suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଦୁବାଇରେ IPL‌, ଝାରସୁଗୁଡ଼ାରେ ବେଟିଂ କରୁଛନ୍ତି ଛତିଶଗଡ଼ୀ ଦଲାଲ: ବେଲପାହାଡ଼ ପୋଲିସ ପଞ୍ଝାରେ ୬ ଜୁଆଡ଼ି

6/11/2020 at 7:24 PM

ଝାରସୁଗୁଡ଼ା ୬/୧୧: ଦୁବାଇରେ ବ୍ୟାଟିଂ ଚାଲିଥିବା ବେଳେ ଛତିଶଗଡ଼ରୁ ଆସି ବେଲପାହଡରେ ବେଟିଂ କରୁଥିଲେ ସଟ୍ଟା ଦଲାଲ୍ । ବେଲପାହଡର ଏକ ହୋଟେଲରେ ଗତକାଲି ସନ୍ଧ୍ୟାରେ ଆଇପିଏଲ୍ ଫାଇନାଲକୁ ଉନ୍ନିତ ହେବାକୁ ଗୁରୁତ୍ୱପୁର୍ଣ୍ଣ ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ମ୍ୟାଚ୍ ଚାଲିଥିବା ବେଳେ ଚାଲିଥିଲା ବେଟିଂ ଆଉ ଲାଗୁଥିଲା ବୋଲି । କିଏ ଜିତିବ ଆଉ କିଏ ହାରିବ ,ତାକୁ ନେଇ ଲାଗିଥିଲା ବାଜି ।

ଏହିଭଳି ଖେଳ ଚାଲିଥିବା ବେଳେ ବେଲପାହଡ଼ ପୋଲିସ ହୋଟେଲ ଭିତରକୁ ପ୍ରବେଶ କରି ଘଟଣାସ୍ଥଳରୁ ଛତିଶଗଡର ପ୍ରଦୀପ ପଟେଲ,ଅରିଫ୍ ଅହମ୍ମଦ୍, ୱାସିମ୍ ଅହମ୍ମଦ, ଶେର୍ ଖାନ୍,ବିଜୟ ଶର୍ମା ଓ ଜଗନ୍ନାଥ ସିଂହଙ୍କୁ ଗିରଫ କରିଛି। ଏହାସହ ସେମାନଙ୍କ ନିକଟରୁ ନଗଦ ଏକ ଲକ୍ଷ ଏକ ହଜାର ୩ଶହ ଟଙ୍କା , ୨୦ଟି ମୋବାଇଲ ,ଗୋଟିଏ ଲାପଟପ୍ ଓ ଗୋଟିଏ ରେନଲ୍ଟ କାର ଜବତ କରିଛି ପୋଲିସ।

ଅଭିଯୁକ୍ତଙ୍କୁ ଗିରଫ କରି ଆଜି ସମସ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।ଆଇପିଏଲ ବେଟିଂ କୁ ନେଇ ଚାରିଆଡେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଝାରସୁଗୁଡା ଜିଲ୍ଲା ପୋଲିସ ଏଭଳି ଗ୍ୟାଙ୍ଗକୁ ଠାବ୍ କରିବାକୁ ଜାଲ ବିଛେଇଥିଲା । ଛତିଶଗଡରୁ ଆସି ବେଲପାହଦଡ଼ର ସ୍ଥାନୀୟ ଲୋକଙ୍କୁ ବେଟିଂ ଜାଲରେ ଫାସାଉଥିଲା ଏହି ଗ୍ୟାଙ୍ଗ ବୋଲି କହିଛି ବେଲପାହଡ଼ ପୋଲିସ ।

   Related Posts