ଦିଲ୍ଲୀରେ ଚମକୁଛି ଓଡିଶା ପାଭିଲିୟନ୍‌, ନ୍ୟୁଜ ସେଭେନ୍‌ର ଖବରକୁ ସେୟାର କଲା ସୂଚନା ଓ ଲୋକ ସଂପର୍କ ବିଭାଗ

Published By : Prameya-News7 Bureau | November 18, 2023 IST

ଭୁବନେଶ୍ୱର ୧୮।୧୧ : ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରେଡ୍‌ ଫେୟାର ଓଡିଶା ପାଭିଲିୟନ୍‌ ଶୀର୍ଷକରେ ନ୍ୟୁଜ୍‌ ସେଭେନ୍‌ରେ ଖବର ପ୍ରସାରଣ କରାଯାଇଥିଲା । ଯାହାକୁ ଓଡିଶା ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୋସିଆଲ୍‌ ମିଡିଆରେ ସେୟାର କରାଯାଇଛି । ଏଠାରେ ଆଦିବାସୀ ଜୀବନ, ବୟନଶିଳ୍ପ ଓ ହସ୍ତକଳା ସାମଗ୍ରୀ, ଗ୍ରାମୀଣ ଉତ୍ପାଦ, ମିଲେଟ୍‌ସ ପ୍ରସ୍ତୁତ ଖାଦ୍ୟ ଏବଂ ମିଶନ ଶକ୍ତି ମା’ଙ୍କ ହାତ ତିଆରି ସାମଗ୍ରୀ ବିଶେଷ ଆକର୍ଷଣ ସାଜିଛି।

{"id":871397,"sizeSlug":"large","linkDestination":"none"}
wp:html /wp:html

ସୂଚନାଯୋଗ୍ୟ ଯେ, ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମୈଦାନରେ ୪୨ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା ଚାଲିଛି । ଯେଉଁଠାରେ ଝଲସୁଛି ଓଡ଼ିଶା ପାଭିଲିୟନ। ମଙ୍ଗଳବାର ଦିନ ରାଜ୍ୟ ସରକାରଙ୍କ ଓଡ଼ିଶା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଓ ବୈଷୟିକ ତଥା ସାଧାରଣ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଥିଲେ । ଏଠାରେ ଆଦିବାସୀ ଜୀବନ, ବୟନଶିଳ୍ପ ଓ ହସ୍ତକଳା ସାମଗ୍ରୀ, ଗ୍ରାମୀଣ ଉତ୍ପାଦ, ମିଲେଟ୍‌ସ ପ୍ରସ୍ତୁତ ଖାଦ୍ୟ ଏବଂ ମିଶନ ଶକ୍ତି ମା’ଙ୍କ ହାତ ତିଆରି ସାମଗ୍ରୀ ବିଶେଷ ଆକର୍ଷଣ ସାଜିଛି। ଏହି ପାଭିଲିୟନ ମାଧ୍ୟମରେ ଉତ୍କଳୀୟ ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ସହିତ ରାଜ୍ୟର କଳା ଓ ସଂସ୍କୃତି ଏବଂ ବିକାଶର ଚିତ୍ରକୁ ଉପସ୍ଥାପନ କରାଯାଉଛି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.