vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଶେଷ ଲିଗ୍ ମ୍ୟାଚରେ ମୁହାଁମୁହିଁ ହେବେ ପଞ୍ଜାବ ଓ ହାଇଦ୍ରାବାଦ : ବିଜୟ ସହ ଅଭିଯାନ ଶେଷ ଲକ୍ଷ୍ୟରେ ଉଭୟ ଟିମ୍

22/05/2022 at 9:24 AM

ନୂଆଦିଲ୍ଲୀ ୨୨/୦୫:  ଚଳିତ ଆଇପିଏଲ୍‌ର ଅନ୍ତିମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍‌ସ ଓ ସନରାଇଜର୍ସ ହାଇଦ୍ରାବାଦ । ୪ଟି ଦଳ ପ୍ଲେ-ଅଫ୍‌ରେ ପ୍ରବେଶ କରିସାରିଥିବାରୁ ଏହି ମ୍ୟାଚ୍‌ଟି ମୂଲହୀନ ହୋଇ ପଡ଼ିଛି । କେବଳ ସମ୍ମାନ ପାଇଁ ଉଭୟ ଦଳ ପରସ୍ପରକୁ ସାମ୍ନା କରିବେ ।

ଉଭୟ ସନରାଇଜର୍ସ ଓ ପଞ୍ଜାବ କିଙ୍ଗ୍‌ସ ୧୨ପଏଣ୍ଟ ଲେଖାଏଁ ଅର୍ଜନ କରିଛନ୍ତି । ଉନ୍ନତ ରନ୍‌ ରେଟ୍‌ ବଳରେ ପଞ୍ଜାବ କିଙ୍ଗ୍‌ସ ସପ୍ତମ ସ୍ଥାନରେ ରହିଛି । ସନରାଇଜର୍ସ ଅଷ୍ଟମ ସ୍ଥାନ ଅଧିକାର କରିଛି । ମ୍ୟାଚ୍‌ ବିଜୟୀ ଦଳ ଷଷ୍ଠକୁ ଉନ୍ନୀତ ହେବ । ଏହି ସ୍ଥାନରେ ଥିବା କୋଲକାତା ନାଇଟ ରାଇଡର୍ସ ସପ୍ତମକୁ ଖସିବ ।

ବିଜୟ ସହ ସିଜନ ଶେଷ କରିବାକୁ ଉଭୟ ଦଳ ଲକ୍ଷ୍ୟ ରଖିଛନ୍ତି । ଫଳରେ ଦର୍ଶକମାନେ ଏହି ମ୍ୟାଚ୍‌ର ଭରପୁର ରୋମାଞ୍ଚ ନେଇ ପାରିବେ। ସନରାଇଜର୍ସ ବ୍ୟାଟିଂ ବିଭାଗ ତ୍ରୁଟି ସୁଧାରିବାରେ ବିଫଳ ହୋଇଥିଲା । ଅଧିନାୟକ କେନ ୱିଲିୟମସନଙ୍କ ବ୍ୟାଟ୍‌ ଏଥର ଚୁପ୍‌ ରହିଥିଲା । ନିକୋଲାସ ପୂରନ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିବାରେ ବିଫଳ ହୋଇଥିଲେ । ଆହତ ସମସ୍ୟା ମଧ୍ୟ ଦଳ ପାଇଁ ଚିନ୍ତାର କାରଣ ସାଜିଥିଲା । ୱାସିଂଟନ ସୁନ୍ଦର ଓ ଟି ନଟରାଜନ ବାରମ୍ବାର ଆହତ ହୋଇଥିଲେ । ବର୍ତ୍ତମାନ ସବୁ ଖେଳାଳି ଫିଟ୍‌ ଓ ଫର୍ମରେ ରହିଛନ୍ତି । ସବୁ ତ୍ରୁଟିକୁ ଭୁଲି ସନରାଇଜର୍ସ ଉନ୍ନତ ପ୍ରଦର୍ଶନ କରିବ । ୱିଲିୟମସନ ମ୍ୟାଚ୍ ଖେଳିବେନି । ତାଙ୍କ ସ୍ଥାନରେ ଜଣେ ନୂଆ ଅଧିନାୟକଙ୍କୁ ଦେଖିବାକୁ ମିଳିବ ।

ପଞ୍ଜାବ କିଙ୍ଗ୍‌ସ ଚଳିତ ସିଜନରେ କିଛି ଚମତ୍କାର ପ୍ରଦର୍ଶନ କରିଥିଲା । ବିଶେଷ କରି ଲାଏମ ଲିଭିଙ୍ଗଷ୍ଟୋନ, ଜନି ବେୟାରଷ୍ଟୋ, ଶିଖର ଧାୱନ, ଅର୍ଶଦୀପ ସିଂହ, କାଗିସୋ ରାବାଡା ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ । ମୟଙ୍କ ଅଗ୍ରୱାଲ୍‌ ଦକ୍ଷତା ମୁତାବକ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । କିନ୍ତୁ ଶାହରୁଖ ଖାନ୍‌ ଓ ଓଡିନ ସ୍ମିଥ୍‌ ସଫଳତା ସତ୍ତେ୍ୱ ଖୁବ୍‌ କମ୍‌ ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଇଥିଲେ ।

   Related Posts