ହାଇଦ୍ରାବାଦର ୪ ଜଣଙ୍କୁ ରିଟେନ୍‌ କରିବ SRH, ଦାବି କଲେ ଆକାଶ ଚୋପ୍ରା

Published By : Prameya-News7 Bureau | September 13, 2024 IST

ନୂଆଦିଲ୍ଲୀ ୧୩।୦୯: ଖୁବ୍‌ ରୋମାଞ୍ଚକର ହେବ ଆଇପିଏଲ୍‌ ୨୦୨୫ । ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ରୋଚକଚିତ୍ର । ଖାସ୍‌ କରି ପ୍ଲେୟରଙ୍କ ଅଦଳବଦଳ ଏବଂ ରିଟେନ୍‌କୁ ନେଇ ବେଶ୍‌ ଚର୍ଚ୍ଚା । ଏବେ ସନରାଇଜର୍ସ ହାଇଦ୍ରାବାଦ ପାଳି । ଆଇପିଏଲ୍ ୨୦୨୪ରେ ଦମ୍‌ଦାର୍‌ ଫର୍ମରେ ଥିଲେ ହାଇଦ୍ରାବାଦର ପ୍ଲେୟର । ଫାଇନାଲ୍‌ରେ ଟିମ୍‌ର ଭାଙ୍ଗିଥିଲା ଟ୍ରଫି ଆଶା । ବର୍ତ୍ତମାନ ସନରାଇଜର୍ସର ରିଟେନ୍ ପ୍ଲେୟରଙ୍କୁ ନେଇ ଚର୍ଚ୍ଚା । 

ଏନେଇ ଭବିଷ୍ୟବାଣୀ କରିଛନ୍ତି ଆକାଶ ଚୋପ୍ରା । ସେ କହିଛନ୍ତି କି ସନରାଇଜର୍ସ ହାଇଦ୍ରାବାଦ ନିଶ୍ଚିତ ଭାବେ ଟ୍ରାଭିସ୍ ହେଡ୍, ପ୍ୟାଟ୍ କମିନ୍ସ,, ହେନରିକ କ୍ଲାସେନ୍ ଏବଂ ଅଭିଷେକ ଶର୍ମାଙ୍କୁ ରିଟେନ କରିବାକୁ ଚାହିଁବ । ଟିମ୍‌ କୌଣସି ବି ପରିସ୍ଥିତିରେ ବି ଏମାନଙ୍କୁ ରିଲିଜ୍‌ କରିବାକୁ ଚାହିଁବନି । ଯେତେବେଳେ ଉଭୟ ଓପନର୍ ବ୍ୟାଟିଂ ପାଇଁ ଆସିଥାନ୍ତି ସେତେବେଳେ ହୋଇଥାଏ ଚୌକା-ଛକାର ବର୍ଷା । ଏହାବ୍ୟତୀତ ହେନରିକ୍‌ କ୍ଲାସେନ୍‌ଙ୍କର ଦେଖିବାକୁ ମିଳିଥିଲା ବିସ୍ଫୋରକ ପ୍ରଦର୍ଶନ । 

ସନରାଇଜର୍ସ ହାଇଦ୍ରାବାଦର ବିସ୍ଫୋରକ ବ୍ୟାଟର ଅଭିଷେକ ଶର୍ମା । ସେ ସିଜିନ୍‌ରେ କରିଛନ୍ତି ଜବରଦସ୍ତ ପର୍ଫମାନ୍ସ । ୨୦୨୪ ସିଜିନ୍‌ରେ ନିଜ ବ୍ୟାଟିଂ ଜରିଆରେ ଖେଳାଇଥିଲେ ଆତଙ୍କ । ତାଙ୍କର ସାଥ୍‌ ଦେଇଥିଲେ ଟ୍ରାଭିସ୍ ହେଡ୍ ଏବଂ ହେନରିକ୍‌ କ୍ଲାସେନ୍ । ୩ ପ୍ଲେୟର କରିଥିଲେ ଦୃଢ ପ୍ରଦର୍ଶନ । ଯଦି ଅଭିଷେକ ଶର୍ମାଙ୍କ ବିଷୟରେ କହିବା ତେବେ ସେ ୧୬ଟି ମ୍ୟାଚ୍‌ରେ କରିଛନ୍ତି ୪୮୪ ରନ୍‌ । ଏହି ସମୟରେ ତାଙ୍କର ସର୍ବୋତ୍ତମ ସ୍କୋର ଥିଲା ୭୫ ରନ୍‌ । 

ପ୍ୟାଟ୍ କମିନ୍ସ ଟିମ୍‌ର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବୋଲର । ନିଜ ଘାତକ ବୋଲିଂରେ ଆଇପିଏଲ୍‌ରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ପ୍ୟାଟ୍ କମିନ୍ସ । ଗତ ସିଜନରେ ହାଇଦ୍ରାବାଦ ତାଙ୍କୁ ୨୦.୫୦ କୋଟିରେ କିଣିଥିଲା । ଯେଉଁଥିରେ ତାଙ୍କର ବେସ୍‌ ପ୍ରାଇସ୍‌ ରହିଥିଲା ମାତ୍ର ୨ କୋଟି । ଗତ ସିଜନରେ ୧୬ଟି ମ୍ୟାଚରେ କମିନ୍ସ ନେଇଥିଲେ ୧୮ଟି ୱିକେଟ୍ । ତେବେ ଏହାପୂର୍ବ ସିଜିନ୍‌ ଅର୍ଥାତ୍‌ ୨୦୨୩ରେ ଖେଳିନଥିଲେ ଆଇପିଏଲ୍‌ । କିନ୍ତୁ ୨୦୨୪ ପର୍ଫମାନ୍ସକୁ ଦୃଷ୍ଟିରେ ରଖି ଟିମ୍‌ ତାଙ୍କୁ ରିଟେନ୍‌ କରିବ । 

ହାଇଦ୍ରାବାଦ ପ୍ଲେୟର ହେନରିକ କ୍ଲାସେନ୍ । କ୍ରିକେଟପ୍ରେମୀଙ୍କ ମନପସନ୍ଦର ପ୍ଲେୟର । ସେ ହାଇଦ୍ରାବାଦ ପାଇଁ ଅନେକ ମ୍ୟାଚ୍‌ରେ କରିଛନ୍ତି ବିସ୍ଫୋରକ ବ୍ୟାଟିଂ । କ୍ଲାସେନ୍ ଆଇପିଏଲ୍ ୨୦୨୪ରେ ୧୬ଟି ମ୍ୟାଚ ଖେଳି କରିଛନ୍ତି ୪୭୯ ରନ୍‌ । ଏହି ଅବଧିରେ ସେ ୪ଟି ଅର୍ଦ୍ଧଶତକ ଲଗାଇଛନ୍ତି । କ୍ଲାସେନଙ୍କ ଶ୍ରେଷ୍ଠ ରନ ସ୍କୋର ରହିଥିଲା ୮୦ ରନ୍‌ । 

ଏମାନଙ୍କ ବ୍ୟତୀତ ଟ୍ରାଭିସ୍ ହେଡ୍ ୨୦୨୪ ଆଇପିଏଲ୍‌ରେ କରିଥିଲେ ଦମ୍‌ଦାର୍‌ ପର୍ଫମାନ୍ସ । ସେ ସିଜିନରେ ୧୫ଟି ମ୍ୟାଚ୍‌ ଖେଳି କରିଥିଲେ ୫୬୭ ରନ ସ୍କୋର । ଏହି ସମୟରେ ସେ ଗୋଟିଏ ଶତକ ଏବଂ ୪ଟି ଅର୍ଦ୍ଧଶତକ ଲଗାଇଛନ୍ତି ।  ତେବେ ଏମାନଙ୍କ ରେକର୍ଡକୁ ଦେଖିଲେ ହ୍ରାଇଦ୍ରାବାଦ ଏମାନଙ୍କ ବେଷ୍ଟ ପ୍ଲେୟରଙ୍କୁ ରିଟେନ କରିବା ଥୟ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.