vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଏଲିମିନେଟରରେ ମୁହାଁମୁହିଁ ହେବେ ଲକ୍ଷ୍ନୌ ଓ ବାଙ୍ଗାଲୋର : ବିଜୟୀ ଟିମ୍ ଖେଳିବ କ୍ୱାଲିଫାୟର

25/05/2022 at 9:22 AM

କୋଲକାତା,୨୫/୫ : ଚଳିତ ଆଇପିଏଲରେ ବୁଧବାର ଏଲିମିନେଟର ମୁକାବିଲା ରହିଛି । ପଏଣ୍ଟ ତାଲିକାର ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିବା ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏହି ମ୍ୟାଚରେ ପରସ୍ପରକୁ ଭେଟିବେ । ପରାଜିତ ଦଳର ଅଭିଯାନ ଶେଷ ହୋଇଯିବ । ବିଜୟୀ ଦଳ ଦ୍ୱିତୀୟ କ୍ୱାଲିଫାୟର ଖେଳିବାକୁ ସୁଯୋଗ ପାଇବ । ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ସୁପରଜାଏଣ୍ଟ୍ସ ଚଳିତ ଆଇପିଏଲରେ ଉନ୍ନତ ପ୍ରଦର୍ଶନ କରିଥିଲା । ବ୍ୟାଟିଂ ବିଭାଗରେ ଛୋଟ ମୋଟ ତ୍ରୁଟି ରହିଥିଲେ ହେଁ ଦଳଗତ ପ୍ରଦର୍ଶନ ବଳରେ ସୁପରଜାଏଣ୍ଟ୍ସ ୯ଟି ଲିଗ୍ ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା । ପଦାର୍ପଣରେ ଫାଇନାଲ୍ ଖେଳିବାର ସୁଯୋଗକୁ ହାତଛଡ଼ା କରିବାକୁ ସୁପରଜାଏଣ୍ଟ୍ସ ଚାହିଁବ ନାହିଁ ।

ତେଣୁ  ଶ୍ରେଷ୍ଠ ପ୍ରଦର୍ଶନ ସହ ଟାଇଟଲ ଦୌଡ ଜାରି ରଖିବ । ରୟାଲ୍ ଚ୍ୟାଲେଞ୍ଜର୍ସ ସେଭଳି ଆଖି ଦୃଶିଆ ପ୍ରଦର୍ଶନ କରିନଥିଲେ ହେଁ ଅନେକ ତାରକା ଖେଳାଳି ରହିଥିବାରୁ ବିଜୟ ସମ୍ଭାବନା ଅଧିକ ରହିଛି । ରୟାଲ୍ ଚ୍ୟାଲେଞ୍ଜର୍ସ ଲିଗ୍ ପର୍ଯ୍ୟାୟରେ ମଧ୍ୟ ସୁପରଜାଏଣ୍ଟ୍କୁ ହରାଇ ସାରିଛି । ଅନେକ ଖେଳାଳି ଫର୍ମରେ ନ ଥିବାରୁ ରୟାଲ୍ ଚ୍ୟାଲେଞ୍ଜର୍ସ ରାଜୁତି କରିପାରି ନଥିଲା । ହେଲେ ବିରାଟ କୋହଲି ଫର୍ମକୁ ଫେରିଛନ୍ତି । କେବଳ ମ୍ୟାକ୍ସୱେଲ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରିଲେ ରୟାଲ୍ ଚ୍ୟାଲେଞ୍ଜର୍ସ ସହଜରେ ବିଶାଳ ସ୍କୋର ସଂଗ୍ରହ କରିବ ।

ଉଭୟ ଦଳର ବୋଲିଂ ବିଭାଗ ସୁଦୃଢ । ଜାସନ ହୋଲ୍ଡର, ଅଭେଶ ଖାନ, ମହସିନ ଖାନ, ରବି ବିଶ୍ନୋଇ ପ୍ରମୁଖ ସୁପରଜାଏଣ୍ଟ୍ସ ବୋଲିଂ ବିଭାଗ ସମ୍ଭାଳୁଛନ୍ତି । ରୟାଲ୍ ଚ୍ୟାଲେଞ୍ଜର୍ସ ଦଳରେ ଜୋସ ହାଜେଲଉଡ୍, ମହମ୍ମଦ ସିରାଜ, ୱାନିଣ୍ଡୁ ହସରଙ୍ଗା ଭଳି ବୋଲର ରହିଛନ୍ତି ।

   Related Posts