Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ଆମେରିକାକୁ ଶକ୍ତ ଝଟକା ଦେଲା ଚୀନ, ଦୀର୍ଘ ବର୍ଷ ପରେ ଇରାନ-ସାଉଦି ମଧ୍ୟରେ ଆରମ୍ଭ ହେବ କୂଟନୈତିକ ସମ୍ପର୍କ, ଖୋଲିବେ ଦୂତାବାସ

10/03/2023 at 9:41 PM

ନୂଆଦିଲ୍ଲୀ: ମଧ୍ୟ ପ୍ରାଚ୍ୟର ଦୁଇ ଶକ୍ତି ଇରାନ ଏବଂ ସାଉଦି ଆରବ ମଧ୍ୟରେ ପୁଣି ଥରେ ବନ୍ଧୁତା ଆରମ୍ଭ ହୋଇଛି । ଇରାନୀ ମିଡିଆ ଶୁକ୍ରବାର ଏହି ସୂଚନା ଦେଇଛି । ରିପୋର୍ଟ ଅନୁସାରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦେଶ ପୁଣି ଥରେ କୂଟନୈତିକ ସମ୍ପର୍କ ପ୍ରତିଷ୍ଠା କରିବା ଉପରେ ସହମତ ହୋଇଛନ୍ତି । ଦୁଇ ଦେଶ ମଧ୍ୟରେ ପୁଣି ଥରେ ସମ୍ପର୍କ ସ୍ଥାପନ ନେଇ ଚୀନର ରାଜଧାନୀ ବେଜିଂରେ ହୋଇଥିବା ବୈଠକ ପରେ ସହମତି ପ୍ରକାଶ ପାଇଛି । ଇରାନ ଏବଂ ସାଉଦି ଆରବ ମଧ୍ୟରେ ହୋଇଥିବା ଏହି ବୁଝାମଣା ଚୀନ ପାଇଁ ଏକ ବଡ଼ କୂଟନୈତିକ ବିଜୟ ବୋଲି ଧରାଯାଉଛି ।

ଇରାନୀ ସମାଚାର ଏଜେନ୍ସି ଆଇଆରଏନଏ ଅନୁସାରେ, ବୁଝାମଣାର ପରିମାଣସ୍ୱରୁପ, ଇରାନ ଏବଂ ସାଉଦି ଆରବ ଦୁଇ ମାସ ଭିତରେ କୂଟନୈତିକ ସମ୍ପର୍କ ପୁଣି ଆରମ୍ଭ କରିବେ ଏବଂ ଦୂତାବାସ ଖୋଲିବା ଉପରେ ସହମତ ହୋଇଛନ୍ତି । ଇରାନ ମିଡିଆ ବୈଠକ ସହ ଚୀନରେ ନିଆ ଯାଇଥିବା ଫଟୋ ଏବଂ ସେୟାର କରିଛି । ଏଥିରେ ସାଉଦି ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ମୁସାଦ ବିନ ମହମ୍ମଦ ଅଲ-ଏବନ ଏବଂ ଚୀନର ସବୁଠୁ ବରିଷ୍ଠ କୂଟନୈତିଜ୍ଞ ୱାଙ୍ଗ ସିଙ୍କ ସହ ପରିଷଦର ସଚିବ ଅଲି ଶାମଖାନୀ ମଧ୍ୟ ଉପସ୍ଥିତ ରହିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ସାଉଦି ଆରବ ୨୦୧୬ରେ ଇରାନ ସହ ନିଜ ସମ୍ପର୍କ ଭାଙ୍ଗି ଦେଇଥିଲା । ତେହରାନରେ ସାଉଦି ଦୂତାବାସ ଉପରେ ଆକ୍ରମଣ ପରେ ଏହି ସମ୍ପର୍କ ଭାଙ୍ଗିଥିଲା । ସାଉଦି ଆରବରେ ଜଣେ ଶିଆ ମୁସଲିମ ମୌଲବୀଙ୍କୁ ଫାଶି ଦିଆଯିବା ପରେ ଦୁଇ ଦେଶ ମଧ୍ୟରେ ବିବାଦ ବଢିଥିଲା । ଇରାନ, ମଧ୍ୟ ପ୍ରାଚ୍ୟର ପ୍ରମୁଖ ସିୟା ମୁସଲିମ ଦେଶ । ଅନ୍ୟପଟେ ସାଉଦି ଆରବ ମଧ୍ୟ ପ୍ରାଚ୍ୟର ସବୁଠୁ ବଡ଼ ତୈଳ ରପ୍ତାନୀକାରୀ ସୁନ୍ନି ମୁସଲିମ ଦେଶ ।

ଇରାନ ଏବଂ ସାଉଦି ମଧ୍ୟରେ ବନ୍ଧୁତା ଆମେରିକା ପାଇଁ ଏକ ବଡ଼ ଝଟକା । ଉଲ୍ଲେଖଯୋଗ୍ୟ ଯେ ସାଉଦି ଆରବ ଦୀର୍ଘ ବର୍ଷରୁ ଆମେରିକାର ସହଯୋଗୀ ରହିଛି । ଆରବ ଦେଶ ବଡ଼ ପରିମାଣରେ ଆମେରିକାଠାରୁ ଅସ୍ତ୍ରଶସ୍ତ୍ର କିଣିଥାଏ । ବର୍ତ୍ତମାନ ସମୟରେ ଆମେରିକା ସାଉଦି ଆରବର ସୁରକ୍ଷାକୁ ସୁନିଶ୍ଚିତ କରାଉଛି । କିନ୍ତୁ କିଛି ସମୟ ଧରି ସାଉଦି ଏବଂ ଚୀନ ମଧ୍ୟରେ ସମ୍ପର୍କ ନିବିଡ ହେବାରେ ଲାଗିଛି ।

ଇରାନ ସହ ପୁଣି ଥରେ ସମ୍ପର୍କ ଆରମ୍ଭ କରିବା ନେଇ ସାଉଦିର ନିଷ୍ପତ୍ତିକୁ ନେଇ ଆମେରିତା ଚିନ୍ତିତ । ଦୀର୍ଘ ବର୍ଷରୁ ଇରାନକୁ ଏକା କରିବା ପାଇଁ ଆମେରିକା ଉଦ୍ୟମ କରୁଛି, କିନ୍ତୁ ସାଉଦି ସହ ବନ୍ଧୁତା ଆମେରିକାର ଏହି ଯୋଜନାକୁ ଶକ୍ତ ଝଟକା ଦେବ ।

   Related Posts