vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସକୁ ଝଟକା: ସଦସ୍ୟ କୋଭିଡ୍ ପଜିଟିଭ୍ ପରେ ଦୁବାଇରେ କ୍ଵାରେଣ୍ଟାଇନ୍‌ରେ ପୂରା ଟିମ୍

28/08/2020 at 6:02 PM

ଚେନ୍ନାଇ ୨୮।୦୮: ତିନି ଥରର ଆଇପିଏଲ ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)ର କିଛି ସଦସ୍ୟ ଘାତକ କରୋନା ଭାଇରସ ଟେଷ୍ଟରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି କାରଣରୁ ସଦସ୍ୟଙ୍କ କ୍ଵାରେଣ୍ଟାଇନ୍‌ ଅବଧି ବଢାଇ ଦିଆଯାଇଛି। ଏହା ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ଵାଧୀନ ସିଏସକେ ପାଇଁ ବଡ ଝଟକା ହୋଇଛି। କାରଣ ଖେଳାଳିଙ୍କୁ ଶୁକ୍ରବାରଠୁ ଅଭ୍ୟାସ୍ ଆରମ୍ଭ କରିବାର ଥିଲା।

ଟାଇମ୍ସ ଅଫ ଇଣ୍ଡିଆ ଏହାର ସୂଚନା ଦେଇଛି, ହେଲେ ଏବେ ମଧ୍ୟ ସ୍ପଷ୍ଟ ସୂଚନା ମିଳିନାହିଁ ଯେ କେଉଁ ଖେଳାଳି ବା ସହାୟକ କର୍ମଚାରୀ ଏବଂ ଅଧିକାରୀଙ୍କୁ କରୋନା ହୋଇଛି। ସୂଚନା ଅନୁଯାୟୀ ଦୁବାଇ ପହଞ୍ଚିବା ପରେ ଦଳର ସଦସ୍ୟଙ୍କ କୋଭିଡ୍-୧୯ ପରୀକ୍ଷଣ କରାଯାଇଥିଲା ଯାହା କିିଛି ସଦସ୍ୟଙ୍କ ପଜିଟିଭ୍ ଆସିଛି। ଫଳସ୍ଵରୂପ ସିଏସକେକୁ ଏବେ ଆହୁରି ଗୋଟିଏ ସପ୍ତାହ କ୍ଵାରେଣ୍ଟାଇନ୍‌ରେ ରହିବାକୁ ପଡିବ।

ଚେନ୍ନାଇ ସୁପର କିଙ୍ଗ୍ସର ଖେଳାଳି ଓ ସହାୟକ କର୍ମକର୍ତ୍ତା ଅଗଷ୍ଟ ୨୧ରେ ଦୁବାଇ ପହଞ୍ଚିଥିଲେ ଏବଂ ବିସିସିଆଇ ପକ୍ଷରୁ ଲଗାଯାଇଥିବା ବାଧ୍ୟତାମୂଳକ କ୍ଵାରେଣ୍ଟାଇନ୍‌ରେ ରହିଥିଲେ। ଭାରତରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଆଇପିଏଲ ଦୁବାଇରେ ଖେଳା ଯାଉଛି ଯାହା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ।

ବିସିସିଆଇ ୟୁଏଇ ପହଞ୍ଚିବା ପୂର୍ବରୁ ଦଳର ପ୍ରତି ସଦସ୍ୟଙ୍କ ତିନି ଥର କରୋନା ପରୀକ୍ଷଣ ବାଧ୍ୟତାମୂଳକ କରିଥିଲା। ଏହା ପରେ ଯାଇ ହିଁ ଅଭ୍ୟାସ୍ ଆରମ୍ଭ ହୋଇଥିଲା। ସିଏସକେ ଖେଳାଳିଙ୍କ ଚତୁର୍ଥ କୋଭିଡ୍-୧୯ ପରିଣାମ ଶନିବାର ଜଣା ପଡିବ।

   Related Posts