ଆଇପିଏଲ ମିନି ଅକ୍ସନ ପାଇଁ ସ୍ଥାନ ଏବଂ ତାରିଖ ଘୋଷଣା, ତୁର୍କୀରେ ନୁହେଁ ଏବେ ଏଠି ହେବ ଆୟୋଜନ

Published By : Prameya-News7 Bureau | November 09, 2022 IST

ନୂଆଦିଲ୍ଲୀ: ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ ଖେଳାଳିଙ୍କ ନିଲାମୀ ଆସନ୍ତା ଡିସେମ୍ୱର ୨୩ରେ କୋଚିରେ ଆୟୋଜିତ ହେବ । ଏହାକୁ ଆସନ୍ତା ସଂସ୍କରଣ ପୂର୍ବରୁ ଆଇପିଏଲର ମିନି ଅକ୍ସନ ବୋଲି ମଧ୍ୟ କହୁଯାଉଛି । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ବୁଧବାର ଏହି ସୂଚନା ଦେଇଛନ୍ତି । ପ୍ରଥମେ ତୁର୍କୀର ଇସ୍ତାମବୁଲ, ବେଙ୍ଗାଲୁରୁ, ନୂଆଦିଲ୍ଲୀ, ମୁମ୍ୱାଇ ଏବଂ ହାଇଦ୍ରାବାଦ ମଧ୍ୟରୁ ଯେକୌଣସି ଗୋଟିଏ ସ୍ଥାନରେ ଏହାର ଆୟୋଜନ କରାଯିବା ବୋଲି ଖବର ଆସିଥିଲା । କିନ୍ତୁ ଏବେ ଏହି ମିନି ଅକ୍ସନ ଆୟୋଜନ ପାଇଁ କେରଳର ଉପକୂଳିଆ ସହର ଚୋକିକୁ ଚୟନ କରାଯାଇଛି।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଲଜିଷ୍ଟିକ ଆବଶ୍ୟକତା ଏବଂ ତାରିଖକୁ ନଜରରେ ରଖି କୋଚି ସବୁଠୁ ଉପଯୁକ୍ତ ବିକଳ୍ପ ଅଟେ । ପୂର୍ବ ନିଲାମୀର ବିପରୀତରେ ପରବର୍ତ୍ତୀ ସଂସ୍କରଣ ପାଇଁ କମ ଖେଳାଳିଙ୍କୁ ନିଲାମୀରେ ସାମିଲ କରାଯିବ । ନଭେମ୍ୱର ୧୫ ସୁଦ୍ଧା ରିଟେନ୍ ରଖିବାକୁ ଥିବା ଖେଳାଳିଙ୍କ ସୂଚୀ ପ୍ରଦାନ କରିବାକୁ ସବୁ ପ୍ରାଞ୍ଚାଇଜଙ୍କୁ କୁହାଯାଇଛି ।

ଏହାସହ ୨୦୨୩ ସଂସ୍କରଣ ପାଇଁ ଖେଳାଳିଙ୍କ ଉପରେ ଖର୍ଚ୍ଚ କରିବାକୁ ଥିବା ରାଶିକୁ ୯୦ କୋଟିରୁ ବଢାଇ ୯୫ କୋଟି ଟଙ୍କା କରାଯିବାର ସମ୍ଭାବନା ରହିଛି । ଏହି ନିଲାମୀ ଜରିଆରେ ଅନେକ ଫ୍ରାଞ୍ଚାଇଜ ନିଜ ଟିମର ଖେଳାଳି ପରିବର୍ତ୍ତନ କରିବାକୁ ଇଚ୍ଛୁକ ଥିବା ଜଣାପଡୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.