ଏହି IPS ଅଫିସର୍ ବିଗବସ୍ର ଅଫରକୁ ଦ୍ବୀତିୟ ଥର ପାଇଁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲେ
18/06/2019 at 4:52 PM

ଟିଭିର ପପୁଲାର ରିଆଲିଟି ସୋ ବିଗବସ୍ରୁ କେବେ କାହାକୁ ଡକା ହେଲେ କେହି କିଛି ନଭାବି ସୋକୁ ଯାଆନ୍ତି । କିନ୍ତୁ ଏମିତି ଜଣେ ଏସ୍ପି ଅଛନ୍ତି ଯିଏ ବିଗବସ୍ ଅଫର ଗ୍ରହଣ କରିନାହାନ୍ତି। ପ୍ରଥମ ଅଫରରେ ମନା କରିବା ସହ ଦ୍ବୀତିୟ ଅଫର ମଧ୍ୟ ସେ ଗ୍ରହଣ କରିନାହାନ୍ତି। ସେ ହେଉଛନ୍ତି ମଧ୍ୟପ୍ରଦେଶର ଏସ୍ପି ସଚୀନ କୁମାର ଅତୁଲକର।

ବିଗବସ୍ରେ ଭାଗ ନେବା ପାଇଁ ସଚୀନଙ୍କୁ ୨ ଥର ଅଫର ଦିଆଯାଇଥିଲା କିନ୍ତୁ ସେ ମନା କରିଦେଇଥିଲେ। ସଚୀନ ବଡି ବିଲଡର ଅଫିସର ନାଁରେ ପରିଚିତ। ଅଧିକାଂଶ ସମୟ ସୋସିଆଲ ମିଡିଆରେ ସଚୀନ ନିଜ ଫିଟ୍ନେସ୍ ପାଇଁ ଚର୍ଚ୍ଚାରେ ଥାନ୍ତି। ୨୨ ବର୍ଷ ବୟସରେ ସଚୀନ ଏସପି ହୋଇଥିଲେ। ଉଜ୍ଜୈନରେ ତୃତୀୟ ଥର ପାଇଁ ତାଙ୍କୁ ଏସ୍ପି ଭାବେ ନିଯୁକ୍ତ କରାଯାଇଛି। ନିଜ କାମ ଦ୍ବାରା ସଚୀନ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି। ଗତ ବର୍ଷ ଭଳି ଚଳିତ ବର୍ଷ ସଚୀନଙ୍କୁ ବିଗବସ୍ରେ ଭାଗ ନେବା ପାଇଁ ଅଫର ଆସିଥିଲା।

ବଲିଉଡ ଅଭିନେତା ସଲମାନଙ୍କ ସହ ସଚୀନ ଅତୁଲକର ତାଙ୍କ ଫେସବୁକ୍ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋ ସହ କ୍ୟାପସନରେ ଲେଖିଥିଲେ ଯେ, ଏଥର ମଧ୍ୟ ସେ ବିଗବସ୍ରେ ଭାଗ ନେବେ ନାହିଁ। ତେବେ ଦର୍ଶକ ଫଟୋରେ ତାଙ୍କୁ ବିଗବସରେ ଭାଗ ନେବା ପାଇଁ କହିଛନ୍ତି। ତାଙ୍କ କାମ ପାଇଁ ସଚୀନ ବିଗବସ ସିଜନ୍ ୧୩ରେ ଯାଉନାହାନ୍ତି ବୋଲି ସେ କହିଥିଲେ। ତାଙ୍କ ଫ୍ୟାନ୍ସ ଲଗାତାର ତାଙ୍କୁ ସୋରେ ଯିବା ପାଇଁ ଅପିଲ କରିଛନ୍ତି। ହେଲେ ସେ ତାଙ୍କ କାମ ଛାଡି ଯିବେ ନାହିଁ ବୋଲି କହିଛନ୍ତି।

ସୋସିଆଲ ମିଡିଆରେ ସଚୀନଙ୍କର ଏକ ଲକ୍ଷରୁ ଅଧିକ ଫଲଅର୍ସ ଅଛନ୍ତି। ଇଣଷ୍ଟାଗ୍ରାମରେ ୨ ଲକ୍ଷରୁ ଅଧିକ ଫଲଅର୍ସ ଅଛନ୍ତି। ସଚୀନଙ୍କୁ ପ୍ରଥମ ଥର ବିଗବସ୍ ୧୨ ସିଜନରେ ଯିବା ପାଇଁ ନିମନ୍ତ୍ରଣ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ସଚୀନ ଅତୁଲକର ସଲମାନ ଖାନଙ୍କର ବହୁତ ବଡ ଫ୍ୟାନ୍।ଘଣ୍ଟା ଘଣ୍ଟା ସେ ଜିମ୍ରେ କସରତ କରି ନିଜକୁ ଫିଟ୍ ରଖନ୍ତି। ସୋସିଆଲ ମିଡିଆରେ ସେ ତାଙ୍କର ପ୍ରତି ଫଟ୍ନେସ ଭିଡିଓ ସେୟାର କରନ୍ତି।