ବାରବାଟୀ ଷ୍ଟାଡିୟମରେ ଖେଳାଯିବ IPL ମ୍ୟାଚ୍, ଦିଲ୍ଲୀ କ୍ୟାପିଟାଲ୍ସ କରିଛି ଇଚ୍ଛା ପ୍ରକାଶ !

Published By : Prameya-News7 Bureau | February 22, 2024 IST

ଭୁବନେଶ୍ବର: କଟକ ବାଟବାଟୀ ଷ୍ଟାଡିମୟକୁ ମିଳିପାରେ ଚଳିତ ବର୍ଷ ଆଇପିଏଲ ମ୍ୟାଚ୍ । ବାରବାଟୀ ଷ୍ଟାଡିୟମରେ ଆପିଏଏଲ୍ ମ୍ୟାଚ୍ ଆୟୋଜନ ନେଇ ଖବର ସରବହାର ସଂସ୍ଥା ଏଏନଆଇ ସୂତ୍ରରୁ ଜଣାପଡ଼ିଛି । ଦିଲ୍ଲୀ କ୍ୟାପିଟାଲ୍ ନିଜର ପ୍ରଥମ ଦୁଇଟି ମ୍ୟାଚ୍ ପୁଣେ ଏବଂ କଟକରେ ଖେଳିବା ପାଇଁ ଇଚ୍ଛା ପ୍ରକାଶ କରିଛି ।

ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ ମ୍ୟାଚ ଆୟୋଜନ ପାଇଁ ପ୍ରସ୍ତୁତ ନଥିବାରୁ ଦିଲ୍ଲୀର ପ୍ରଥମ କେତୋଟି ମ୍ୟାଚ୍ କଟକରେ କରିବାକୁ ଆୟୋଜକମାନେ ଚିନ୍ତା କରୁଛନ୍ତି । ମହିଳା ଆଇପିଏଲ ଫାଇନାଲର ଅଳ୍ପ କିଛି ଦିନ ପରେ ପୁରୁଷ ଆଇପିଏଲ ମ୍ୟାଚ୍ ଆରମ୍ଭ ହେଉଥିବାରୁ ଅରୁଣ ଜେଟଲି ଷ୍ଟାଡିୟମ ଏଥିପାଇଁ ପ୍ରସ୍ତୁତ ନଥିବ ବୋଲି ଏହାର ପରିଚାଳକ କହିଛନ୍ତି । ତେଣୁ ଦିଲ୍ଲୀ କ୍ୟାପିଟାଲ୍ସ ବିକଳ୍ପ ଭାବେ ପୁଣେ ଏବଂ ବାରବାଟୀରେ ମ୍ୟାଚ୍ ଖେଳିବା ପାଇଁ ବିଚାର କରୁଛି ।

wp:html /wp:html

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ବାରବାଟୀ ଷ୍ଟାଡିମୟରେ ଆଇପିଏଲ ମ୍ୟାଚ ଆୟୋଜନ ହୋଇସାରିଛି । ୨୦୧୧ ମସିହାରେ ଡେକାନ ଚାର୍ଜର୍ସ ଓ ୨୦୧୪ରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ଏହାକୁ ନିଜର ହୋମ ଗ୍ରାଉଣ୍ଡ କରିଥିଲେ । ଆସନ୍ତା ମାର୍ଚ୍ଚ ୨୦ କିମ୍ୱା ୨୨ ତାରିଖରୁ କ୍ରିକେଟର ସବୁଠୁ ଦାମୀ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି । ଏନେଇ ଖୁବଶୀଘ୍ର ସୂଚୀ ମଧ୍ୟ ଜାରି କରାଯିବ । ତେବେ ଚଳିତ ବର୍ଷ ଲୋକସଭା ନିର୍ବାଚନ ଥିବାରୁ ଦୁଇଟି ପର୍ଯ୍ୟାୟରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.