vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟି ବନ୍ଦ କରି ବ୍ୟାଟିଂ କର, ପଡିଆରେ ଜନି ବେୟରଷ୍ଟୋଙ୍କ- ବିରାଟ କୋହଲି ମୁହାଁମୁହିଁ, ଭିଡିଓ ଭାଇରାଲ
  • ||
  • ମହାରାଷ୍ଟ୍ର ରାଜନୀତି : ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ଏକନାଥ, ସେପଟେ ଅଡୁଆରେ ଠାକରେ ଗୋଷ୍ଠୀ
  • ||
  • ୨୪ ଘଣ୍ଟାରେ ଲଘୁଚାପ ବଳୟ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ରୋହିତ ଶର୍ମା ଫିଟ୍, ସୁସ୍ଥ ହେଲା ପରେ କରୁଛନ୍ତି ପ୍ରାକ୍ଟିସ୍
  • ||
  • ଖାଲି ଶତକ ନୁହେଁ, ବଡ ସ୍କୋର କରିବାରେ ମଧ୍ୟ ବିରାଟ ବିଫଳ : ଏଜବେଷ୍ଟନ୍ ଟେଷ୍ଟରେ ବି ଫ୍ଲପ୍ ରନ୍ ମେସିନ୍
  • ||

ରବିବାର ଘୋଷଣା ହେବ ଆଇପିଏଲ ୨୦୨୦ର କ୍ରୀଡାସୂଚୀ: ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ

5/09/2020 at 3:05 PM

ନୂଆଦିଲ୍ଲୀ ୦୫।୦୯: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୩ତମ ସଂସ୍କରଣର ଉଦଘାଟନକୁ କେବଳ ଆଉ ଦୁଇ ସପ୍ତାହ ସମୟ ବାକି ରହିଛି। ମାତ୍ର ଏଥର ଲିଗ୍‌ର କ୍ରୀଡାସୂଚୀ ଏ ପର୍ଯ୍ୟନ୍ତ ଜାରି  ହୋଇ ନାହିଁ। ପ୍ରଥମେ ସେପ୍ଟେମ୍ବର ୪ରେ ଜାରି ହେବ ବୋଲି କୁହାଯାଉଥିଲା। ଏବେ ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ଆଇପିଏଲର କ୍ରୀଡାସୂଚୀ ରବିବାର ଅର୍ଥାତ ସେପ୍ଟେମ୍ବର ୬ରେ ଜାରି ହେବ ବୋଲି ଶନିବାର ସୂଚନା ଦେଇଛନ୍ତି।

କୋଭିଡ୍-୧୯ କାରଣରୁ ଚଳିତ ବର୍ଷ ଆଇପିଏଲ ବିନା ଦର୍ଶକରେ ୟୁଏଇରେ ଖେଳାଯିବ। ପୂର୍ବେ ଏହି ଲିଗ୍‌ର ଆୟୋଜନ ମାର୍ଚ୍ଚ ୨୯ରୁ ଆରମ୍ଭ ହେବାର ଥିଲା। କିନ୍ତୁ ବୈଶ୍ଵିକ ମହାମାରୀ କରୋନା କାରଣରୁ ଲିଗ୍‌କୁ ଏ ପର୍ଯ୍ୟନ୍ତ ସ୍ଥଗିତ  ରଖିବାକୁ ପଡିଥିଲା। ଏହା ପରେ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ଵକପ୍ ସ୍ଥଗିତ ହେବାରୁ ବିସିସିଆଇକୁ ଆଇସିସି କ୍ରୀଡା ସୂଚୀରୁ ଖାଲି ଓ୍ଵିଣ୍ଡୋ ମିଳି ଯାଇଥିଲା। ଏହା ପରେ ୟୁଏଇରେ ଆଇପିଏଲ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଅଗଷ୍ଟ ୨୧ରେ ସମସ୍ତ ଫ୍ରାଞ୍ଚାଇଜି ଦଳ ୟୁଏଇରେ ପହଞ୍ଚି ସାରିଛନ୍ତି। କରୋନା ସଂକ୍ରମଣ ପରେ ଚେନ୍ନାଇ ସୁପର କିଙ୍ଗ୍ସ ଅଭ୍ୟାସ୍‌ ପାଇଁ ଅଦ୍ୟାବଧି ପଡିଆକୁ ଓହ୍ଲାଇ ପାରିନାହିଁ। ବାକି ସମସ୍ତ ଦଳ ଜୋରସୋରରେ ଅଭ୍ୟାସ ଆରମ୍ଭ କରି ଦେଲେଣି। ସେପ୍ଟେମ୍ବର ୧୯ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ ବୋଲି ପୂର୍ବରୁ ନିର୍ଦ୍ଧାରିତ ଥିଲା। ହେଲେ କରୋନା ସଂକ୍ରମଣରୁ ଚେନ୍ନାଇ ଦଳ ବାହାରି ପାରିନଥିବାରୁ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳାଯିବ ବୋଲି କୁହାଯାଉଛି।

   Related Posts