ନୂଆଦିଲ୍ଲୀ,୨୧/୦୩: ଆଉ କିଛି ଦିନ ପରେ ଆରମ୍ଭ ହେବ ଆଇପିଏଲ ୨୦୨୨ । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସବୁ ଟିମ୍ ଜୋରଦାର ଅଭ୍ୟାସ କରୁଛନ୍ତି । ନିଜ ନିଜର ଡ୍ରେସିଂ ରୁମ୍ ଓ ସାଥି ଖେଳାଳିଙ୍କ ସହ ମଜା ମଧ୍ୟ କରୁଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ମଧ୍ୟ ଏଥିରୁ ବାଦ୍ ପଡି ନାହିଁ ।
କେନ୍ ଓ୍ୱିଲମସନଙ୍କ ନେତୃତ୍ୱରେ ହାଇଦ୍ରାବାଦ ନିକଟରେ ଆଡ୍ ସୁଟ୍ କରିଥିଲା । ଯେଉଁଥିରେ ଦକ୍ଷିଣ ଆଫ୍ରିକା ଖେଳାଳି ତଥା ମହାନ ବୋଲର ଡେଲ୍ ଷ୍ଟେନ ମଜା କରୁଥିବା ଦେଖିବାକୁ ମିଳିଥିଲା । ଯାହାର ଭିଢିଓ ଦଳ ସେୟାର କରିଛି । ଭିଡିଓରେ ଅଧିନାୟକ କେନ୍ ଓ୍ୱିଲମସନ୍, ଡେଲ୍ ଷ୍ଟେନ୍ ସମେତ ଅନ୍ୟ ଖେଳାଳି ନଜର ଆସିଛନ୍ତି ।
wp:html/wp:html.@StayWrogn looking for models? #TATAIPL #OrangeArmy #ReadyToRise pic.twitter.com/p9jRTlwreP
— SunRisers Hyderabad (@SunRisers) March 19, 2022
ସୂଚନାଯୋଗ୍ୟ, ସନରାଇଜର୍ସ ନିଜର ପ୍ରଥମ ମ୍ୟାଚ୍ ୨୯ ତାରିଖରେ ଖେଳିବ । ଡେଲ୍ ଷ୍ଟେନ୍ ମଧ୍ୟ ଆଇପିଏଲରେ ନିଜର ଜଲଓ୍ୱା ଦେଖାଇଛନ୍ତି । ସେ ୯୫ଟି ମ୍ୟାଚ୍ ଖେଳି ୯୭ ଓ୍ୱିକେଟ୍ ନେଇଛନ୍ତି । ସେ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନରାଇଜର୍ସ ହାଇଦ୍ରାବାଦ ଓ ଡେକାନ ଚାର୍ଜର୍ସ ପାଇଁ ଖେଳି ସାରିଛନ୍ତି ।