IPL Auction 2023 : ୪୦୫ ଖେଳାଳି ହେବେ ନିଲାମ, ଏହି ଷ୍ଟାର ପ୍ଲେୟାରଙ୍କ ଉପରେ ରହିବ ନଜର...

Published By : Prameya-News7 Bureau | December 23, 2022 IST

କୋଚି ୨୩।୧୨ : ଆଇପିଏଲ୍‌ ୨୦୨୩ କାଉଣ୍ଟଡାଉନ୍‌ । ଶୁକ୍ରବାର ଆଇପିଏଲ୍ ଖେଳାଳି ନିଲାମ। ଆଜି କୋଚିରେ ହେବ ଆଇପିଏଲ୍ ୨୦୨୩ ପାଇଁ ଖେଳାଳି ନିଲାମ୍ । ଶୁକ୍ରବାର ଦିନ ୨ଟା ୩୦ ମିନିଟ୍‌ରୁ ଆରମ୍ଭ ହେବ ନିଲାମ ପ୍ରକ୍ରିୟା ।

ତେବେ ଆଜିର ଏହି ନିଲାମ ପ୍ରକ୍ରିୟାରେ ବିଶ୍ବର ୪ ଅଲରାଉଣ୍ଡରଙ୍କ ଉପରେ ସବୁ ଫ୍ରାଞ୍ଚାଇଜିର ନଜର ରହିବ । ବେନ୍ ଷ୍ଟୋକ୍ସ, କାମେରୁନ୍ ଗ୍ରୀନ୍‍, ସାମ୍ କୁରାନ, ସାକିବ ଅଲ୍ ହାସନଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ସେହିପରି କେନ୍‌ ଓ୍ୱିଲିୟମସନ୍‌, ଆଜିଙ୍କ୍ୟ ରାହାଣେ, ମୟଙ୍କ ଅଗ୍ରଓ୍ୱାଲ, ଇଶାନ୍ତ ଶର୍ମା, ଲିଟନ ଦାସ, ଜେସନ ହୋଲଡର ରହିଛନ୍ତି ।

ମୋଟ ୨୭୩ ଭାରତୀୟ କ୍ରିକେଟ ଖେଳାଳିଙ୍କ ସମେତ ମୋଟ ୪୦୫ ଜଣ ଖେଳାଳିଙ୍କ ତାଲିକା ପ୍ରସ୍ତୁତ ହୋଇଛି। ଏହି ୪୦୫ ଜଣ ଖେଳାଳିଙ୍କ ମଧ୍ୟରୁ ୮୭ ଜଣଙ୍କୁ କିଣିବେ ଫ୍ରାଞ୍ଚାଇଜି। ଏମାନଙ୍କ ମଧ୍ୟରେ ୩୦ ଜଣ ବିଦେଶୀ ଖେଳାଳି ରହିବେ । ନିଲାମ ପ୍ରକ୍ରିୟାରେ ୧୦ଟି ଆଇପିଏଲ ଟିମ୍ ଭାଗ ନେବେ । ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ଆଇପିଏଲର ଷୋଡ଼ଷ ସଂସ୍କରଣ ଖେଳାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.