ଶୁକ୍ରବାରଠୁ ଫଟାଫଟ୍ କ୍ରିକେଟ, ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ-ଗୁଜୁରାଟ
31/03/2023 at 8:08 AM

ଅହମ୍ମଦାବାଦ ୩୦/୩: ଆଜିଠୁ ଆଇପିଏଲ୍ ମହାସମର । ଆଇପିଏଲ୍ ର ୧୬ତମ ସଂସ୍କରଣର ଉଦ୍ଘାଟନୀ ମ୍ୟାଚ୍ ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ଡିଫେଣ୍ଡିଂ ଚାମ୍ପିଅନ୍ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ଏବଂ ୪ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ ମହାମୁକାବିଲା ।
୨୦୨୨ ସିଜନରେ ପ୍ରଥମ ଥର ପାଇଁ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ସବୁ ଦଳକୁ ପଛରେ ପକାଇ ଚାମ୍ପିୟନ୍ ବିବେଚିତ ହୋଇଥିଲା। ଅନ୍ୟପକ୍ଷେ ହାର୍ଦ୍ଦିକ ସର୍ବଦା ଧୋନୀଙ୍କୁ ନିଜର ବୋଲି କହୁଥିବା ବେଳେ ଏହି ମ୍ୟାଚ୍ କୁ ଗୁରୁ-ଶିଷ୍ୟଙ୍କ ମ୍ୟାଚ୍ କହିଲେ ଅତ୍ୟୁକ୍ତି ହେବ ନାହିଁ। ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ ଖେଳାଯିବ ।
ଗୁଜରାଟ ଟାଇଟନ୍ସର ଘରୋଇ ଗ୍ରାଉଣ୍ଡ୍ ହୋଇଥିଲେ ହେଁ ଏଠାରେ ‘ଧୋନି…ଧୋନି..’ ସ୍ୱରରେ ଷ୍ଟାଡିୟମ୍ କମ୍ପି ଉଠିବ । ଖାଲି ସେତିକି ନୁହେଁ, ଆଗାମୀ ୨ମାସ ପର୍ଯ୍ୟନ୍ତ ସମଗ୍ର ଭାରତ ଆଇପିଏଲ୍ର ମୋହରେ ପଡ଼ିଯିବ । ପୂର୍ବ ବର୍ଷ ଭଳି ଏଥର ମଧ୍ୟ ୧୦ଟି ଦଳକୁ ନେଇ ଖେଳାଯାଉଥିବା ଆଇପିଏଲ୍ରେ ମୋଟ୍ ୭୩ଟି ମ୍ୟାଚ୍ ରହିଛି । ମେ’ ମାସ ୨୮ ତାରିଖରେ ଫାଇନାଲ୍ ଖେଳାଯିବ ।