ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଆଇପିଏଲ ୨୦୨୨ : ଏହି ମାମଲାରେ ଧୋନୀ ଓ ପନ୍ତଙ୍କୁ ଟପିଲେ ସଞ୍ଜୁ ସାମସନ୍

3/06/2022 at 2:38 PM

ନୂଆଦିଲ୍ଲୀ ୦୩/୦୬: ସରିଛି ଆଇପିଏଲ । ନୂଆ ଚାମ୍ପିଅନ ହୋଇଛି ଗୁଜୁରାଟ ଟାଇଟନ୍ସ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କପ୍ତାନୀରେ ଗୁଜୁରାଟ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସକୁ ମାତ୍ ଦେଇଥିଲା । ତେବେ ଗତ ଆଇପିଏଲରେ ବଡ ଟିମ୍ ଓ ବଡ ଖେଳାଳିଙ୍କ ପ୍ରଦର୍ଶନ ବହୁତ ଖରାପ ଥିଲା ।  

ସବୁଠୁ ଖରାପ ପ୍ରଦର୍ଶନ କରିଥିଲା ୫ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ । ୪ ଥର ଚାମ୍ପିଅନ ମଧ୍ୟ ପ୍ଲେ-ଅଫରେ ପହଁଚି ପାରିନଥିଲା । ବିରାଟ କୋହଲି, ରୋହିତ ଶର୍ମା, ମହେନ୍ଦ୍ର ସିଂ ଧୋନୀ, ଗ୍ଲେନ୍ ମ୍ୟାକ୍ସଓ୍ୱେଲଙ୍କ ଭଳି ବ୍ୟାଟର୍ ଫେଲ୍ ହୋଇଥିଲେ । ସେହିପରି ଶ୍ରେୟସ ଆୟାର, କେଏଲ ରାହୁଲ ଓ ଋଷଭ ପନ୍ତ ମଧ୍ୟ ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ । କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ସଞ୍ଜୁ ସାମସନ ଦମଦାର ପ୍ରଦର୍ଶନ କରିଥିଲେ । ସିଜିନରେ ସଞ୍ଜୁ ସାମସନ୍ ଧୋନୀ ଓ ପନ୍ତଙ୍କ ଭଳି ନେତୃତ୍ୱ ଭାର ମଧ୍ୟ ସମ୍ଭାଳୁଥିଲେ ।

IPL 2021: Statistical comparison between Rishabh Pant and Sanju Samson |  NewsBytes

ତେବେ ସଞ୍ଜୁ ଓ୍ୱିକେଟକିପର୍ ଓ ଅଧିନାୟକ ଭାବେ ଧୋନୀ ଓ ପନ୍ତଙ୍କୁ ପଛରେ ପକାଇଦେଇଛନ୍ତି । ସେ ଆଇପିଏଲ ସିଜିନରେ ସବୁଠାରୁ ଅଧିକ ଶିକାର କରିଥିବା ଓ୍ୱିକେଟ୍ କିପର ହୋଇଛନ୍ତି । ଏହି ସିଜିନରେ ସେ ୧୬ଟି ଶିକାର କରିଥିଲେ । ସେ ୧୪ଟି କ୍ୟାଚ୍ ଧରିବା ସହ ୨ଟି ଷ୍ଟମ୍ପ୍ ଆଉଟ୍ କରିଥିଲେ ।  ଧୋନୀ ଓ ପନ୍ତ ତାଙ୍କଠୁ ଏହି ମାମଲାରେ ଖୁବ୍ ଦୂରରେ ଅଛନ୍ତି । ସଞ୍ଜୁ ସାମସନ୍ ଏପରି କରିଥିଲେ ।

ସୂଚନାଯୋଗ୍ୟ, ଆଇପିଏଲ ୨୦୨୨ରେ ପନ୍ତ ୧୨ଟି ଶିକାର କରିଛନ୍ତି । ସେହିପରି ଧୋନୀ ୯ଟି ଶିକାର କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରିଦ୍ଧିମାନ ଶାହ, ଇଶାନ କିଷାନ ଓ କ୍ୱିଣ୍ଟନ୍ ଡିକକ୍ ୧୩ଟି ଲେଖାଏଁ ଶିକାର କରିଛନ୍ତି ।

   Related Posts