ଏସ୍‌ପିଜିର ନିର୍ଦ୍ଦେଶକ ହେଲେ ବରିଷ୍ଠ ଆଇପିଏସ୍ ଅଫିସର ଆଲୋକ ଶର୍ମା

Published By : Prameya-News7 Bureau | November 17, 2023 IST

ନୂଆଦିଲ୍ଲୀ: ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପର(ଏସ୍‌ପିଜି)ର ନିର୍ଦ୍ଦେଶକ ହେଲେ ବରିଷ୍ଠ ଆଇପିଏସ୍‌ ଅଫିସର ଆଲୋକ ଶର୍ମା। ଶୁକ୍ରବାର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଆଲୋକଙ୍କ ନିଯୁକ୍ତ ବିଷୟରେ ସୂଚନା ଦିଆଯାଇଛି। ଏହି ଏସ୍‌ପିଜି ଗ୍ରୁପ୍‌ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ମୁତୟନ କରାଯାଇଥାଏ।

୧୯୯୧ ବ୍ୟାଚ୍‌ର ଉତ୍ତର ପ୍ରଦେଶ କ୍ୟାଡର ବରିଷ୍ଠ ଆଇପିଏସ୍ ଅଫିସର ଆଲୋକ ବର୍ତ୍ତମାନ ଏସ୍‌ପିଜର ଅତିରିକ୍ତ ନିର୍ଦ୍ଦେଶକ ଜେନେରାଲ୍‌ ଭାବେ କାର୍ଯ୍ୟ କରୁଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବର ୬ ତାରିଖରେ ଏସ୍‌ପିଜି ପୂର୍ବତନ ନିର୍ଦ୍ଦେଶକ ଅରୁଣ କୁମାର ସିହ୍ନାଙ୍କ ମୃତ୍ୟୁ ହେବା ପରେ ଆଲୋକ ଏସ୍‌ପିଜର ଦାୟିତ୍ୱ ସମ୍ଭାଳୁଥିଲେ।    

ତୋବେ ଶୁକ୍ରବାର କ୍ୟାବିନେଟ୍ ନିଯୁକ୍ତି କମିଟି ଆଲୋକଙ୍କ ନିଯୁକ୍ତିଙ୍କୁ ଅନୁମୋଦନ କରିଛନ୍ତି। ଏନେଇ କାର୍ମିକ ପକ୍ଷରୁ ସୂଚନା ଦିଆଯାଇଛି। ହେଲେ ସେ କେତେ ସମୟ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ ସେ ନେଇ ନିର୍ଦ୍ଦେଶନାମାରେ କୁହାଯାଇ ନଥିବା ବେଳେ ପରବର୍ତ୍ତି ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଆଲୋକ ଏସ୍‌ପିଜି ନିର୍ଦ୍ଦେଶକ ରହିବେ ବୋଲି ସରକାର କହିଛନ୍ତି।  

ପଢ଼ନ୍ତୁ-ଆର.ଅଶୋକ କୁମାରଙ୍କୁ କର୍ଣ୍ଣଟକ ବିରୋଧୀ ଦଳ ନେତା ନିଯୁକ୍ତ କଲା ବିଜେପି, ନିର୍ବାଚନ ପରଠୁ ଖାଲି ଥିଲା ପଦ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.