ନୂଆଦିଲ୍ଲୀ ୦୫।୦୯: ବିତୁଛି ସମୟ, ବଢୁଛି ଉତ୍ସାହ । ପାଖେଇ ଆସୁଛି ଆଇପିଏଲ୍ ୨୦୨୫ । ଖୁବ୍ ରୋମାଞ୍ଚକର ହେବ ଆଗାମୀ ସିଜିନ୍ । ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଆଗକୁ ରହିଛି ମେଗା ଅକ୍ସନ । ଅନେକ ଫ୍ରାଞ୍ଚାଇଜ୍ ପ୍ଲେୟରଙ୍କୁ କରିବେ ପରିବର୍ତ୍ତନ । ନିଜର ବେଷ୍ଟ ପ୍ଲେୟରଙ୍କୁ କରିବେ ରିଟେନ ଏବଂ ଅନ୍ୟ ପ୍ଲେୟରଙ୍କୁ କରିବେ ରିଲିଜ୍ ।
ଫ୍ରାଞ୍ଚାଇଜର ରିଟେନ୍ ପ୍ଲେୟରଙ୍କ ଉପରେ ରହିଛି ସମସ୍ତଙ୍କ ନଜର । କିଛି ଟିମ୍ର ରିଟେନ ପ୍ଲେୟରଙ୍କ ନାଁ ସାମ୍ନାକୁ ଆସୁଛି ସତ କିନ୍ତୁ ଏହାକୁ ନେଇ ଟିମ୍ କରିନି କନଫର୍ମ । ସେହିପରି କିଛି ଟିମ୍ ପକ୍ଷରୁ ଆନୁମାନିକ ପ୍ଲେୟରଙ୍କ ନାଁ ମଧ୍ୟ ଆସିନି ସାମ୍ନାକୁ । ଏବେ ଗୁଜୁରାଟ ଟାଇଟନ୍ସର ରିଟେନ ପ୍ଲେୟରଙ୍କୁ ନେଇ ଚର୍ଚ୍ଚା । ଯାହାକୁ ଜାଣିବା ପାଇଁ ଅପେକ୍ଷା କରିଛନ୍ତି କ୍ରିକେଟ ପ୍ଲେୟର ।
ହାର୍ଦ୍ଦିକଙ୍କ ଟିମ୍ ଛାଡିବା ପରେ ଗୁଜୁରାଟ ଟାଇଟନ୍ସର କମାଣ ସମ୍ଭାଳିଥିଲେ ଶୁଭମାନ ଗିଲ୍ । ୨୦୨୪ ଆଇପିଏଲରେ ଟିମ୍ ଇଣ୍ଡିଆର ଯୁବ ବ୍ୟାଟରଙ୍କ ପର୍ଫାମାନ୍ସ ରହିଥିଲା ଦମଦାର । ସେ ଗତ ସିଜିନରେ ଟିମ୍କୁ ଆଗେଇ ନେବାରେ ମଧ୍ୟ ଦାୟିତ୍ବ ବହନ କରିଥିଲେ । ଯଦିଓ ଗତ ସିରିଜରେ ଟିମ୍ ସେତେଟା ପ୍ରଭାବୀ ପ୍ରଦର୍ଶନ କରିପାରିନଥିଲା, କିନ୍ତୁ ଆଗାମୀ ସିଜିନରେ ଭଲ ପ୍ରଦର୍ଶନ ନେଇ ଆଶା ରଖିଛି ଫ୍ରାଞ୍ଚାଇଜ । ଏଥିପାଇଁ ଟିମ୍ ଶୁଭମାନ ଗିଲ୍ଙ୍କୁ କରିପାରେ ରିଟେନ୍ । ଯଦି ଗିଲ୍ଙ୍କ କଥା କହିବା ତେବେ ତେବେ ଗିଲ୍ ଆଇପିଏଲ୍ ୨୦୨୩ରେ ୧୭ଟି ମ୍ୟାଚ ଖେଳି ୮୯୦ ରନ୍ କରିଥିଲେ । ସେ ୨୦୨୪ରେ ୪୨୬ରନ୍ କରିଥିଲେ । ଗିଲ୍ଙ୍କୁ ଟିମ୍ ରିଟେନ୍ କରିପାରେ ।
ଏହାପଛକୁ ଅଛନ୍ତି ମହମ୍ମଦ ଶାମୀ । ତାଙ୍କୁ ଗୁଜୁରାଟ ଟାଇଟନ୍ସ ରିଟେନ କରିପାରେ । ସେ ଜଣେ ଘାତକ ବୋଲର ଅଟନ୍ତି । କିନ୍ତୁ ସେ ଅନେକ ସମୟରୁ ଆହାତ ଅଛନ୍ତି । ଯେଉଁ କାରଣରୁ ଟିମ୍ ଇଣ୍ଡିଆରୁ ସେ ବାହାରେ ଅଛନ୍ତି । ସେ ଆଇପିଏଲ୍ ମଧ୍ୟ ଖେଳି ପାରିନାହାନ୍ତି ।
ଏହାପଛକୁ ଅଛନ୍ତି ରଶିଦ୍ ଖାନ୍ । ସେ ବର୍ତ୍ତମାନ ଯାଏଁ ଆଇପିଏଲରେ ୧୨୧ଟି ମ୍ୟାଚ୍ ଖେଳି ସାରିଛନ୍ତି ।ଏହି ସମୟ ମଧ୍ୟରେ ସେ ୫୪୫ ରନ୍ କରିଛନ୍ତି । ଏହାବ୍ୟତୀତ ୧୪୯ଟି ଓ୍ବିକେଟ ନେବାରେ ସକ୍ଷମ ହୋଇଛନ୍ତି । ରସିଦ ବୋଲିଙ୍ଗ କରିବା ସହିତ ବ୍ୟାଟିଙ୍ଗ ମଧ୍ୟ କରିଥାନ୍ତି । ସେ ଅନେକ ସମୟରେ ଟିମ୍ ପାଇଁ କରିସାରିଛନ୍ତି ଭଲ ପ୍ରଦର୍ଶନ । ତେବେ ଅପେକ୍ଷା ଫ୍ରାଞ୍ଚାଇଜ୍ର ନିଷ୍ପତିକୁ । ଏହି ୩ ପ୍ଲେୟରଙ୍କୁ ରିଟେନ କରୁଛି କି ମନ ପରିବର୍ତ୍ତନ ହେଉଛି...