ଇରାନ ପ୍ରଦର୍ଶନକାରୀଙ୍କୁ ଫାଶୀ ଦଣ୍ଡ ମାମଲା, ୟୁରୋପୀୟ ସଂଘ କଠୋର ଜବାବ ଦେବ କହିଲେ ଜର୍ମାନୀ ମନ୍ତ୍ରୀ

Published By : Prameya-News7 Bureau | December 11, 2022 IST

ନୂଆଦିଲ୍ଲୀ: ଇରାନରେ ସରକାର ବିରୋଧୀ ପ୍ରଦର୍ଶନ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଜଣେ ପ୍ରଦର୍ଶନକାରୀଙ୍କୁ ଫାଶୀ ଦଣ୍ଡ ଦିଆଯାଇଛି । ଇରାନ ସରକାରଙ୍କ ଏହି ପଦକ୍ଷେପ ଉପରେ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡିକ କଡା ଆପତ୍ତି ଉଠାଇଛନ୍ତି । ସରକାରୀ ସମାଚାର ଏଜେନ୍ସି ଆଇଏରଏନଏ ଗୁରୁବାର ଫାଶୀ ବାବଦରେ ସୂଚନା ଦେଇଛି । ମୋହସେନ ସେକରୀ ନାମକ ଏହି ବ୍ୟକ୍ତିକୁ ସେପ୍ଟେମ୍ୱର ୨୫ରେ ଗିରଫ କରାଯାଇଥିଲା । ସେକରୀଙ୍କ ଉପରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବା ଏବଂ ଆତଙ୍କ ସୃଷ୍ଟି କରିବାର ଅଭିଯୋଗ ରହିଛି ।

ଇରାନର ରାଜଧାନୀ ତେହରାନରେ ରିଭଲ୍ୟୁସନାରୀ କୋର୍ଟ ଇସଲାମିକ ଆଇନ ଅନୁସାରେ ସେକରୀଙ୍କ ଉପରେ 'ଖୁଦାଙ୍କ ବିରୋଧରେ ଯୁଦ୍ଧ କରିବା' ଅଭିଯୋଗ ଆଣିଥିଲେ । ଦେଶର ସର୍ବୋଚ୍ଚ ଅଦାଲତ ଦଣ୍ଡ ବିରୋଧରେ କରାଯାଇଥିବା ଅବେଦନକୁ ଖାରଜ କରିଥିଲେ । ସମାଚାର ଏଜେନ୍ସି ମୀଜାନ ଅନୁସାରେ ସେକରୀଙ୍କୁ ନଭେମ୍ୱର ୨୦ରେ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା।

ଇରାନର ଏହି ପଦକ୍ଷେପକୁ ପାଶ୍ଚାତ୍ୟ ରାଷ୍ଟ୍ର କଡ଼ା ନିନ୍ଦା କରିଛନ୍ତି । ଜର୍ମାନୀର ବିଦେଶୀ ମନ୍ତ୍ରୀ ଓନାଲେନା ବେୟରୱାଫ କହିଛନ୍ତି ଯେ ୟୁରୋପୀୟ ସଂଘ ଏହାର କଠୋର ଜବାବ ଦେବ । ଡବଲିନରେ ବିଦେଶ ମନ୍ତ୍ରୀ କହିଛନ୍ତି ଯେ ଏହା ସତ ଯେ ଇରାନ ସରକାର ଏହିପରି ସଂକ୍ଷିପ୍ତ ଶୁଣାଣିରେ ଏକ କ୍ରୁର ଉଦାହରଣ ସୃଷ୍ଟି କରୁଛି । ଏବଂ ମୃତ୍ୟୁ ଦଣ୍ଡ ଏହି ଶାସନରେ ମାନବତାର ଅବମାନନା ଅଟେ ।     

ଉଲ୍ଲେଖଯୋଗ୍ୟେ ଯେ ଗତ ସେପ୍ଟେମ୍ୱରରୁ ଇରାନରେ ହିଜାବ ବିରୋଧୀ ପ୍ରଦର୍ଶନ ଜାରି ରହିଛି । ଇରାନର ବିଭିନ୍ନ ପ୍ରାନ୍ତରେ ପ୍ରଦର୍ଶନ ଜାରି ରହିଛି । ସୁରକ୍ଷାକର୍ମୀ ରାସ୍ତାରେ ଲୋକଙ୍କ ଭିଡ ଜିମିବାକୁ ଦେଉ ନାହାନ୍ତି । ଦାବି ଅନୁସାରେ ବର୍ତ୍ତମାନ ସୁଦ୍ଧା ଅତି କମରେ ୪୭୦ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.