oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

‘ଆମେରିକା ପଛକୁ ହଟିଲେ ଆମେ ବି ହଟିବୁ’ : ଆଣବିକ ଶକ୍ତି ମାମଲାରେ ରୋକଠୋକ ଶୁଣାଇଲା ଇରାନ

7/01/2022 at 11:48 AM

ନୂଆଦିଲ୍ଲୀ, ୦୭/୦୧: ପାଶ୍ଚାତ୍ୟ ରାଷ୍ଟ୍ର ଗୁଡିକ ଯଦି ଇଚ୍ଛା ପ୍ରକାଶ କରନ୍ତି, ତେବେ ବିଶ୍ବ ଶକ୍ତି ଗୁଡିକ ସହ ଇରାନ ନିଜର ଆଣବିକ ବୁଝାମଣା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଇବ ବୋଲି କହିଛନ୍ତି ଇରାନର ବୈଦେଶିକ ବ୍ୟାପର ମନ୍ତ୍ରୀ । ଗୁରୁବାର ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଇରାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ହୁସେନ ଆମୀର ଅବଡୋଲାହିଆନ କହିଛନ୍ତି, ସମସ୍ତ ବୁଝାମଣା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିପାରିବ ଯଦି ସମସ୍ତ ପ୍ରତିବନ୍ଧକ ହଟାଯିବ ।

ସୂଚନାଯୋଗ୍ୟ ଯେ, ଇରାନ ନିଜର ୨୦୧୫ ପରମାଣୁ ଚୁକ୍ତିକୁ ପୁନଃସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି । ଭିଏନାରେ ଚାଲିଥିବା ଅଷ୍ଟମ ପର୍ଯ୍ୟାୟ ବୁଝାମଣାରେ ଆମେରିକା ସମସ୍ତ ପ୍ରକାର ପ୍ରତିବନ୍ଧକ ହଟାଇବା ନେଇ ପ୍ରତିଶ୍ରୁତି ଦେଇପାରେ ବୋଲି ଆଶା ରଖିଛି ଇରାନ । ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରେ ଆମେରିକା ଏକତରଫା ଭାବେ ଏହି ବୁଝାମଣାରୁ ଓହରି ଯାଇଥିଲା। ବର୍ତ୍ତମାନ ଆମେରିକା ପରୋକ୍ଷ ଭାବେ ଏହି ଆଲୋଚନାରେ ଅଂଶଗ୍ରହଣ କରୁଛି । ତେବେ ଏହାରି ଭିତରେ ଆମେରିକା କଟକଣାରେ କିଛିଟା କୋହଳ କରିବା ପରେ ଇରାନ ୬୦ ପ୍ରତିଶତ ପର୍ଯ୍ୟନ୍ତ ଉନ୍ନତମାନର ୟୁରାନିୟମ ବ୍ୟବହାର କରିପାରୁଛି ।  

ତେବେ ୱାଶିଂଟନ ଉପରେ ପୂର୍ଣ୍ଣ ରୁପେ ବିଶ୍ବାସ ପ୍ରକଟ କରିପାରୁ ନାହିଁ ତେହେରାନ । ଆମେରିକା ସମ୍ପୂର୍ଣ୍ଣ କଟକଣା ଉଠାଇବା ସହ ପୁଣି ଥରେ ବୁଝାମଣାରୁ ଯେପରି ନ ଓହରିବ ତାହା ସୁନିଶ୍ଚତ କରିବାକୁ ଦାବି କରିଛି ତେହେରାନ ।  

   Related Posts