IPL ମିଡିଆ ରାଇଟ୍ସ ଆଗାମୀ ଦୁଇ ଦଶନ୍ଧିରେ ୫୦ ବିଲିୟନ ଡଲାର ଟପିପାରେ: ଧୂମଲ

Published By : Prameya-News7 Bureau | December 01, 2023 IST

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ପ୍ରତି ସଂସ୍କରଣ ସହ ଅଧିକ ସମୃଦ୍ଧ ହେବାରେ ଲାଗିଛି । ଏହାରି ଭିତରେ ଆଇପିଏଲର ଭବିଷ୍ୟତ ଆହୁରି ଅଧିକ ଉଜ୍ଜଳମୟ ଥିବା ଅଧ୍ୟକ୍ଷ ଅରୁଣ ଧୂମଲ କହିଛନ୍ତି । ସେ କହିଛନ୍ତି ଯେ ଦୁନିଆର ସବୁଠୁ ବଡ଼ କ୍ରିକେଟ ଲିଗ୍‌ର ମିଡିଆ ଅଧିକାର ମୂଲ୍ୟ ଆସନ୍ତା ଦୁଇ ଦଶନ୍ଧିରେ ୫୦ ବିଲିୟନ୍ ଡଲାର ଟପିବାର କ୍ଷମତା ରଖିଛି ।

ବେଙ୍ଗାଲୁରୁରେ ଆରସିବି ଇନୋଭେସନ୍ ଲ୍ୟାବ୍‌ର ଲିଡର୍ସ ମିଟ୍‌ରେ ଧୂମଲ କହିଛନ୍ତି, ଗତ ୧୫ ବର୍ଷର ଟ୍ରେଣ୍ଡ ଓ ଭବିଷ୍ୟତର ଅନୁମାନ ଆଧାରରେ ୨୦୪୩ ସୁଦ୍ଧା ମିଡିଆ ରାଇଟ୍ସ ପ୍ରାୟ ୫୦ ବିଲିୟନ ଡଲାର ଯାଏ ପହଞ୍ଚିବା ଅନୁମାନ ରହିଛି । ଆଇପିଏଲ୍ ଅଧ୍ୟକ୍ଷ କହିଛନ୍ତି, ଭବିଷ୍ୟତରେ ଇନୋଭେସନ୍ ଜାରି ରଖିବା ଦରକାର, ଦର୍ଶକଙ୍କ ଭାଗିଦାରୀ ବଢିବା ଦରକାର ଓ ମ୍ୟାଚ୍ କ୍ୱାଲିଟିରେ ସୁଧାର ଜାରି ରଖିବା ଦରକାର ।

ପଢନ୍ତୁ: ମୁଖ୍ୟ କୋଚ୍ ଭାବେ କାର୍ଯ୍ୟକାଳ ବଢ଼ିଲା ବୋଲି ଘୋଷଣା କଲା ବିସିସିଆଇ, ହେଲେ ରାହୁଲ କହିଲେ, ମୁଁ କଣ୍ଟ୍ରାକ୍ଟ ସାଇନ୍ କରି ନାହିଁ

ଷ୍ଟାର ସ୍ପୋର୍ଟ୍ସ ଓ ଭାୟକମ୍ ୧୮ ୨୦୨୩ରେ ପାଞ୍ଚ ବର୍ଷ ପାଇଁ ମିଡିଆ ରାଇଟ୍ସ ହାସଲ କରିବା ପରେ ଆଇପିଏଲ୍ ଦୁନିଆର ଦ୍ୱିତୀୟ ସବୁଠୁ ଧନୀ ଲିଗ୍ ପାଲଟିଥିଲା । ପାଞ୍ଚ ବର୍ଷର ଅବଧି ପାଇଁ ଆଇପିଏଲ ମିଡିଆ ଅଧିକାର ଜରିଆରେ ୪୮୩୯୦ କୋଟି ଟଙ୍କା (୬.୨୦ ବିଲିୟନ ଡଲାର) ବିସିସିଆଇ ଆୟ କରିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.