IPS ଅଫିସର: ମୁଖ୍ୟମନ୍ତ୍ରୀଙ୍କୁ କରିଥିଲେ ଗିରଫ, ୨୦ ବର୍ଷରେ ୪୦ଥର ଟ୍ରାନ୍ସଫର୍

Published By : Prameya-News7 Bureau | November 14, 2023 IST

ନୂଆଦିଲ୍ଲୀ ୧୪।୧୧: IPS ଅଫିସରଙ୍କ କଥା ଆସିବାମାନେ ସାମ୍ନାକୁ ଆସିଯାଏ ଅନେକ ଦବଙ୍ଗ ଅଫିସରଙ୍କ ନାଁ । କିନ୍ତୁ ଏମିତି କିଛି ଅଫିସର ଅଛନ୍ତି ଯିଏକି ନିଜ କାମ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏପରି ଜଣେ IPS ଅଫିସର ହେଉଛନ୍ତି ଡି ରୂପା ମୋଦଗିଲ ।

{"id":869576,"width":839,"height":616,"sizeSlug":"full","linkDestination":"none"}

 ନିଜର କାମ ପାଇଁ ସେ ସବୁବେଳେ ରହିଥାନ୍ତି ଚର୍ଚ୍ଚାରେ । ସେ ଲେଡି ଦବଙ୍ଗ IPS ଅଫିସର ଭାବେ ପରିଚିତ । ନା ତାଙ୍କୁ ଅଟକାଇ ପାରିଛି ବଡ ନେତାଙ୍କ ଚାପ ନା ଲାଂଚର ପ୍ରଲୋଭନ । ଅନେକ ପ୍ରତିବନ୍ଧକ ଆସିଥିଲେ ମଧ୍ୟ ତାଙ୍କ ରାସ୍ତାରେ ସାଜି ପାରନି କଣ୍ଟା । ତାଙ୍କର ୨୦ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ୪୦ ଥର ହୋଇଛନ୍ତି ଟ୍ରାନ୍ସଫର୍‌ । ଡି ରୂପା ମୋଦଗିଲ କର୍ଣ୍ଣାଟକ କ୍ୟାଡରର ଆଇ.ପିଏସ ଅଫିସର ।

{"id":869577,"sizeSlug":"full","linkDestination":"none"}

ନିର୍ଭର ଓ ସଚ୍ଛୋଟ ପଣିଆର ସେ ହେଉଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ । କିରଣ ବେଦୀଙ୍କ ପରେ ସବୁଠୁ ଶକ୍ତିଶାଳୀ ମହିଳା ଆଇପିଏସ ଅଫିସର ଭାବେ ଡି ରୂପା ଖୁବ ଜଣାଶୁଣା । ସେ ନିଜ କ୍ୟାରିୟର୍‌ରେ ଅନେକ କେସ୍‌ ସଲ୍ଭ କରିଛନ୍ତି । ୨୦୦୦ ମସିହାରେ ସର୍ବଭାରତୀୟ ପ୍ରଶାସନିକ ସେବାରେ ୪୩ ରାଙ୍କରେ ସେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାସହିତ ରାଷ୍ଟ୍ରୀୟ ପୋଲିସ ଏକାଡେମୀ ଟ୍ରେନିଂରେ ପଂଚମ ସ୍ଥାନ ପାଇ ଚର୍ଚାକୁ ଆସିଥିଲେ ।

{"id":869578,"width":840,"height":470,"sizeSlug":"full","linkDestination":"none"}

ଆଇପିଏସ ଅଫିସର ଡି ରୂପା ମୋଦଗିଲ କର୍ଣ୍ଣାଟକ କୁବେମ୍ପ ବିଶ୍ୱ ବିଦ୍ୟାଳୟରୁ ସ୍ନାତକ କରିଛନ୍ତି । ସେ ମଧ୍ୟ ଗୋଲ୍ଡ ମେଡାଲିଷ୍ଟ ପ୍ରାପ୍ତ କରିଛନ୍ତି । ୨୦ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ପ୍ରାୟ ୪୦ଥର ହୋଇଛନ୍ତି ଟ୍ରାନ୍ସଫର । ତେବେ ତାଙ୍କ ସାହାସିକତାର ପରିଚୟ ଦେଇଥାଏ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବା ।  ୨୦୦୪ ମଧ୍ୟପ୍ରଦେଶର ହୁବଲୀ ଅଦାଲତର ଆଦେଶରେ ତତ୍କାକାଳୀନ ମୂଖ୍ୟମନ୍ତ୍ରୀ ଉମା ଭାରତୀଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ ଡି ରୂପା ।

{"id":869579,"width":838,"height":516,"sizeSlug":"full","linkDestination":"none"}

ତାଙ୍କର ସାହାସିକତାର ଅନେକ କେସ୍‌ ସାମ୍ନାକୁ ଆସିଛି । ସେ ତାମିଲନାଡୁ ଜେଲ ଡିଆଇଜି ଥିବା ବେଳେ ଶଶିକାଳାଙ୍କ ଭଳି ପ୍ରମୁଖ ନେତାଙ୍କୁ ଜେଲରେ ମିଳୁଥିବା ଅନାବଶ୍ୟକ ସୁବିଧାର ପର୍ଦ୍ଦାଫାସ କରିଥିଲେ । ସେହିପରି ୨୦୧୩ରେ ବେଙ୍ଗାଲୁରୁରେ ଡିସିପି ଭାବେ ଯୋଗ ଦେବା ପରେ ଖାଲି ଏମ.ଏଲ.ଏ ଓ ଏମ.ପି ମାନେ ନୁହେଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ଦୁରପ୍ପାଙ୍କୁ ମଧ୍ୟ ନିୟମ ବାହାରେ ନେଇଥିବା ଗାଡିର ବ୍ୟବହାର ଉପରେ ରୋକ ଲଗାଇଥିଲେ ।

{"id":869580,"sizeSlug":"full","linkDestination":"none"}

 ଏପରି ଅନେକ ଥର ସେ ରାଜନେତା ଓ ଶକ୍ତିଶାଳୀ ବ୍ୟକ୍ତିତ୍ୱ ମାନଙ୍କ ଆମ୍ନାସାମ୍ନା ହୋଇଛନ୍ତି । ଏଥିପାଇଁ ତାଙ୍କୁ ଅନେକ ଚାପ ଏବଂ ଟ୍ରାନ୍ସଫରର ସାମ୍ନା କରିବାକୁ ପଡିଛି ।  କିନ୍ତୁ ଏଥିରେ ବିଚଳିତ ହୋଇନାହାନ୍ତି ଡି ରୂପା । କେବେ ବି ତାଙ୍କ କାମ ଉପରେ କୌଣସି ଆଂଚ ଆସିବାକୁ ଦେଇନାହାଁନ୍ତି ।

You Can Read:

wp:embed {"url":"https://www.prameyanews7.com/aligarh-police-aslam-rs-5-crore-received-in-two-bank-accounts/","type":"wp-embed","providerNameSlug":"prameya-news-7"}
https://www.prameyanews7.com/aligarh-police-aslam-rs-5-crore-received-in-two-bank-accounts/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.