ସାମ୍ କୁରାନ ଆଇପିଏଲ ଇତିହାସର ସବୁଠୁ ଦାମୀ ଖେଳାଳି, ୧୬.୨୫ କୋଟି ଟଙ୍କାରେ ଷ୍ଟୋକ୍ସଙ୍କୁ କିଣିଲା ଚେନ୍ନାଇ

Published By : Prameya-News7 Bureau | December 23, 2022 IST

ନୂଆଦିଲ୍ଲୀ: ଆଇପିଏଲ ପରବର୍ତ୍ତୀ ସଂସ୍କରଣ ପାଇଁ ମିନି ନିଲାମ କୋଚିରେ ଜାରି ରହିଛି । ଏହି ମିନି ଅକ୍ସନରେ ୪୦୫ ଖେଳାଳିଙ୍କ ଉପରେ ନିମାମୀ ଡକାଯିବ, ଏଥିରେ ୨୭୩ ଭାରତୀୟ ଏବଂ ୧୩୨ ବିଦେଶୀ ଖେଳାଳି ସାମିଲ ଅଛନ୍ତି ।

ଆଇପିଏଲ ୨୦୨୩ ମିନି ଅକ୍ସନରେ ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ସାମ କୁରାନ ଆଇପିଏଲ ଇତିହାସର ସବୁଠୁ ଦାମୀ ଖେଳାଳି ହୋଇଛନ୍ତି । ପଞ୍ଜାବ କିଙ୍ଗ୍ସ ୧୮.୫୦ କୋଟି ଟଙ୍କାରେ ତାଙ୍କୁ ନିଜ ଟିମରେ ସାମିଲ କରାଇଛି । ଅନ୍ୟପଟେ ଅଷ୍ଟ୍ରେଲିଆର କ୍ୟାମରନ ଗ୍ରୀନ ଆଇପିଏଲ ଇତିହାସର ଦ୍ୱିତୀୟ ସବୁଠୁ ଦାମୀ ଖେଳାଳି ହୋଇଛନ୍ତି । ମୁମ୍ୱାଇ ଇଣ୍ଡିଆନ୍ସ ତାଙ୍କୁ ୧୭.୫୦ କୋଟି ଟଙ୍କାରେ କିଣିଛି । ତେବେ ବେନ ଷ୍ଟୋକ୍ସଙ୍କୁ ସେତିକି ଟଙ୍କା ମିଳିନା ନାହିଁ, ଯାହା ଦାବି ହେଉଥିଲା । ୧୬.୨୫ କୋଟି ଟଙ୍କାରେ ସେ ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ଖେଳିବେ।

ସାମ କୁରାନ-୧୮.୫୦ କୋଟି ଟଙ୍କା (ପଞ୍ଚାବ କିଙ୍ଗ୍ସ)

ଓଡନ ସ୍ମିଥ୍-୫୦ ଲକ୍ଷ ଟଙ୍କା (ଗୁଜରାଟ ଟାଇଟନ୍ସ)

ସିକନ୍ଦର ରଜା-୫୦ ଲକ୍ଷ ଟଙ୍କା ( ପଞ୍ଜାବ କିଙ୍ଗ୍ସ)

ଜେସନ ହୋଲ୍ଡର-୫.୫୭ କୋଟି ଟଙ୍କା (ରାଜସ୍ଥାନ ରୟାଲ୍ସ)

କ୍ୟାମରନ ଗ୍ରୀନ-୧୭.୫୦ କୋଟି ଟଙ୍କା (ମୁମ୍ୱାଇ ଇଣ୍ଡିଆନ୍ସ)

ବେନ ଷ୍ଟୋକ୍ସ-୧୬.୨୫ କୋଟି ଟଙ୍କା (ସିଏସକେ)

କେନ ୱିଲିୟମସନ-୨ କୋଟି ଟଙ୍କା ( ଗୁଜରାଟ ଟାଇଟନ୍ସ)

ହ୍ୟାରି ବ୍ରୁକ୍-୧୩.୨୫ କୋଟି ଟଙ୍କା (ଏସଆରଏଚ୍)

ମୟଙ୍କ ଅଗ୍ରୱାଲ-୮.୨୫ କୋଟି ଟଙ୍କା ( ସନ ରାଇଜର୍ସ ହାଇଦ୍ରାବାଦ)

ଅଜିଙ୍କ୍ୟା ରାହାଣେ-୫୦ ଲକ୍ଷ ଟଙ୍କା(ସିଏସକେ)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.