ପାଣି ପାଇଁ ମୁହାଁମୁହିଁ ତାଲିବାନ-ଇରାନ, ସୀମାରେ ଉଭୟ ପକ୍ଷରୁ ଚାଲିଲା ଗୁଳି; ମୃତାହତ ନେଇ ସ୍ଥିତି ଅସ୍ପଷ୍ଟ

Published By : Prameya-News7 Bureau | May 29, 2023 IST

ନୂଆଦିଲ୍ଲୀ: ଇରାନ ଏବଂ ଆଫଗାନିସ୍ତାନ ମଧ୍ୟରେ ହେଲମଣ୍ଡ ନଦୀ ପାଣି ଉପରେ ଅଧିକାରକୁ ନେଇ ବିବାଦ ଅଧିକ ହେବାରେ ଲାଗିଛି । ଶନିବାର ତାଲିବାନ ଏବଂ ଇରାନର ସୁରକ୍ଷାକର୍ମୀଙ୍କ ମଧ୍ୟରେ ଫାୟାରିଂ ପରେ ବିବାଦ ଅଧିକ ବଢିଯାଇଛି । ଇରାନର ସରକାରୀ ନ୍ୟୁଜ୍ ଏଜେନ୍ସି ଆଇଆରଏନଏ ଦେଶରେ ସୁରକ୍ଷା ଅଧିକାରୀଙ୍କ ବୟାନକୁ ନେଇ ଏହି ସୂଚନା ଦେଇଛି । ରିପୋର୍ଟ ଅନୁସାରେ ତାଲିବାନ ପକ୍ଷରୁ ଇରାନର ସିସ୍ତାନ, ବଲୁଚିସ୍ତାନ ପ୍ରାନ୍ତ ଏବଂ ଆଫଗାନିସ୍ତାନର ନିମରୋଜ ପ୍ରାନ୍ତର ସୀମାରେ ଶନିବାର ସକାଳୁ ଗୁଳିଚାଳନା ଆରମ୍ଭ ହୋଇଥିଲା । ନ୍ୟୁଜ୍ ଏଜେନ୍ସି ଅନୁସାରେ ଏହି ସଂଘର୍ଷରେ ଅନେକ ଆହତ ହୋଇଛନ୍ତି ଏବଂ ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଛି ।

{"id":794660,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ ହେଲମଣ୍ଡ ନଦୀର ପାଣି ୧୦୦୦ କିଲୋମିଟରରୁ ଅଧିକ ଦୂର ଯାଏ ବ୍ୟାପ୍ତ । ନଦୀର ପ୍ରବାହ ଆଫଗାନିସ୍ତାନରୁ ଇରାନର ଶୁଷ୍କ ପୂର୍ବ ଅଞ୍ଚଳ ଯାଏ ରହିଛି । ଏବେ ତେହରାନ ଏହାକୁ ନେଇ ଚିନ୍ତିତ ହୋଇଛି । କାରଣ କାବୁଲ ପାଣିର ପ୍ରବାହ ଅଟକାଇବା ପାଇଁ ଉଦ୍ୟମ କରୁଛି । କାବୁଲ ଏହି ପାଣିକୁ ବ୍ୟବହାର କରି ବିଜୁଳି ଉତ୍ପାଦନ ଏବଂ ଚାଷ ଜମି ସିଞ୍ଚନରେ ବ୍ୟବହାର କରିବାକୁ ଚାହୁଁଛି । ଅନ୍ୟପଟେ ଇରାନ ଗତ କିଛି ବର୍ଷ ଧରି ପାଣିର ଭୟଙ୍କର ସମସ୍ୟା ସାମନା କରୁଛି । ଇରାନର ପାଣିପାଗ ବିଜ୍ଞାନ ଅନୁସାରେ, ୨୦୨୧ରେ ଦେଶର ପ୍ରାୟ ୯୭ ପ୍ରତିଶତ ଭାଗ ବର୍ଷା ଅଭବାର ସାମନା କରିଥିଲା ।

{"id":794662,"sizeSlug":"full","linkDestination":"none"}

ଅନ୍ୟପଟେ ପାଣି ବିବାଦକୁ ନେଇ ଆଫଗାନିସ୍ତାନ ଗୃହ ମନ୍ତ୍ରଣାଳୟର ମୁଖ୍ୟପାତ୍ର ଅବଦୁଲ ନଫି ତାକୋର ଇରାନ ପ୍ରଥମେ ଗୁଳିମାଡ କରିଥିବା ଅଭିଯୋଗ କରିଛନ୍ତି । ତାକୋର କହିଛନ୍ତି ଯେ ଏହି ସଂଘର୍ଷରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଜଣେ ଆଫଗାନିସ୍ତାନର ଏବଂ ଅନ୍ୟଜଣେ ଇରାନ ଥିଲେ । ଅନ୍ୟପଟେ ଇରାନ ସରକାର କହିଛନ୍ତି ଯେ ସଂଘର୍ଷରେ ଇରାନର କୌଣସି ସୁରକ୍ଷାକର୍ମୀ ଆହତ ହୋଇନାହାନ୍ତି । ତେବେ ଏହାର ବିପରୀତରେ ତେହରାନ ଟାଇମ୍ସ କହିଛି ଯେ ଉଭୟ ପକ୍ଷର ଗୁଳିମାଡରେ ୩ ଇରାନୀ ସୀମା ରକ୍ଷକଙ୍କ ମୃତ୍ୟୁ ହୋଇଛି ।

READ

wp:embed {"url":"https://www.prameyanews7.com/ugandas-president-museveni-approves-tough-new-anti-gay-law/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ugandas-president-museveni-approves-tough-new-anti-gay-law/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.