ମହାରାଷ୍ଟ୍ରର ବରିଷ୍ଠ ଆଇପିଏସ ଅଫିସର ହିମାଂଶୁ ରାୟଙ୍କ ଆତ୍ମହତ୍ୟା
11/05/2018 at 11:19 AM

ମହାରାଷ୍ଟ୍ରର ବରିଷ୍ଠ ଆଇପିଏସ ଅଫିସର ହିମାଂଶୁ ରାୟ ଆତ୍ମହତ୍ୟା କରିଛନ୍ତି | ନିଜର ଦକ୍ଷିଣ ମୁମ୍ବାଇ ସ୍ଥିତ ବାସଭବନରେ ନିଜ ସର୍ଭିସ ରିଭଲବରରୁ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି | ହିମାଂଶୁ ରାୟ ମହାରାଷ୍ଟ୍ର ପୋଲିସ ହାଉସିଂ ବିଭାଗର ପୂର୍ବତନ ଅତିରିକ୍ତ ମହାନିର୍ଦେଶକ ଥିଲେ | ସେ ଜଣେ ଦକ୍ଷ ଓ କର୍ତ୍ତବ୍ୟ ପରାୟଣ ପୋଲିସ ଅଧିକାରୀ ଭାବେ ଜଣାଶୁଣା | ସେ ମୁମ୍ବାଇର ପୂର୍ବତ୍ତନ ପୋଲିସ କମିଶନର ଥିଲେ | ମହାରାଷ୍ଟ୍ର ଏଟିଏସ ର ମୁଖ୍ୟ ଭାବେ ସେ ବେଶ ନାଁ କମାଇଥିଲେ | ଆଇପିଏଲ ବେଟିଂ ପର୍ଦ୍ଦାଫାଶ କରିଥିଲେ ହିମାଂଶୁ ରାୟ | ହିମାଂଶୁ ରାୟ କ୍ୟାନସରରେ ପୀଡିତ ଥିଲେ | କ୍ୟାନସର ଯୋଗୁଁ ସେ ଛୁଟିରେ ଥିଲେ ଓ କିଛି ଦିନ ପୂର୍ବରୁ ତାଙ୍କ ଛୁଟି ଅବଧି ବଢ଼ାଇ ଦିଆଯାଇଥିଲା |