suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜନ୍ମାଷ୍ଟମୀରେ ପତ୍ନୀ ଚିକେନ ଖାଇଲେ ବୋଲି ଆଇପିଏସ ଅଧିକାରୀ ସୁରେନ୍ଦ୍ର ସିଂ କରିଥିଲେ ଆତ୍ମହତ୍ୟା ଉଦ୍ୟମ

7/09/2018 at 3:36 PM

କାନପୁର ୭/୯: ବୁଧବାର ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଆଇପିଏସ୍ ସୁରେନ୍ଦ୍ର ସିଂଙ୍କ ସ୍ବାସ୍ଥ୍ୟବସ୍ଥାରେ କୈାଣସି ପ୍ରକାର ଉନ୍ନତି ହୋଇନାହିଁ। ସେ ହସ୍ପିଟାଲରେ ଆଡମିଟ୍ ହେବାର ୩୬ଘଣ୍ଟାରୁ ଅଧିକ ସମୟ ହୋଇସାରିଛି। ପୋଲିସ୍ ଯାଞ୍ଚରୁ କେତେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଯାଞ୍ଚରୁ ସୂଚନା ମିଳିଛି ଯେ,ଆଇପିଏସ୍ ସୁରେନ୍ଦ୍ର ବହୁତ ଦିନ ହେଲା ଡିପ୍ରେସନରେ ଥିଲେ। ଏଥି ସହିତ ସେ ନେଟରୁ ଆତ୍ମହତ୍ୟାର ବିଭିନ୍ନ ଉପାୟ ଖୋଜୁଥିଲେ।  ସଲଫସକୁ କେତେ ଡୋଜ୍ ନେବା ଦ୍ବାରା ମୃତ୍ୟୁ ହେବ ବୋଲି ମଧ୍ୟ ସେ ନେଟ୍‌ରୁ ଦେଖିଥିଲେ।

ସୁରେନ୍ଦ୍ରଙ୍କ ସ୍ତ୍ରୀ ରବିନା ଆମିଷାଷୀ ଥିଲେ ଏବଂ ସୁରେନ୍ଦ୍ର ନିରାମିଷ ଖାଉଥିଲେ। ଜନ୍ମାଷ୍ଟମୀ ଦିନ ରବିନା ବାହାରୁ ଚିକେନ୍ ମଗାଇ ଖାଇଥିଲେ। କୃଷ୍ଣ ଜନ୍ମାଷ୍ଟମୀ ଦିନ ମାଂସ ଖାଇବାକୁ ସୁରେନ୍ଦ୍ର ବିରୋଧ କରିଥିଲେ। ଏହି କଥାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

୭ଧାଡ଼ିର ସୁଇସାଇଡ୍ ନୋଟରେ ସୁରେନ୍ଦ୍ର ଲେଖିଥିଲେ ଯେ ମୋର ବିଷ ଖାଇବା ପଛରେ କାହାର ଦୋଷ ନାହିଁ। ପ୍ରତିଦିନ ଛୋଟ ଛୋଟ କଥାକୁ ନେଇ ଘରୋଇ ଝଗଡ଼ାରେ ମର୍ମାହତ ହୋଇ ସେ ଏହି ପଦକ୍ଷେପ ନେଇଥିବା କହିଛନ୍ତି। ଏଥି ସହିତ ସେ ଏହି ସୁଇସାଇଡ୍ ନୋଟରେ ରବିନା ଆଇ ଲଭ୍ ୟୁ ମଧ୍ୟ ଲେଖିଛନ୍ତି। ପୋଲିସଙ୍କ  କହିବାନୁସାରେ ନୋଟରେ ଆଉ କିଛି ମଧ୍ୟ  ଅଛି ଯାହାକୁ ଉଲ୍ଲେଖ କରାଯାଇପାରିବ ନାହିଁ।

   Related Posts