ଟ୍ରମ୍ପକୁ ହତ୍ୟା ଧମକ ଦେଲା ଇରାନ, ବିପଦଜ୍ଜନକ କ୍ଷେପଣାସ୍ତ୍ରର କଲା ପରୀକ୍ଷଣ…
25/02/2023 at 12:19 PM

ନୂଆଦିଲ୍ଲୀ ୨୫।୦୨ : ବିପଜ୍ଜନକ କ୍ରୁଜ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି ଇରାନ । ଏହି କ୍ଷେପଣାସ୍ତ୍ର ୧୬୫୦ କିମି ଦୂର ଯାଏଁ ଶତ୍ରୁକୁ ଟାର୍ଗେଟ୍ କରିପାରିବ । ଏନେଇ ସୂଚନା ଦେଇଛନ୍ତି ଇରାନର ବରିଷ୍ଠ କମାଣ୍ଡର୍ ଅମିରାଲି ହାଜିଜାଦେ ।
ଏହି ସମୟରେ କମାଣ୍ଡର କହିଛନ୍ତି ଯେ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଏହି କ୍ଷେପଣାସ୍ତ୍ର ପ୍ରସ୍ତୁତ ଇରାନ କରିଛି । ଇରାନ ଧମକପୂର୍ଣ୍ଣ ସ୍ୱରରେ କହିଛି ଯେ ଖୁବ୍ ଶୀଘ୍ର ସେମାନେ ନିଜ ସେନାଧ୍ୟକ୍ଷଙ୍କ ହତ୍ୟାର ପ୍ରତିଶୋଧ ନେବେ । ତେବେ ଇରାନର ଧମକ ପରେ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡିକର ବଢିଛି ଚିନ୍ତା । କାରଣ ଋଷ ଓ ୟୁକ୍ରେନ ଯୁଦ୍ଧରେ ଖୋଲାଖୋଲି ଭାବେ ୟୁକ୍ରେନକୁ ସାହାଯ୍ୟ କରୁଛି ଆମେରିକା । ଯଦି ଏହି ଯୁଦ୍ଧରେ ଇରାନ ସାମିଲ ହୁଏ, ତେବେ ୟୁକ୍ରେନର ସ୍ଥିତି ତ ରହିବନି ତା’ ସହ ପଶ୍ଚିମ ରାଷ୍ଟ୍ରମାନଙ୍କ ପ୍ରତି ମଧ୍ୟ ଘୋର ବିପଦ ସୃଷ୍ଟି କରିବ ।
ସୂଚନା ଅନୁଯାୟୀ, କ୍ଷେପଣାସ୍ତ୍ର ନିର୍ମାଣ କରିଥିବା କଥା ଶୁକ୍ରବାର ଦିନ ‘ରିଭୋଲ୍ୟୁସ୍ନାରି ଗାର୍ଡସ୍’ର ଜଣେ ବରିଷ୍ଠ କମାଣ୍ଡର୍ କହିଛନ୍ତି ଯେ, ଯେତେବେଳେ ବାଗଦାଦରେ ଡ୍ରୋନ୍ ଷ୍ଟ୍ରାଇକରେ ଇରାନର ସାମରିକ କମାଣ୍ଡର କାସିମ ସୁଲେମାନିଙ୍କୁ ହତ୍ୟା କରିଥିଲା ଆମେରିକା, ସେତେବେଳେ ଆମେରିକାର ସୈନ୍ୟବାହିନୀ ଉପରେ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରୟୋଗ କରି ଏହାର ପ୍ରତିଶୋଧ ନେଇଥିଲା ଇରାନ । ଇରାନ୍ର ଜଣେ ପଦସ୍ଥ କମାଣ୍ଡର୍ଙ୍କୁ ଆମେରିକା ଯେଭଳି ହତ୍ୟା କରିଛି, ତା’ର ପ୍ରତିଶୋଧ ନିଆଯିବ ବୋଲି ଇରାନ୍ ସବୁବେଳେ କହିଆସୁଛି ।