ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି
23/10/2018 at 9:15 PM

ଭୁବନେଶ୍ୱର ୨୩/୧୦: ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି । ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ କେନ୍ଦ୍ରୀୟ ଡେପୁଟେସନରେ ଫେରିଥିବା ୧୯୮୪ ବ୍ୟାଚ ଆଇ.ପିଏସ ଆର.ପି ସିଂହଙ୍କୁ ଜେଲ ବିଭାଗ ଡିଜି ଓ କରେକ୍ସନାଲ ସର୍ଭିସରେ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିଯାଇଛି। ସେହିପରି ୧୯୮୮ ବ୍ୟାଚ ଆଇ.ପି.ଏସ୍ ଅତିରିକ୍ତ ଡିଜି(ଜେଲ୍) ବିନୟାନନ୍ଦ ଝାଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି । ୨୦୦୩ ବ୍ୟାଚ୍ ଆଇପିଏସ ହିମାଂଶୁ ଲାଲ ପୂର୍ବରୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଡିଆଇଜି ଭାବେ ଥିଲେ ବର୍ତ୍ତମାନ ତାଙ୍କୁ ଓଡ଼ିଶା ଆର୍ମଡ ପୁଲିସ(ଓଏସଏପି) ଡିଆଇଜି ଭାବେ ବଦଳି କରାଯାଇଛି। ୨୦୦୦ ବ୍ୟାଚ ଆଇପିଏସ ଯତୀନ୍ଦ୍ର କୋଏଲଙ୍କୁ ସିବି, ସିଆଇଡି ଏବଂ ସ୍ପେଶାଲ ଟାସ୍କ ଫୋର୍ସର ଆଇଜି ଭାବେ ବଦଳି କରାଯାଇଛି । ଡକ୍ଟର ସୂରିୟା ଥାଙ୍କାପାନ୍ ସମ୍ୱଲପୁର ବିଶ୍ୱବିଦ୍ୟାଳୟ ରେଜିଷ୍ଟାର ପଦରୁ ବଦଳି କରି ତାଙ୍କୁ, ଭିଜିଲାନ୍ସ ବିଭାଗର ଡିଆଇଜି ବଦଳି କରାଯାଇଛି । ବରିଷ୍ଠ ଓପିଏସ ପ୍ରଭାକର ସ୍ୱାଇଁଙ୍କୁ ବୈରୀ ପୁଲିସ ପ୍ରଶିକ୍ଷଣ କେନ୍ଦ୍ରର ଇନଚାର୍ଜ ଏସପି ଭାବେ ବଦଳି କରାଯାଇଛି । ବରିଷ୍ଠ ଓପିଏସ ଶ୍ରୀକୃଷ୍ଣ ବେହେରାଙ୍କୁ ଭୁବନେଶ୍ୱରରେ ମେରାଇନ ପୁଲିସର ଅତିରିକ୍ତ ଆଇଜି(ଇନଚାର୍ଜ) ଭାବେ ବଦଳି କରାଯାଇଛି ।