scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଓଡିଆ କ୍ୟାଡର IPSଙ୍କୁ ନୂଆ ଦାୟିତ୍ୱ, BSFର ସ୍ବତନ୍ତ୍ର DG ହେଲେ ଯୋଗେଶ ବାହାଦୁର ଖୁରାନିଆ

5/09/2023 at 12:17 PM

Yogesh Bahadur Khurania

ଭୁବନେଶ୍ୱର ୦୫।୦୯ : ଆଇପିଏସ୍‌ ଯୋଗେଶ ବାହାଦୂର ଖୁରାନିଆଙ୍କୁ ବଡ଼ ଦାୟିତ୍ୱ । ବିଏସ୍‌ଏଫ୍‌ ଇଣ୍ଡିଆ ଓ୍ୱେଷ୍ଟର୍ଣ୍ଣ କମାଣ୍ଡର ସ୍ପେଶାଲ ଡିଜି ଭାବେ ପାଇଁଛନ୍ତି ନିଯୁକ୍ତି । ୧୯୯୦ ବ୍ୟାଚର ଓଡିଶା କ୍ୟାଡର ଆଇପିଏସ୍‌ ଅଫିସର ଯୋଗେଶ ବାହାଦୂର ଖୁରାନିଆ ।

ଖବର ଅନୁଯାୟୀ, ୧୯୯୦ ଓଡିଆ କ୍ୟାଡରର ଆଇପିଏସ୍‌ ଅଫିସର ଯୋଗେଶ ବାହାଦୂର ଖୁରାନିଆ । ଏସ୍‌ପି ଭାବେ ରାଉରକେଲା, ମୟୁରଭଞ୍ଜ, ଗଞ୍ଜାମ ସହ ଅନ୍ୟାନ୍ୟ ଜିଲ୍ଲାରେ କାମ କରିସାରିଛନ୍ତି । ଏହାପରେ ସେ ଡିଆଇଜି/ଆଇଜି ରାଙ୍କରୁ ପଦ୍ନୋନିତ ପାଇଛନ୍ତି। ଡିଆଇଜି/ଆଇଜି ରାଙ୍କରେ ଭୁବନେଶ୍ୱର ରେଞ୍ଜ, ଦକ୍ଷିଣାଞ୍ଚଳ ରେଞ୍ଜ, ଉତ୍ତରାଞ୍ଚଳ ରେଞ୍ଜରେ ମୁଖ୍ୟ ଭାବେ କାମ କରିଛନ୍ତି । ଏହାବ୍ୟତୀତ ସେ ଟ୍ୱିନ୍‌ ସିଟି ପୋଲିସ କମିଶନର, ଓଡିଶା ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାମ କରିସାରିଛନ୍ତି । ଶେଷରେ ୨୦୧୮ରେ ସେ ଡେପୁଟେସନରେ  ବିଏସ୍‌ଏଫ୍‌ଙ୍କୁ ଚାଲିଯାଇଥିଲେ । ଏହି ସମୟରେ ବିଏସ୍‌ଏଫ୍‌ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମ କରିସାରିଛନ୍ତି ।

   Related Posts