ବ୍ରହ୍ମପୁର, ୧୭/୦୫: ଆଇପିଏଲ ଅନଲାଇନ ବେଟିଂ କରୁଥିବା ୫ ଅଭିଯୁକ୍ତଙ୍କୁ ବ୍ରହ୍ମପୁରର ଗୋସାଇଁ ନୂଆଗାଁ ଥାନା ପୋଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୪ ଲକ୍ଷ ୫୬ ହଜାର ଟଙ୍କା, ୨୦୩ ଗ୍ରାମ ସୁନା ଅଳଙ୍କାର, ଏକ ଦାମୀ କାର, ୯ ଟି ମୋବାଇଲ ଜବତ ହୋଇଛି । ଅଭିଯୁକ୍ତମାନେ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ କନିଶି ହାଟର ଦିପୁ ନାହାକ(୩୨), କିଟୁ ରାଉତ(୩୬), ଅଶ୍ବିନୀ କୁମାର ପାତ୍ର(୩୧), ପ୍ରସନ୍ନ କୁମାର ସାହୁ(୩୮) ଓ ଗୋପୀନାଥ ମହାରଣା(୨୮) । ଏହି ଅଭିଯୁକ୍ତମାନେ କୋଲକାତାର ଜଣେ ଡିଷ୍ଟ୍ରିବୁଟର ଠାରୁ ଲାଇନ୍ ଆଣି ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳରେ ଅନଲାଇନ ବେଟିଂ ଚଳାଇଥିଲେ ବୋଲି ବ୍ରହ୍ମପୁର ଏସପି ଶ୍ରବଣ ବିବେକ କହିଛନ୍ତି ।
ଅମେଠି ଓ ରାଇବରେଲିରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ?...