ଫାଇନାଲ୍‌ରେ ଗର୍ଜିଲା ଡୁପ୍ଲେସିସ୍‌ଙ୍କ ବ୍ୟାଟ୍, କେକେଆରକୁ ୧୯୩ ରନ ଟାର୍ଗେଟ୍ ଦେଲା ଚେନ୍ନାଇ

Published By : Prameya-News7 Bureau | October 15, 2021 IST

ଦୁବାଇ ୧୫।୧୦: ଫାଇନାଲ୍ ମୁକାବିଲାରେ ଗର୍ଜିଲେ ଚେନ୍ନାଇ ସୁପର କିଙ୍ଗ୍ସର ବ୍ୟାଟସମ୍ୟାନ। ଫାଫ ଡୁପ୍ଲେସିସ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ସୁପରକିଙ୍ଗ୍ସ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୧୯୨ ରନର  ବିଶାଳ ସ୍କୋର କରିଛି। ତୃତୀୟ ଟାଇଟଲ୍ ଜିତିବାକୁ ହେଲେ କେକେଆରକୁ ୨୦୧ ରନର ବିଜୟ ଲକ୍ଷ୍ୟ ହାସଲ କରିବାକୁ ପଡିବ। ଡୁପ୍ଲେସିସ୍‌  ୮୬ ରନର ଧୂଆଁଧାର ଇନିଂସ ଖେଳିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମୋଇନ ଅଲ୍ଲୀ  ୩୭ ରନର ଅପରାଜିତ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ଏହା ପୂର୍ବରୁ ଟସ୍ ଜିତି କେକେଆର ବୋଲିଂ ନିଷ୍ପତ୍ତି ନେଇଥିଲା। ହେଲେ କୋଲକାତା ବୋଲର ଆଜି ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଏହି ମ୍ୟାଚ୍ ଜିତିଲେ ଚେନ୍ନାଇ ଚତୁର୍ଥ ଥର ଆଇପିଏଲ ବିଜେତା ହେବ।

ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇକୁ ଋତୁରାଜ ଗାଏକଓ୍ଵାଡ ଓ ଫାଫ ଡୁପ୍ଲେସିସ୍‌ ଭଲ ଆରମ୍ଭ ଦେଇଥିଲେ। ଉଭୟ ୮.୧ ଓଭରରେ ୬୧ ରନ ଯୋଡିଥିଲେ। ଗାଏକଓ୍ଵାଡ ୨୭ ବଲ୍‌ରୁ ୩ ଚୌକା ଓ ୧ ଛକା ସହ ୩୨ ରନ କରିଥିଲେ। ଏହା ପରେ ଡୁପ୍ଲେସିସ୍ ଏବଂ ରବିନ ଉଥାପ୍ପାଙ୍କ ମଧ୍ୟରେ ଆଉ ଏକ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା। ଉଥପ୍ପା ୧୫ ବଲ୍‌ରୁ ୩ ଛକା ସହ ୩୧ ରନ କରି ପାଭିଲିୟନ ଫେରିଥିଲେ। ଏହା ପୂର୍ବରୁ ସେ ଡୁପ୍ଲେସିସ୍‌ଙ୍କ ସହ ଦ୍ଵିତୀୟ ଓ୍ଵିକେଟ୍‌ରେ ୬୩ ରନ ଯୋଡିଥିଲେ। ଏହା ପରେ ପ୍ଲେସିସ୍‌ ଇନିଂସ ସମ୍ଭାଳିଥିଲେ। ମୋଇନ ଅଲ୍ଲୀ ୨୦ ବଲ୍‌ରୁ ୨ ଚୌକା ଓ ୩ ଛକା ସହ ୩୭ ରନରେ ଅପରାଜିତ ଥିଲେ। ଡୁପ୍ଲେସିସ୍‌ ୫୯ ବଲ୍‌ରୁ ୭ ଚୌକା ଓ ୩ ଛକା ସହ ୮୬ ରନର ଇନିଂସ ଖେଳିଥିଲେ। ସେ ଶେଷ ବଲ୍‌ରେ ଆଉଟ୍ ହୋଇଥିଲେ। ଡୁପ୍ଲେସିସ୍‌ ଓ ମୋଇନ ତୃତୀୟ ଭାଗିଦାରୀରେ ୬୮ ରନ ଯୋଡିବାରୁ ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୧୯୨ ରନ କରି ପାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.