Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଦ୍ୱିତୀୟ କ୍ୱାଲିଫାୟରରେ ମୁହାଁମୁହିଁ ହେବେ ରାଜସ୍ଥାନ ଓ ବାଙ୍ଗାଲୋର : ବିଜୟୀ ଟିମ୍‌କୁ ମିଳିବ ଫାଇନାଲ ଟିକେଟ୍

27/05/2022 at 8:34 AM

ନୂଆଦିଲ୍ଲୀ ୨୭/୦୫: ଚଳିତ ଆଇପିଏଲ୍‌ରେ ଦ୍ୱିତୀୟ କ୍ୱାଲିଫାୟର ମୁକାବିଲା ଶୁକ୍ରବାର ଖେଳାଯିବ । ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ରାଜସ୍ଥାନ ରୟାଲ୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ । ଏହି ମ୍ୟାଚ୍‌ର ବିଜେତା ଫାଇନାଲ୍‌କୁ ଉନ୍ନୀତ ହେବ । ପରାଜିତ ଦଳ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିବ ।

ରୟାଲ୍‌ ଚ୍ୟାଲେଞ୍ଜର୍ସ ପ୍ରଥମ କ୍ୱାଲିଫାୟର ମୁକାବିଲାରେ ଗୁଜରାଟ ଟାଇଟନ୍ସ ଠାରୁ ୫ୱିକେଟ୍‌ରେ ପରାଜିତ ହୋଇଥିଲା । ଅନ୍ୟ ପଟରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ଏଲିମିନେଟର ମୁକାବିଲାରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସକୁ ରନ୍‌ରେ ହରାଇଥିଲା । ଡୁ ପ୍ଲେସି ବାହିନୀକୁ ଫାଇନାଲ୍‌ରେ ପ୍ରବେଶ କରିବାକୁ ହେଲେ ଶୁକ୍ରବାର ଆଉ ଏକ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିବାକୁ ହେବ । ଅବଶ୍ୟ ଏଲିମିନେଟର ମୁକାବିଲା ଜିତିବା ପରେ ରୟାଲ୍‌ ଚ୍ୟାଲେଞ୍ଜର୍ସର ମନୋବଳ ଶିଖର ଛୁଇଁଛି । କେବଳ ୩ଷ୍ଟାର୍‌ ଖେଳାଳି ବିରାଟ କୋହଲି, ଫାଫ ଡୁ ପ୍ଲେସି ଓ ଗ୍ଲେନ ମ୍ୟାକ୍ସୱେଲଙ୍କ ପ୍ରଦର୍ଶନରେ ଉନ୍ନତି ଆବଶ୍ୟକ ରହିଛି । ତଥାପି ନୂଆ ତାରକା ରୂପେ ଆବିର୍ଭାବ ହୋଇଥିବା ରଜତ ପତିଦର ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ସୁପରଜାଏଣ୍ଟ୍‌ସ ବିପକ୍ଷରେ ତାଙ୍କ ଶତକୀୟ ଇନିଂସକୁ ହୁଏତ ଆଇପିଏଲ୍‌ ଇତିହାସର ଅନ୍ୟତମ ଶ୍ରେଷ୍ଠ ଇନିଂସ ଭାବେ ବିବେଚନା କରାଯିବ ।

ଏଲମିନେଟର ମୁକାବିଲାରେ ରୟାଲ୍‌ ଚ୍ୟାଲେଞ୍ଜର୍ସର ପ୍ରଦର୍ଶନକୁ ଦେଖିବା ପରେ ରାଜସ୍ଥାନ ରୟାଲ୍ସର ଚିନ୍ତା ବଢିବା ସ୍ୱାଭାବିକ । ରୟାଲ୍‌ ଚ୍ୟାଲେଞ୍ଜର୍ସର ବୋଲିଂ ବିଭାଗ ବେଶ ଶକ୍ତିଶାଳୀ ରହିଛି । ଜୋସ ହାଜେଲଉଡ୍‌, ମହମ୍ମଦ ସିରାଜ, ହର୍ଷଲ ପଟେଲ ଓ ୱାନିଣ୍ଡୁ ହସରଙ୍ଗା ଘାତକ ସାବ୍ୟସ୍ତ ହେବେ । ଅବଶ୍ୟ ରୟାଲ୍ସ ନିକଟରେ ଯଥେଷ୍ଟ ଦୁର୍ଦ୍ଦର୍ଷ ବ୍ୟାଟର ରହିଛନ୍ତି । ଜୋସ ବଟଲର ସର୍ବାଧିକ ରନ୍‌ ସଂଗ୍ରହ କରିସାରିଛନ୍ତି । ସଞ୍ଜୁ ସାମସନ, ଯସଶ୍ୱୀ ଜୈସ୍ୱାଲ୍‌ ଓ ସିମରନ ହେତମେୟର ଫର୍ମରେ ରହିଛନ୍ତି । ବୋଲିଂ ବିଭାଗ ମଧ୍ୟ ସନ୍ତୁଳିତ ରହିଛି ।

ଲିଗ୍‌ ପର୍ଯ୍ୟାୟରେ ଉଭୟ ଦଳ ପରସ୍ପରକୁ ୨ଥର ଭେଟିଥିଲେ । ପ୍ରଥମ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ୪ ୱିକେଟ୍‌ରେ ବିଜୟୀ ହୋଇଥିଲା। ଦ୍ୱିତୀୟ ମୁକାବିଲାରେ ରୟାଲ୍ସ ୨୯ ରନ୍‌ରେ ଜିତିଥିଲା । ତେବେ ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ବୋଲରମାନେ ମ୍ୟାଚ୍‌ ଫଳାଫଳ ନିର୍ଣ୍ଣୟ କରିବା ଆଶା କରାଯାଉଛି । ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିବା ଦଳ ଫାଇନାଲ୍‌ରେ ପ୍ରବେଶ କରିବ ।

   Related Posts