ଆଇପିଏଲରେ ସନଡେ’ ସୁପର ଫାଇଟ୍, ସିଏସକେ-ଆରଆର୍ ଓ ଆରସିବି-ଡିସି ମଧ୍ୟରେ ମୁକାବିଲା

Published By : Prameya-News7 Bureau | May 12, 2024 IST

ନୂଆଦିଲ୍ଲୀ: ଆଇପିଏଲ ମହାସମର ଜାରି ରହିଛି । ମ୍ୟାଚ୍ ସଂଖ୍ୟା ବଢ଼ିବା ସହିତ ରୋମାଞ୍ଚ ମଧ୍ୟ ବଢ଼ିବାରେ ଲାଗିଛି। ଚଳିତ ସିଜିନରେ ରବିବାର ଖେଳାଯିବ ଦୁଇ ମ୍ୟାଚ୍ । ୬୧ତମ ମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ଏବଂ ୬୨ତମ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଲଢ଼େଇ । ପ୍ରଥମ ମ୍ୟାଚ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ଉଭୟ ସିଏସକେ ଏବଂ ଆର୍‌ଆର ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ରାଜସ୍ଥାନ ଗୋଟିଏ ମୁକାବିଲା ଜିତିଲେ ପ୍ଲେ-ଅଫକୁ କ୍ବାଲିଫାଏ କରିବ ଏବଂ ଚେନ୍ନାଇ ଏହି ମ୍ୟାଚ୍ ବିଜୟୀ ହେଲେ ଟପ୍ ଫୋର୍‌ରେ ସ୍ଥାନ ପକ୍କା କରିବାକୁ ଦଳକୁ ଆହୁରି ସହଜ ହେବ। ସେପଟେ ସଂଧ୍ୟାରେ ଚୀନସ୍ବାମୀରେ ଖେଳାଯିବାକୁ ଥିବା ୬୨ତମ ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହେବ କାରଣ ଉଭୟ ଆରସିବି ଏବଂ ଡିସି ଏବେବି ପ୍ଳେ-ଅଫ୍ ପାଇଁ ଲଢ଼େଇ କରୁଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଗୋଟିଏ ମ୍ୟାଚ୍ ଜିତିଲେ ସିଧା ଟପ୍ ଫୋର୍‌କୁ ଆସିଯିବ । ସେହିପରି ବେଙ୍ଗାଲୁରୁ ପାଇଁ ଆଜିର ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି କରୁଛି । ଅଧିକ ରନ୍ ହାରରେ ମ୍ୟାଚ୍ ଜିତିଲେ ଟିମର ପ୍ଳେ-ଅଫ୍ ଆଶା ଉଜ୍ଜଳ ହେବ । 

ସୁପର ସନଡେ’ ପ୍ରଥମ ମ୍ୟାଚ୍ ଚେନ୍ନାଇରେ ଖେଳାଯିବ । ଅପରାହ୍ଣ ସାଢେ ୩ଟାରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସ । ସିଏସକେ ପାଇଁ ଘରୋଇ ଗ୍ରାଉଣ୍ଡରେ ଶେଷ ମ୍ୟାଚ୍ ହେବ । ଚଳିତ ଆଇପିଏଲରେ ଚେନ୍ନାଇ ୧୨ଟି ମ୍ୟାଚ୍ ଖେଳିଛି । ଏଥିରୁ ୬ଟିରେ ବିଜୟୀ ହୋଇଥିବା ବେଳେ ୬ଟିରେ ପରାସ୍ତ ହୋଇଛି । ସେହିପରି ରାଜସ୍ଥାନ ରୟାଲ୍ସ ମୋଟ୍ ୧୧ଟି ମୁକାବିଲା ଖେଳିଥିବା ବେଳେ ଏଥିରୁ ୮ ମ୍ୟାଚ୍ ଜିତି ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନରେ ରହିଛି । ଆଜିର ମ୍ୟାଚ୍ ସଞ୍ଜୁ ବାହିନୀ ଜିତିଲେ ପ୍ଲେ-ଅଫକୁ କ୍ବାଲିଫାଏ କରିବ । ମାତ୍ର ଗୁଜରାଟ ଠାରୁ ହାରିବା ପରେ ସିଏସକେ ପାଇଁ ଆଜିର ମ୍ୟାଚ୍ ଜିତିବା ଜରୁରୀ ହୋଇପଡ଼ିଛି । ଚେନ୍ନାଇ ସୁପର କିଙ୍ଗସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ ୬ଟି ମ୍ୟାଚ୍ ଜିତି ୧୨ ପଏଣ୍ଟ ଲେଖାଏଁ ପାଇଛନ୍ତି । ତେଣୁ କୌଣସି ଟିମ୍ ହାରିବା ଅନ୍ୟ ଟିମ୍ ପାଇଁ ଆଶୀର୍ବାଦ ହେବ ବୋଲି କ୍ରିକେଟ୍ ବିଶେଷଜ୍ଞ ମତ ରଖିଛନ୍ତି । ଅନ୍ୟପଟେ ମୁସ୍ତାଫିଜୁର୍ ରେହମାନ, ମଥିଶା ପତିରାଣା ଏବଂ ଦୀପକ ଚହରଙ୍କ ଅନୁପସ୍ଥିତିରେ ସିଏସକେର ବୋଲିଂ ବିଭାଗ ଦୁର୍ବଳ ହୋଇପଡ଼ିଛି । ତେଣୁ ପ୍ରତିପକ୍ଷ ଟିମ୍ ପାଇଁ ଏହି ମ୍ୟାଚ୍ ସହଜ ହେବ । ଘରୋଇ ଫ୍ୟାନ୍ସଙ୍କ ମଧ୍ୟରେ ମହେନ୍ଦ୍ର ସିଂହ ଧୋନିଙ୍କ ଏହି ମୁକାବଲା ଅନ୍ତିମ ମ୍ୟାଚ୍ ହେବା ବୋଲି କୁହାଯାଉଛି । ଆସନ୍ତା ଆଇପିଏଲ ସିଜିନ ଧୋନିଙ୍କୁ ଦର୍ଶକ ପଡ଼ିଆରେ ଦେଖିପାରିବେ କି ନାହିଁ ତାହା ସନ୍ଦେଶ ସୃଷ୍ଟି କରିଛି । ବୟସାଧିକ କାରଣକୁ ସେ ଅବସର ଘୋଷଣା କରିପାରନ୍ତି । 

ଆଜିର ଦ୍ବିତୀୟ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ  ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଚୀନସ୍ବାମୀରେ ଖେଳାଯିବ । ଚଳିତ ସିଜିନରେ ଡିସି ମୋଟ୍ ୧୨ଟି ମ୍ୟାଚ୍ ଖେଳି ୬ଟିରେ ବିଜୟୀ ହୋଇଛି । ଦିଲ୍ଲୀକୁ ପ୍ଲେ-ଅଫ୍ ଲିଷ୍ଟରେ ଦେଖିବାକୁ ହେଲେ ଆଜିର ମ୍ୟାଚ୍ ଜିତିବାକୁ ପଡ଼ିବ । ହେଲେ ଦଳ ପାଇଁ ବଡ଼ ସମସ୍ୟା ହେଉଛି ଅଧିନାୟକ ରିଷଭ୍ ପନ୍ତ । ସେ ଏହି ମ୍ୟାଚରେ ଖେଳୁନାହାନ୍ତି । ସ୍ଲୋ-ଓଭର ବୋଲିଂ ପାଇଁ ତାଙ୍କୁ ବିସିସିଆଇ ଗୋଟିଏ ମ୍ୟାଚ୍ ଫାଇନ୍ କରିଛି । ରବିବାର ମ୍ୟାଚ୍ ରିଷଭ ଖେଳିବେ ନାହିଁ । ତେଣୁ ଦଳକୁ ମ୍ୟାଚ୍ ଜିତିବା କଷ୍ଟକର ହେବ । ରିଭଷଙ୍କ ସ୍ଥାନରେ ଅକ୍ଷର ପଟେଲ୍ ଅଧିନାୟକତ୍ବ କରିବେ ବୋଲି ସୂଚନା ରହିଛି । ଦିଲ୍ଲୀ ଏହି ମ୍ୟାଚ୍ ଜିତିଲେ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିବ । ସେପଟେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଆଜି ସଂଧ୍ୟାରେ ମ୍ୟାଚ୍ ବେଶ ଗୁରୁତ୍ବପୂର୍ଣ୍ଣ । ଦଳ ଏବେବି ପ୍ଲ-ଅଫ୍ ଆଶା ବଜାଇ ରଖିଛି । ମୋଟ୍ ୧୨ଟି ମ୍ୟାଚ୍ ଖେଳି ଆରସିବି ୫ଟିରେ ବିଜୟୀ ହୋଇଛି । ସବୁଠୁ ବଡ଼ କଥା ହେଲା ଦଳ ଲଗାତାର ଭାବେ ମ୍ୟାଚ୍ ଜିତି ଆସୁଛି । ଟିମ୍ ମଧ୍ୟରେ ମନୋବଳ ଦୃଢ଼ ରହିଛି । ସେହିପରି ରନ୍ ମେସିନ୍ ଚଳିତ ସିଜିନରେ ୬୦୦ରୁ ଅଧିକ ରନ କରି ଅରୋଞ୍ଜ କ୍ୟାପ୍ ହୋଲ୍ଡର ହୋଇଛନ୍ତି । ପୂର୍ବ ମ୍ୟାଚ୍ ଗୁଡିକରେ ଦଳ ବୋଲିଂ ବିଭାଗ ଧୀରେ ଧୀରେ ସୁଧିରିବାରେ ଲାଗିଛି । ରବିବାର ମୁକାବିଲା ଜିତିଲେ ଆରସିବି ପ୍ଲେ-ଅଫ ଲିଷ୍ଟରେ ରହିବ । 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.