ଭୁଲ ମାନିଲା ଇରାନ, କହିଲା ଯାତ୍ରୀବାହୀ ବୋଇଂ 737କୁ ଖସାଇବା ମାନବୀୟ ତ୍ରୁଟି

Published By : Prameya-News7 Bureau | January 11, 2020 IST

ତେହେରାନ ୧୧।୧:  ଇରାନରୁ ଯାତ୍ରୀ ନେଇ କୈଭ ଅଭିମୁଖେ ଯାଉଥିବା ୟୁକ୍ରେନ ଯାତ୍ରୀବାହୀ ବୋଇଂ ୭୩୭କୁ କ୍ଷପଣାସ୍ତ୍ରରେ ଖସାଯାଇଥିବା ଶନିବାର ଇରାନ ସ୍ୱୀକାର କରିଛି। ଆମେରିକାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ଯାତ୍ରୀ ବିମାନଟି ସାମରିକ ଘାଟିଆଡକୁ ଆସୁଥିବା ଦେଖି ମିଲେଟ୍ରି ଏହି କାଣ୍ଡ କରିଛି। ଏହା ଏକ ମାନବୀୟ ତ୍ରୁଟି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ମୁଖପାତ୍ର ରାଜା ଜାଫର ଜାଦେହ କହିଛନ୍ତି। 

{"id":209981,"width":581,"height":387,"sizeSlug":"large"}

କ୍ଷପଣାସ୍ତ୍ର ଟାର୍ଗେଟ କରାଯିବା ଯୋଗୁ ବିମାନରେ ଯାତ୍ରା କରୁଥିବା ସମସ୍ତ ୧୭୬ ଜଣ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ଅଧିକାଂଶ ଇରାନର ଯାତ୍ରୀ ଥିବାବେଳେ କାନାଡା,ୟୁକେ, ଜର୍ମାନୀ, ଆଫଗାନିସ୍ତାନ, ସ୍ୱିଡେନ ଓ ୟୁକ୍ରେନର ଲୋକେ ମଧ୍ୟ ବିମାନରେ ଥିଲେ।  ଘଟଣା ଲାଗି ମୁଖପାତ୍ର ଶୋକ ବ୍ୟକ୍ତ କରିଛନ୍ତି। ଇରାନ ରାଷ୍ଟ୍ରପତି ହସନ ରୁହାନୀ ଘଟଣାକୁ ଅକ୍ଷମଣୀୟ ଅପରାଧ କହିଛନ୍ତି। ଏହି ମାନବୀୟ ତ୍ରୁଟି ଯୋଗୁ ୧୭୬ ଜଣ ନିର୍ଦ୍ଦୋଷ ଯାତ୍ରୀଙ୍କ ମୃତ୍ୟ ହୋଇଛି। ତେବେ ତଦନ୍ତକାରୀ ଆଗାମୀ କାର୍ଯ୍ୟାନୁଷ୍ଠାନ କରୁଥିବା ନେଇ ରୁହାନୀ ମୃତକଙ୍କ ପରିବାରକୁ ଆଶ୍ୱାସନା ଦେଇଛନ୍ତି।

{"id":209982,"width":575,"height":383,"sizeSlug":"large"}

ଏହି କାଣ୍ଡ ଲାଗି ଦାୟି ଲୋକଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହେବ ବୋଲି ରୁହାନୀ କହିଥିବା ବେଳେ ମୃତକଙ୍କ ଲାଗି ପ୍ରାର୍ଥନା କରିଛନ୍ତି। ତେବେ ଉତ୍ତେଜନାରେ ଏଭଳି ଦୁର୍ଘଟଣା କିଛି ନୂଆ କଥା ନୁହେଁ। ଅତୀତରେ ଭାରତ, ଆମେରିକା, ବ୍ରିଟେନ  ଓ ଋଷ ସେନା ମଧ୍ୟ ଏଭଳି ଗୁରୁତର ତ୍ରୁଟି କରିଥିବାର ନଜିର ରହିଛି। ଗତ ଫେବୃଆରୀ ୨୬ ପାକ୍ ବାୟୁସେନା ବିମାନକୁ ଭାରତ ସୀମାରୁ ତଡିବାକୁ ଉଦ୍ୟମ କରାଯିବା ବେଳେ ନିଜ ଶ୍ରୀନଗର ବାୟୁସେନା ରକେଟ୍ ମାଡରେ ନିଜର ଏମଆଇ-୧୭ ବି-୫ ହେଲିକପ୍ଟର ଧ୍ୱଂସ୍ତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.