ବର୍ଷକୁ ଦୁଇ ଥର ଆଇପିଏଲ, ପ୍ରଥମ ଟୁର୍ଣ୍ଣାମେଣ୍ଟରେ ଖେଳାଯିବ ୯୪ ମ୍ୟାଚ୍ - ଆକାଶ ଚୋପ୍ରା

Published By : Prameya-News7 Bureau | June 06, 2022 IST

ନୂଆଦିଲ୍ଲୀ ୦୬/୦୬:    ସରିଛି ଆଇପିଏଲ ୨୦୨୨ । କିଛି ଦିନ ପରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦ ସିରିଜ୍ ଖେଳିବ । ଏହାମଧ୍ୟରେ ଆଇପିଏଲକୁ ନେଇ ଅନେକ ଆଲୋଚନା ଜାରି ରହିଛି । ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ବର୍ଷକୁ ଦୁଇ ଥର ଆଇପିଏଲ ହେବାନେଇ କହିଛନ୍ତି । ଆଗାମୀ ଦିନରେ ଏହା ନିଶ୍ଚୟ ସମ୍ଭବ ହେବ ବୋଲି ସେ କହିଛନ୍ତି ।

ଆକାଶ ଚୋପ୍ରା ନିଜର ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି ଯେ, ଆଇପିଏଲରେ ଗତ କିଛିଦିନ ହେଲା ଅନେକ କିଛି ପରିବର୍ତ୍ତନ ଘଟିଛି । ଯେଉଁଥିରୁ ଆଗାମୀ ଦିନରେ ବର୍ଷକୁ ଦୁଇ ଥର ଆଇପିଏଲ ହୋଇପାରେ ବୋଲି ସଙ୍କେତ ମିଳୁଛି । ତେବେ ହଠାତ ଏହା ହେବନି । ଏଥିପାଇଁ ୫ ବର୍ଷ ଲାଗିପାରେ । କିନ୍ତୁ ଏହା ନିଶ୍ଚୟ ହେବ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଏବେ ଆଇପିଏଲରେ ୧୦ଟି ଟିମ୍ ଅଛନ୍ତି । ଫଳରେ ଆପେଆପେ ମ୍ୟାଚ୍ ସଂଖ୍ୟା ବଢିଯିବ । ଆଗାମୀ ଦିନରେ ଏକ ବଡ ଆଇପିଏଲର ଆୟୋଜନ ହେବ । ଯେଉଁଥିରେ ୯୪ ମ୍ୟାଚ୍ ଖେଳାଯିବ । ସେହିପରି ଆଉ ଏକ ଛୋଟ ଟୁର୍ଣ୍ଣାମେଣ୍ଟ ଖେଳାଯିବ ଯେଉଁଥିରେ କମ୍ ମ୍ୟାଚ୍ ଖେଳାଯିବ ଓ ତାହା ଗୋଟିଏ ମାସରେ ସରିଯିବ ।

ସୂଚନାଯୋଗ୍ୟ, ଭାରତୀୟ ଦଳର ପୂର୍ବତନ କୋଚ୍ ରବି ଶାସ୍ତ୍ରୀଙ୍କ ବୟାନ ପରେ ଆଇପିଏଲକୁ ନେଇ ଚର୍ଚ୍ଚା ବଢିଥିଲା । ସେ ଆଗାମୀ ଦିନରେ ବଡ ଆଇପିଏଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ ବୋଲି କହିଥିଲେ । ତେବେ ଏହା ଏବେନୁହେଁ ପରେ ସମ୍ଭବପର ବୋଲି ସେ କହିଛନ୍ତି ।

କମିଯିବ ଅନ୍ତର୍ଜାତୀୟ ମ୍ୟାଚ୍

ଆଇପିଏଲ ମ୍ୟାଚ୍ ବଢିବା କାରଣରୁ ଅନେକ ଅନ୍ତର୍ଜାତୀୟ ମ୍ୟାଚ୍ ସଂଖ୍ୟା କମିବାରେ ଲାଗିଛି । ଛୋଟ ଛୋଟ ଦେଶ କମ୍ ମ୍ୟାଚ୍ ଆଗକୁ ଖେଳିପାରନ୍ତି । ଏହାଦ୍ୱାରା ଆଇସିସିର ମଧ୍ୟ କ୍ଷତି ହେବ ବୋଲି ବୋର୍ଡ ମୁଖ୍ୟ ଏକ ବୟାନ ଜାରି କରି କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.