ ପିନ୍ଧି ଆସନ୍ତୁ । ଯେଉଁ ସର୍ତ୍ତକୁ କ୍ରିଷ୍ଟିନ୍ ଆମୋନପୋର ମନା କରି ଦେଇଛନ୍ତି । କ୍ରିଷ୍ଟିନ୍ ଆମୋନପୋର କହିଛନ୍ତି, ଇରାନ୍ ରେ ଏହି ନିୟମ ଥାଇପାରେ କିନ୍ତୁ ଆମେରିକାରେ ଏଭଳି କୌଣସି ନିୟମ ନାହିଁ । ଏହାପରେ ଖାଲି ଚଉକି ସହ କ୍ରିଷ୍ଟିନ୍ ଆମୋନପୋର ଏକ ଫଟୋ ଟୁଇଟ୍ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.