Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଷାନ୍‌ କିଷାନ୍‌ଙ୍କ ଜବରଦସ୍ତ ବ୍ୟାଟିଂ, ଦିନିକିଆ କ୍ରିକେଟ୍‌ରେ ହାସଲ କଲେ ପ୍ରଥମ ଦ୍ୱିଶତକ
  • ||
  • ଭୁବନେଶ୍ୱର: ଅର୍ଚ୍ଚନା ନାଗ ଗିରଫ ମାମଲା, କୋର୍ଟଙ୍କ ଅନୁମତି ପରେ ତଥ୍ୟ ଦେଲା ଖଣ୍ଡଗିରି ପୋଲିସ
  • ||
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ମୁମ୍ବାଇ ଇଣ୍ଡିଆନ୍ସ–ସନରାଇଜର୍ସ ହାଇଦ୍ରାବାଦ ଫାଇଟ୍, ବିଶାଳ ବିଜୟ ଲକ୍ଷ୍ୟରେ ରୋହିତ ଆଣ୍ଡ କୋ

8/10/2021 at 12:07 PM

ଆବୁଧାବି,୦୮/୧୦: ଆଜି ଆଇପିଏଲ୍‌ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ । ଡିଫେଣ୍ଡିଂ ଚାମ୍ପିଅନ୍‌ ଦଳ ପାଇଁ ମ୍ୟାଚ୍‌ଟି ବେଶ୍‌ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ହେବ । ପ୍ଲେ-ଅଫ୍‌ରେ ପ୍ରବେଶ କରିବା ପାଇଁ ଏବେ ବି ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ସୁଯୋଗ ରହିଛି ।

କିନ୍ତୁ ସନରାଇଜର୍ସକୁ ବିଶାଳ ବ୍ୟବଧାନରେ ହରାଇବାକୁ ପଡ଼ିବ । ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସକୁ ୧୭୦ରୁ ଉଦ୍ଧ୍ୱର୍ ରନ୍‌ରେ ହରାଇଲେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ-ଅଫ୍‌ରେ ପ୍ରବେଶ କରିପାରିବ ।ଉଭୟ ଦଳର ଏହା ଶେଷ ଲିଗ୍‌ ମ୍ୟାଚ ହୋଇଥିବାରୁ ଦର୍ଶକଙ୍କ ରୋମାଞ୍ଚ ଦ୍ୱିଗୁଣିତ କରିବା ଉଭୟ ଦଳର ପ୍ରଥମ କାର୍ଯ୍ୟ ହେବ ।

ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନରେ ସ୍ଥିରତା ନଥିବାବେଳେ ସନରାଇଜର୍ସର ପ୍ରଦର୍ଶନ ଲଜ୍ଜା ଜନକ ରହିଥିଲା । ସମ୍ପୂର୍ଣ୍ଣ ସିଜନରେ କେବଳ ଜାସନ ହୋଲ୍ଡର ଓ ରସିଦ ଖାନ୍‌ ସଫଳ ହୋଇଥିଲେ । ସେହିପରି ନବାଗତ ପେସ୍‌ ବୋଲର ଉମ୍ରାନ ମଲିକ୍‌ ଦ୍ରୁତ ବେଗରେ ବଲ୍‌ ପକାଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଥିଲେ ।

ମୁମ୍ବାଇ ଇଣ୍ଡିଆନ୍ସକୁ ବିଶାଳ ବ୍ୟବଧାନରେ ଜିତିବାକୁ ପଡ଼ିବ । ଏହା ସମ୍ଭବ ହେଲେ ସେ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନକୁ ଉଠି ପାରିବେ । ଅବଶ୍ୟ ଦଳର ପ୍ରମୁଖ ଖେଳାଳିମାନେ ଫର୍ମ ଫେରିପାଇଛନ୍ତି । ତେଣୁ ଆବୁଧାବିରେ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିବ ।

   Related Posts