ଭାରତରେ ସଶସ୍ତ୍ର ସୈନିକ ଓ ବୈଜ୍ଞାନିକ ସବୁଠୁ ଭରସା ଯୋଗ୍ୟ ନାଗରିକ: IGT index

Published By : Prameya-News7 Bureau | October 15, 2021 IST

ନୂଆଦିଲ୍ଲୀ ୧୪।୧୦: ଭାରତରେ ସଶସ୍ତ୍ର ସୈନିକ ଓ ବୈଜ୍ଞାନିକ ସବୁଠୁ ଭରସାଯୋଗ୍ୟ ନାଗରିକ।  ଇପସୋସ୍‌ ଗ୍ଲୋବାଲ ଟ୍ରଷ୍ଟୱର୍ଥନେସ୍ ଇଣ୍ଡେକ୍ସ ( ଆଇଜିଟିଆଇ)ଙ୍କ ୨୦୨୧ ରିପୋର୍ଟରୁ ଏହା ଜଣାପଡିଛି। ଏଥିରେ ରାଜନେତା ଓ ବିଜ୍ଞାପନ ଅଧିକାରୀଙ୍କ ପ୍ରତି ଆସ୍ଥା ହ୍ରାସ ହେଉଥିବାର ସୂଚନା ମିଳିଛି। ତେବେ ଭରସାରେ ଶିକ୍ଷକଙ୍କ ପଛକୁ ଆସୁଛନ୍ତି ଡାକ୍ତର। ଦୁଇ ବର୍ଷ ପୂର୍ବେ ପ୍ରକାଶିତ ପ୍ରଥମ ରିପୋର୍ଟରେ ସଶସ୍ତ୍ର ବଳ ପ୍ରତି ଲୋକଙ୍କ ଭରସା ଅଧିକ ଥିଲା। ତେବେ ଏଥର ଯାହା ପରିବର୍ତ୍ତନ ହୋଇଛି ତାହା ହେଉଛି ରିପୋର୍ଟରେ ବୈଜ୍ଞାନିକଙ୍କୁ ସ୍ଥାନ ମିଳିଛି।

{"id":527557,"sizeSlug":"full","linkDestination":"none"}

ସର୍ଭେକ୍ଷଣରେ କୁହାଯାଇଛି ଯେ ଯେତେବେଳେ ଆମେ ବୈଶ୍ୱିକ ସ୍ତରରେ ନାଗରିକଙ୍କ ଭରସା ଅଧ୍ୟାୟନ କରୁ ସେତେବେଳେ ଡାକ୍ତରଙ୍କୁ ଶୀର୍ଷ ସ୍ଥାନ ମିଳିଥାଏ। ପଛକୁ ବୈଜ୍ଞାନିକ ଓ ଶିକ୍ଷକ ଆସିଥାନ୍ତି। ତେବେ କରୋନା ଭାଇରସ ମହାମାରୀରେ ବୈଜ୍ଞାନିକଙ୍କ ପ୍ରତି ମଧ୍ୟ ଲୋକଙ୍କ ଆସ୍ଥା ବୃଦ୍ଧି  ହୋଇଛି। ତେବେ ଭାରତ କଥା ଭିନ୍ନ, ଏଠାରେ ଲୋକେ ସବୁଠୁ ଯଦି ଅଧିକ କାହାକୁ ଭରସା କରନ୍ତି ସେମାନେ ହେଉଛନ୍ତି ସଶସ୍ତ୍ର ବଳ କର୍ମଚାରୀ।

{"id":527558,"sizeSlug":"full","linkDestination":"none"}

ଇପସୋସ୍‌ ଇଣ୍ଡିଆଙ୍କ ସିଇଓ ଅମିତ ଅଦାରକର କହନ୍ତି ସଶସ୍ତ୍ର ବଳଙ୍କ ପ୍ରତି ଭାରତୀୟଙ୍କ ଆଦର ଓ ସମ୍ମାନର କାରଣ ମଧ୍ୟ ରହିଛି। କାରଣ ସେମାନଙ୍କ ନିଶ୍ୱାର୍ଥପର ସେବା ମନୋଭାବ ଓ ବଳିଦାନ ହିଁ ସେମାନଙ୍କୁ ଭରସାଯୋଗ୍ୟ କରିପାରିଛି। ସେମାନେ ଦେଶର ସୀମା ସୁରକ୍ଷା କରୁଛନ୍ତି। ସେହିପରି କରୋନା କାଳରେ ବୈଜ୍ଞାନିକ ମଧ୍ୟ ଲୋକଙ୍କ ଭରସା ଜିତିପାରିଛନ୍ତି। ବୈଜ୍ଞାନିକମାନେ ଓଭରଟାଇମ କାମ କରି ଭୂତାଣୁ ମୁକାବିଲା ଲାଗି ଟିକା ଆବିଷ୍କାର କରିଛନ୍ତି। ସେମାନଙ୍କୁ ଦେଶରେ ଏବେ କରୋନା ଯୋଦ୍ଧା ଭାବେ ଦେଖା ଯାଉଛି ବୋଲି ଅଦାରକର କହିଛନ୍ତି। ଇପସୋସ୍‌ ତାଙ୍କର ଗ୍ଲୋବାଲ ଟ୍ରଷ୍ଟ ୱର୍ଥନେସ୍ ଇଣ୍ଡେକ୍ସ ୨୦୨୧ର ଲୋକାର୍ପଣ କରିଛନ୍ତି। ଯେଉଁଥିରେ ୧୯ହଜାର ୫୭୦ ଜଣ ଉତ୍ତଦାତାଙ୍କ ଦ୍ୱାରା ୨୮ ଦେଶରେ କରାଯାଇଥିବା ସର୍ଭେକ୍ଷଣର ରିପୋର୍ଟ ରହିଛି। ଏଥି ସହ ଅନଟ୍ରଷ୍ଟୱର୍ଥନେସ୍ ୨୦୨୧ରେ ରାଜନେତା, ସରକାରଙ୍କ ମନ୍ତ୍ରୀ ଓ ବିଜ୍ଞାପନ ଅଧିକାରୀଙ୍କ ଉପରୁ ଲୋକଙ୍କ ଭରସା ହଟୁଥିବାର ସୂଚିତ କରିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.