oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଗୁରୁବାର ଲକ୍ଷ୍ନୌ-ଚେନ୍ନାଇ ଟକ୍କର, ବିଜୟ ଖାତା ଖୋଲିବା ଲକ୍ଷ୍ୟରେ ଦୁଇ ଟିମ୍

31/03/2022 at 8:40 AM

ମୁମ୍ବାଇ,୩୧/୦୩ : ଆଇପିଏଲ୍‌ର ସପ୍ତମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ । ଉଭୟ ନିଜ ନିଜର ପ୍ରଥମ ମ୍ୟାଚ ପରାଜିତ ହୋଇଥିବାରୁ ବିଜୟ ଖାତା ଖୋଲିବାକୁ ବ୍ୟାକୁଳ ।

ଗୁଜରାଟ ଲାୟନ୍ସ ବିପକ୍ଷରେ ପରାଜିତ ହୋଇଥିଲେ ହେଁ ଦଳର ପ୍ରଦର୍ଶନକୁ ନେଇ ଅଧିନାୟକ ଲୋକେଶ ରାହୁଲ ଚିନ୍ତିତ ନୁହନ୍ତି । କାରଣ ଏକଦା ୨୯ରନ୍‌ରେ ଦଳ ୪ଟି ୱିକେଟ୍‌ ହରାଇବାପରେ ଦୀପକ ହୁଡ଼ା ଓ ଅପରିଚିତ ଆୟୂଷ ବାଦୋନି ଚିତ୍ତାକର୍ଷକ ଅର୍ଦ୍ଧଶତକ ଅର୍ଜନ କରି ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ । ଚଳିତ ସିଜନରେ ସୁପରଜିଆଣ୍ଟସର ମଧ୍ୟକ୍ରମ ଦୁର୍ବଳ ଧିବା ଆଲୋଚନା ହେଉଥିବା ବେଳେ ହୁଡ଼ା ଓ ବାଦୋନି ସବୁ ଗଣନାକୁ ଭୁଲ ପ୍ରମାଣିତ କରିଦେଇଥିଲେ । ଏଥର ଉପରଭାଗ ବ୍ୟାଟରମାନଙ୍କ ପାଳି । ରାହୁଲ, ଡି କକ୍‌, ଏଭିନ ଲୁଇସ ଓ ମନୀଷ ପାଣ୍ଡେଙ୍କୁ ଦକ୍ଷତା ଦେଖାଇବାକୁ ପଡ଼ିବ ।

ସୁପରକିଙ୍ଗ୍‌ସ ପ୍ରଥମ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ ଠାରୁ ପରାଜିତ ହୋଇଥିଲା । ଉକ୍ତ ମ୍ୟାଚ୍‌ରେ ସୁପରକିଙ୍ଗ୍‌ସର ପ୍ରାରମ୍ଭିକ ବ୍ୟାଟରମାନେ ବିଫଳ ହୋଇଥିଲେ । ମହେନ୍ଦ୍ର ସିଂ ଧୋନି ୩୮ଟି ବଲ୍‌ରୁ ୫୦ ରନ୍‌ର ପାଳି ଖେଳିଥିଲେ । ସେହିପରି ଡ୍ୱେନ ବ୍ରାଭୋ ୨୦ ରନ୍‌ରେ ୩ଟି ୱିକେଟ୍‌ ନେଇଥିଲେ । ଭେଟେରାନଙ୍କ ପ୍ରଦର୍ଶନ ସହ ଯୁବ ଖେଳାଳିଙ୍କୁ ତାଳ ଦେଇ ଖେଳିବାକୁ ହେବ । ଆଜିର ମ୍ୟାଚ୍‌ରେ ମୋଇନ ଅଲି ଖେଳିବା ନିଶ୍ଚିତ । ତାଙ୍କ ଉପସ୍ଥିତି ଦଳର ଶକ୍ତି ବୃଦ୍ଧି କରିଛି । ରବିନ୍ଦ୍ର ଜାଡେଜା ଓ ରାହୁଲଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ । ଜାଡେଜା ଆଇପିଏଲରେ ଆଜି ପର୍ଯ୍ୟନ୍ତ ରାହୁଲଙ୍କୁ ଆଉଟ୍‌ କରିନାହାନ୍ତି ।

   Related Posts