oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

IPL ପ୍ରୋଟୋକଲ : ପ୍ରତି ଛକା ହେବାପରେ ବଦଳାଯିବ ବଲ, ଖେଳାଳିଙ୍କ ପାଇଁ ବାୟୋବବଲ ନିୟମ କଡାକଡି

10/08/2021 at 11:57 AM

ନୂଆଦିଲ୍ଲୀ ୧୦/୦୮ : ଇଣ୍ଡିଆନ ପ୍ରମିୟର ଲିଗ୍‌ର ବାକିଥିବା ମ୍ୟାଚ୍ ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ଖେଳାଯିବ । ଏ ନେଇ ବିସିସିଆଇ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଛି । ତେବେ ବାକିଥିବା ମ୍ୟାଚ୍‌ ପାଇଁ କୋଭିଡ୍‌ ନିୟମରେ କିଛିଟା ପରିବର୍ତ୍ତନ କରିଛି ବିସିସିଆଇ । ଖେଳାଳିମାନଙ୍କ ସୁରକ୍ଷା ତଥା ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ନିୟମରେ ପରିବର୍ତ୍ତନ କରାଯାଇଛି । ନୂଆ ଗାଇଡଲାଇନ୍ ଅନୁଯାୟୀ, ଯଦି ବଲ ଷ୍ଟାଡିୟମ ବାହାରକୁ ଯାଏ କିମ୍ବା ଷ୍ଟାଣ୍ଡକୁ ଯାଏ ତେବେ ଚତୁର୍ଥ ଅମ୍ପାୟାରଙ୍କ ଦ୍ବାରା ବିକଳ୍ପ ଭାବେ ଆଉ ଏକ ବଲ ଦିଆଯିବ ।

ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, କୌଣସି ବ୍ୟାଟ୍ସମ୍ୟାନ୍‌ଙ୍କ ଛକା ମାରିବା ପରେ ବଲ ଷ୍ଟାଡିୟମ କିମ୍ବା ଷ୍ଟାଣ୍ଡରେ ପଡିଲେ ସେହି ବଲକୁ ପୁଣି ଥରେ ପଡିଆ ମଧ୍ୟକୁ ଅଣାଯିବ ନାହିଁ କିମ୍ବା ଖେଳାଯିବ ନାହିଁ । ଚତୁର୍ଥ ଅମ୍ପାୟାରଙ୍କ ଦ୍ବାରା ପୂର୍ବରୁ ସାନିଟାଇଜ୍‌ ହୋଇ ଥିବା ବଲକୁ ଖେଳିବା ପାଇଁ ଦିଆଯିବ । ବିଶେଷଜ୍ଞମାନେ ପୂର୍ବରୁ କହିସାରିଛନ୍ତି ଯେ, କ୍ରିକେଟ ବଲ ଦ୍ବାରା ସଂକ୍ରମଣ ବ୍ୟାପିବା ଆଶଙ୍କା ଖୁବ କମ । କିନ୍ତୁ ବିସିସିଆଇ କୌଣସି ରିସ୍କ ନେବାକୁ ଚାହୁଁନାହିଁ ।

ସୂଚନାଯୋଗ୍ୟ, IPLର କିଛି ଖେଳାଳି ତଥା ସହଯୋଗୀ ସଦସ୍ୟଙ୍କୁ କୋଭିଡ୍‌ ହେବାପରେ ଗତ ମେ ମାସରେ ଆଇପିଏଲକୁ ସ୍ଥଗିତ ରଖାଯାଇଥିଲା । ପରବର୍ତ୍ତୀ ସମୟରେ IPL ହେବ କି ନାହିଁ ସେ ନେଇ ଆଶଙ୍କା ଦେଖାଦେଇଥିଲା । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟି ଆସନ୍ତା ସେପ୍ଟେମ୍ବର ୧୯ ତାରିଖରେ ଅବଶିଷ୍ଟ ମ୍ୟାଚ ଖେଳାଯିବା ନେଇ ଧାର୍ଯ୍ୟ କରିଥିଲା ବିସିସିଆଇ ।

ଏହା ସହିତ ଦର୍ଶକଙ୍କୁ ମଧ୍ୟ ମ୍ୟାଚ୍‌ ଦେଖିବା ପାଇଁ ଅନୁମତି ମିଳିଛି । ଷ୍ଟାଡିୟମର କେବଳ ଉପର ଭାଗରେ ବସି ମ୍ୟାଚ୍‌ ଦେଖିପାରିବେ ଦର୍ଶକ । ପଡିଆ ମଧ୍ୟରେ ଛେପ ପକାଇବା ତଥା ବଲ ସାଇନ୍‌ କରିବା ପାଇଁ ଛେପ ଲଗାଇବା​‌ ଉପରେ ମଧ୍ୟ କଡା କଟକଣା ଲାଗୁକରାଯାଇଛି ।  ବାୟୋବବଲକୁ ଯିବା ପୂର୍ବରୁ ଖେଳାଳି ଏବଂ ଟିମର ସହଯୋଗୀ ସଦସ୍ୟ ୬ ଦିନିଆ କ୍ବାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି । ଏହା ସହିତ ବାୟୋବବଲକୁ ଯିବା ପୂର୍ବରୁ ୩ଟି କୋଭିଡ୍ ନେଗେଟିଭ ରିପୋର୍ଟ ଜରୁରୀ ।

   Related Posts