ନୂଆ ନିୟମ ପରେ ଚିନ୍ତାରେ ଫ୍ରାଞ୍ଚାଇଜ, କେଉଁ କେଉଁ ପ୍ଲେୟରଙ୍କୁ କରିବେ ରିଟେନ୍‌ ? ଜାଣି ନିଅନ୍ତୁ ସମ୍ଭାବିତ ପ୍ଲେୟରଙ୍କ ଲିଷ୍ଟ...

Published By : Prameya-News7 Bureau | October 02, 2024 IST

ନୂଆଦିଲ୍ଲୀ ୦୨।୧୦: ଆଇପିଏଲ୍‌ ୨୦୨୫ ମେଗା ଅକ୍ସନ ପୂର୍ବରୁ ନୂଆ ନିୟମ ଆଣିଛି ବିସିସିଆଇ । ଖାସ୍‌ କରି ରିଟେନସନ୍‌ ନିୟମରେ ହୋଇଛି ବଡ ପରିବର୍ତ୍ତନ । ଏହି ନିୟମ ଅନୁସାରେ ପ୍ରତ୍ୟେକ ପ୍ରାଞ୍ଚାଇଜ୍‌ ଛଅ ଜଣ ଖେଳାଳିଙ୍କୁ ରିଟେନ୍‌ କରିପାରିବେ । ଯେଉଁ ରିଟେନସ୍‌ରେ ରାଇଟ୍‌ ଟୁ ମ୍ୟାଚ୍‌ର ବିକଳ୍ପ ସାମିଲ ଅଛି । ପ୍ରତ୍ୟେକ ଟିମ୍‌ ସର୍ବାଧିକ ୫ ଜଣ କ୍ୟାପଡ ଏବଂ ୨ ଜଣ ଅନକ୍ୟାପଡ୍ ପ୍ଲେୟର ରଖିପାରିବେ । ତେବେ କିଏ ହେବେ ଏହି ଅନକ୍ୟାପଡ ପ୍ଲେୟର ? 

ନୂଆ ନିୟମ ଅନୁଯାୟୀ ଗତ ୫ ବର୍ଷ ମଧ୍ୟରେ ଯେଉଁ ଭାରତୀୟ ପ୍ଲେୟର କୌଣସି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିନାହାଁନ୍ତି, ତାଙ୍କୁ ଅନକ୍ୟାପଡ ପ୍ଲେୟର ଭାବେ ଗଣାଯିବ । ଏହାବ୍ୟତୀତ ଯଦି କୌଣସି ପ୍ଲେୟରଙ୍କ ପାଖରେ ବିସିସିଆଇର ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ଟ ନାହିଁ, ତେବେ ସେ ମଧ୍ୟ ଅନକ୍ୟାପଡ ପ୍ଲେୟର ଗଣତିରେ ଯିବେ । ଏବେ ପ୍ରଶ୍ନ ଆସୁଛି ସବୁ ଫ୍ରାଞ୍ଚାଇଜ୍‌ କେଉଁ କେଉଁ ପ୍ଲେୟରଙ୍କୁ କରିବେ ରିଟେନ ?  ଆସନ୍ତୁ ଜାଣିବା ସମ୍ଭାବିତ ରିଟେନ ପ୍ଲେୟରଙ୍କ ବିଷୟରେ...

କୋଲକାତା ନାଇଟ୍ ରାଇଡର୍ସ । ୨୦୨୪ ଆଇପିଏଲ୍‌ର ବିଜେତା । ଟିମ୍‌ ଶ୍ରେୟସ୍ ଆୟର, ରିଙ୍କୁ ସିଂ, ଫିଲ୍ ସଲ୍ଟ , ସୁନୀଲ ନାରିନ, ମିଚେଲ ଷ୍ଟାର୍କ, ହର୍ଷିତ ରାଣାଙ୍କୁ କରିପାରେ ରିଟେନ୍ । 

ସେହିପରି ୨୦୨୪ ଆଇପିଏଲର ରନର୍ସଅପ୍‌ ଟିମ୍‌ ରହିଥିଲା ସନରାଇଜର୍ସ ହାଇଦ୍ରାବାଦ । ଆଗାମୀ ସିଜିନ୍‌ ପାଇଁ ଫ୍ରାଞ୍ଚାଇଜ୍‌ ପ୍ୟାଟ୍ କମିନ୍ସ,, ଅଭିଷେକ ଶର୍ମା, ଟ୍ରାଭିସ୍ ହେଡ୍, ହେନରିଚ୍‌ କ୍ଲାସେନ୍, ଟି ନଟରାଜନ୍, ନୀତୀଶ କୁମାର ରେଡ୍ଡୀଙ୍କୁ କରିପାରେ ରିଟେନ୍‌ ।

 ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ବିରାଟ କୋହଲି, ମହମ୍ମଦ ସିରାଜ, ୱିଲ ଜ୍ୟାକ, ଗ୍ଲେନ ମ୍ୟାକ୍ସୱେଲ, କାମେରନ ଗ୍ରୀନ, ୟଶ ଦୟାଲଙ୍କୁ କରିପାରେ ରିଟେନ । 

୨୦୨୪ ଆଇପିଏଲରର ସୁପର୪ରେ ଏଣ୍ଟ୍ରି କରିପାରିନଥିଲା ଚେନ୍ନାଇ ସୁପରକିଙ୍ଗ । ଫ୍ରାଞ୍ଚାଇଜ୍‌ ରୁତୁରାଜ ଗାଇକୱାଡ, ରବିନ୍ଦ୍ର ଜାଡେଜା, ଶିବମ ଦୁବେ, ରଚିନ୍ ରବିନ୍ଦ୍ର, ମଥିଶ ପଥିରାନା, ଏମଏସ ଧୋନିଙ୍କୁ କରିପାରେ ରିଟେନ । 

ଏହାପଛକୁ ରହିଛି ରାଜସ୍ଥାନ ରୟାଲ୍ସ । ଫ୍ରାଞ୍ଚାଇଜ ସଞ୍ଜୁ ସାମସନ, ଜସ୍ ବଟଲର, ଯଶସ୍ୱୀ ଜୈସୱାଲ, ଟ୍ରେଣ୍ଟ ବୋଲ୍ଟ, ୟୁଜବେନ୍ଦ୍ର ଚହଲ, ଓ ସନ୍ଦୀପ ଶର୍ମାଙ୍କୁ କରିପାରେ ରିଟେନ୍ । 

ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା, ରୋହିତ ଶର୍ମା, ଜସପ୍ରୀତ ବୁମ୍ରା, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ଅଶ୍ରୁଳ କମ୍ବୋଜଙ୍କୁ ରିଟେନ କରିପାରେ ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ । 

ଲକ୍ଷ୍ନୌ ସୁପର ଜଏଣ୍ଟସ୍ କେ.ଏଲ୍ ରାହୁଲ, କ୍ୱିଣ୍ଟନ୍ ଡି କକ୍, ନିକୋଲାସ୍ ପୁରନ୍, ରବି ବିଷ୍ଣୁ, ମାର୍କସ୍ ଷ୍ଟୋଇନିସ୍, ମୟଙ୍କଙ୍କୁ ରିଟେନ୍‌ ପ୍ଲେୟର ଭାବେ ଟିମ୍‌ରେ ସାମିଲ କରିବା ପ୍ରାୟ ଏକ ପ୍ରକାରର ସୁନିଶ୍ଚିତ । 

ସେହିପରି ପ୍ରୀତି ଜିଣ୍ଟାଙ୍କ ପଞ୍ଜାବ କିଙ୍ଗସ୍ ମାଥ୍ୟୁ ସର୍ଟ, ସାମ୍ କୁରାନ୍, ଅର୍ଶଦୀପ ସିଂ, କାଗିସୋ ରାବଡା, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଆଶୁତୋଷ ଶର୍ମାଙ୍କୁ ଟିମରେ ରିଟେନ ପ୍ଲେୟର ଭାବେ ସାମିଲ କରିପାରେ । 

ଏହାପଛକୁ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ଫ୍ରାଞ୍ଚାଇଜ୍‌ ଋଷଭ ପନ୍ତ, ମିଚେଲ ମାର୍ଶ, ହ୍ୟାରି ବ୍ରୁକ, ଜ୍ୟାକ ଫ୍ରେଜର-ମ୍ୟାକଗର୍କ, ଅକ୍ସର ପଟେଲ, ଅଭିଷେକ ପୋରେଲଙ୍କୁ ରିଟେନ୍ କରିପାରେ । 

ଶେଷରେ ରହିଛି ଗୁଜୁରାଟ ଟାଇଟାନ୍ସ । ଆଇପିଏଲ୍‌ ୨୦୨୫ ପାଇଁ ଫ୍ରାଞ୍ଚାଇଜ୍‌ ଶୁବମାନ ଗିଲ, ରସିଦ ଖାନ, ଡେଭିଡ ମିଲର, ସାଇ ସୁଦର୍ଶନ, ମହମ୍ମଦ ଶାମି, ରାହୁଲ ତିୱାଟିଆଙ୍କୁ କରିପାରେ ସାମିଲ ।  ତେବେ ଏସବୁ ତ ହେଉଛି ସମ୍ଭାବିତ ପ୍ଲେୟରଙ୍କ ନାଁ, କିନ୍ତୁ ଫ୍ରାଞ୍ଚାଇଜ୍‌ମାନେ କେଉଁ ପ୍ଲେୟରଙ୍କୁ ରିଟେନ କରିବେ ତାକୁ ହିଁ ଅପେକ୍ଷା... 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.