ତେହରାନ: ପାଖାପାଖି ୩ ମାସର ତୀବ୍ର ଆନ୍ଦୋଳନ ପରେ ଶେଷରେ ବିକ୍ଷୋଭକାରୀଙ୍କ ପାଖରେ ମୁଣ୍ଡ ନଇଁଲେ ଇରାନ ସରକାର। ଉଚ୍ଛେଦ ହେଲା ମୋରାଲ୍ ପୁଲିସ ପ୍ରଥା। ଆଟର୍ଣ୍ଣି ଜେନେରାଲ ମୁହମ୍ମଦ ଜାଫର ମନ୍ତାଜାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି " ନୈତିକତା ପୁଲିସର ନ୍ୟାୟପାଳିକା ସହିତ କୌଣସି ସମ୍ପର୍କ ନାହିଁ। ଏହି ପ୍ରକ୍ରିୟାକୁ ଏବେ ଭାଙ୍ଗିଦିଆଗଲା।" ଇରାନ ସରକାରଙ୍କର ଏହି ନିଷ୍ପତ୍ତି ବିକ୍ଷୋଭକାରୀଙ୍କର ବଡ଼ ବିଜୟ ବୋଲି କୁହାଯାଉଛି।
ରବିବାର ଇରାନରେ ଏକ ଧାର୍ମିକ ସମ୍ମିଳନୀର ଯୋଗ ଦେଇଥିଲେ ଆଟର୍ଣ୍ଣି ଜେନେରାଲ ମୁହମ୍ମଦ ଜାଫର ମନ୍ତାଜାରୀ। ଏହି ସମୟରେ ତାଙ୍କୁ ମୋରାଲ ପୁଲିସର ଉଚ୍ଛେଦ ନେଇ ପ୍ରଶ୍ନ କରାଯାଇଥିଲା। ପ୍ରଶ୍ନର ଜବାବ ଦେଇ ମୋରାଲ ପୁଲିସ ଭଙ୍ଗ ହୋଇଥିବା ସେ କହିଥିଲେ। ଯାହା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ସୂଚନା ଥାଉକି ୧୯୭୯ ମସିହାରେ ଆମେରିକାକୁ କ୍ଷମତା ଚ୍ୟୁତ କରି ଇରାନରେ ଇସ୍ଲାମିକ ବିପ୍ଳବ ଦେଖାଦେଇଥିଲେ। ଏଥିରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ କଡ଼ା ଡ୍ରେସ୍କୋଡ଼ ନିୟମ ଲାଗୁ କରାଯାଇଥିଲା। ମୋରାଲ ପୁଲିସକୁ ଇରାନରେ ଗସ୍ତ-ଏ-ଇରଶାଦ ବୋଲି କୁହାଯାଏ। ହିଜାବ ସଂସ୍କୃତିକୁ ସୁରକ୍ଷା ଦେବା ପାଇଁ ଚରମପନ୍ଥୀ ରାଷ୍ଟ୍ରପତି ମେହମୁଦକ ଅହମଦୀନେଜାଦଙ୍କ କାର୍ଯ୍ୟକାଳ ସମୟରେ ଏହା ଲାଗୁ କରାଯାଇଥିଲା। ଇରାନ ସାଂସ୍କୃତିକ କ୍ରାନ୍ତିର ସର୍ବୋଚ୍ଚ ପରିଷଦ ଦ୍ୱାରା ଏହାକୁ ବ୍ୟବସ୍ଥାପିତ କରାଯାଇଥିବା ବେଳେ ବର୍ତ୍ତମାନ ରାଷ୍ଟ୍ରପତି ଇବ୍ରାହିମ ରାଇସି ଏହାର ନେତୃତ୍ୱ ନେଉଛନ୍ତି। ଇରାନରେ ଡ୍ରେସକୋଡ଼ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ୨୦୦୬ରେ ମୋରାଲ ପୁଲିସ ଦ୍ୱାରା ଏହାର ପାଟ୍ରୋଲିଂ କରିବା ଆରମ୍ଭ ହୋଇଥିଲା। ଯେଉଁଥିରେ ମହିଳାଙ୍କୁ ଶର୍ଟକର୍ଟ ନ ପିନ୍ଧି ବଡ଼ ବଡ଼ ଡ୍ରେସ୍ ପିନ୍ଧିବାକୁ ନିୟମ କରାଯାଇଥିଲା। ୧୯୮୩ରେ ଇରାନରେ ହିଜାବ ବାଧ୍ୟତାମୂଳକ ହୋଇଥିଲା।
ଏହାପୂର୍ବରୁ ହିଜାବ ନିୟମ ଉଚ୍ଛେଦ ନେଇ ଗତକାଲି ମନ୍ତଜରୀ କହିଥିଲେ " ମହିଳାଙ୍କ ମଥାକୁ ଘୋଡ଼ାଇବା ନିୟମରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି କି ନାହିଁ ଉଭୟ ସଂସଦ ଓ ନ୍ୟାୟପାଳିକ ଏ ଦିଗରେ କାମ କରୁଛନ୍ତି।"
ଇରାନରେ କାହିଁକି ତେଜିଲା ହିଜାବ ବିରୋଧୀ ଆନ୍ଦୋଳନ ?
ଭଲ ଭାବରେ ହିଜାବ ପିନ୍ଧି ନଥିବାରୁ ଇରାନର କୁର୍ଦ୍ଦିଶ ମହିଳା ୨୨ ବର୍ଷୀୟା ମାହସା ଅମିନୀ ଗିରଫ କରିଥିଲା ଇରାନର ମୋରାଲ୍ ପୁଲିସ୍। ଗିରଫର ୩ ଦିନ ପରେ ସେପ୍ଟେମ୍ବର ୧୬ ତାରିଖରେ ପୁଲିସ କଷ୍ଟୁଡିରେ ତାଙ୍କର ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ସାରା ଦେଶରେ ବିଦ୍ରୋହ ସୃଷ୍ଟି ହୋଇଥିଲା। ମହିଳାମାନେ ହିଜାବ ପିନ୍ଧିବାକୁ ବଦଳରେ ଏହାକୁ ନିଆଁ ଲଗାଇ ଜାଳି ଦେଇଥିଲେ।
କେବଳ ଇରାନ ନୁହେଁ ଏହି ନିଆଁ ବିଦେଶକୁ ବ୍ୟାପିଥିଲା। ଦେଶବିଦେଶର ସମସ୍ତ ନାଗରିକ ଇରାନୀ ମହିଳାଙ୍କ ସମର୍ଥନରେ ଆସିଥିଲେ। ହେଲେ ଇରାନ ଏହାକୁ ବାହ୍ୟଶତ୍ରୁ ଷଡ଼ଯନ୍ତ୍ର ବୋଲି କହିଥିଲା। ଆମେରିକା ଇରାନ ବିରୋଧରେ ଷଡ଼ଯନ୍ତ୍ର କରି ଲୋକଙ୍କୁ ମତାଉଛି ବୋଲି ଇରାନ କହିଥିଲା। ଏହି ଆନ୍ଦୋଳନରେ ୧୮୧୭୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।
ଇରାନରେ ହିଜାବ
୧୯୮୩ ମସିହାରେ ଇରାନରେ ହିଜାବ ପିନ୍ଧିବା ବାଧ୍ୟାତମୂଳକ କରିଦିଆଗଲା। ୧୫ ବର୍ଷ ପୂର୍ବରୁ ମୋରାଲୁ ଗିରଫ କରିବା ପୂର୍ବରୁ ପ୍ରଥମେ ମହିଳାଙ୍କୁ ୱାର୍ଣ୍ଣିଂ କରୁଥିଲା। ଏହି ପୁଲିସ ଟିମ୍ରେ ଅଧିକାଂଶ ପୁରୁଷ ରହୁଥିବା ବେଳେ ଏମାନେ ସବୁଜ ୟୁନିଫର୍ମ ପିନ୍ଧୁଥିଲେ। ଆଉ ମହିଳା ଅଫିସରମାନେ କଳାରଙ୍ଗର ବସ୍ତ୍ରରେ ଘୋଡ଼ାଇ ହେଇ ରହୁଥିଲେ। ଏବଂ ମୁଣ୍ଡର କେଶ ଲୁଚିଥିଲା।
ତେବେ ସମୟ ପରିବର୍ତ୍ତନ ଅନୁସାରେ ଡ୍ରେସ୍ କୋଡ଼ ନିୟମରେ ବି ପରିବର୍ତ୍ତନ ହୋଇଥିଲା। ଏଥିରେ କୋହଳ ମନଭାବ ପୋଷଣା କରିଥିଲେ ଇରାନ ସରକାର। ବିଶେଷ କରି ପୂର୍ବତନ ଉଦାରବାଦୀ ରାଷ୍ଟ୍ରପତି ହସନ ରୁହାନୀଙ୍କ ସମୟରେ ମହିଳାଙ୍କ ଡ୍ରେସ୍କୋଡ଼ରେ ଅନେକ ଆଧୁନିକ ପରିବର୍ତ୍ତନ ହୋଇଥିଲା। ସେହି ସମୟରେ ମହିଳାମାନେ ଟାଇଟ୍ ଜିନ୍ସ ପିନ୍ଧିବା ସହିତ ଢିଲା ପୋଷାକ ଓ ରଙ୍ଗୀନ ହିଜାବ ପିନ୍ଧିବା ସାଧାରଣ କଥା ହୋଇଗଲା।
କିନ୍ତୁ ଚଳିତ ବର୍ଷ ଜୁଲାଇ ମାସରେ ଅତିଋଢ଼ିବାଦୀ ରାଇସି ଏହି ନିୟମର କଡ଼ା ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କରପ୍ସନ କରି ଇରାନ ଶତ୍ରୁମାନେ ଇସ୍ଲାମ ଓ ଏହାରଂ ସଂସ୍କୃତିକୁ ଟାର୍ଗେଟ୍ କରିବାକୁ ଚାହୁଁଛନ୍ତି ବୋଲି ରାଇସି କହିଥିଲେ।