ନୂଆଦିଲ୍ଲୀ ୧୩/୮: IPS ୱାଇ.ବି ଖୁରାନିଆ ହୋଇପାରନ୍ତି ଓଡ଼ିଶାର ନୂଆ ଡିଜିପି । IPS ୱାଇ.ବି ଖୁରାନିଆ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଖବର ଏ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଆଜି ଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ IPS ୱାଇ.ବି ଖୁରାନିଆ ସାକ୍ଷାତ କରିଛନ୍ତି । IPS ୱାଇ.ବି ଖୁରାନିଆ ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ମଧ୍ୟ ଭେଟିଥିବା ସୂଚନା ମିଳିଛି । ୧୯୯୦ ବ୍ୟାଚ୍ ଓଡ଼ିଶା କ୍ୟାଡର IPS ୱାଇ.ବି ଖୁରାନିଆ । ଏହା ପୂର୍ବରୁ ସେ BSF ଡିଜି ଭାବରେ କାମ କରିଛନ୍ତି ।