ମୁମ୍ବାଇ ୨୫।୧୧ : ଆଇପିଏଲ୍ ୨୦୨୫ । ରବିବାର ହୋଇଥିବା ମେଗା ଅକ୍ସନର ପ୍ରଥମ ଦିନ ଖୁବ୍ ରୋମାଞ୍ଚକର ଥିଲା । ନିଲାମର ପ୍ରଥମ ଦିନରେ ମୋଟ ୭୨ ଖେଳାଳି ବିକ୍ରି ହୋଇଛନ୍ତି ।ଏହି ସମୟରେ ୧୦ଟି ଟିମ୍ ମୋଟ ୪୬୭.୯୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ରିଷଭ ପନ୍ଥ ସବୁଠୁ ଅଧିକ ଦାମ୍ରେ ବିକ୍ରିରେ ହୋଇଥିବା ବେଳେ ଜୋସ୍ ବଟଲର ବିଦେଶୀ ଖେଳାଳି ଭାବେ ଦାମୀ ଖେଳାଳି ସାଜିଛନ୍ତି । ପନ୍ଥଙ୍କୁ ୨୭ କୋଟି ଲକ୍ଷ୍ନୌ ସୁପର ଜାଏଣ୍ଟସ କିଣିଥିବା ବେଳେ ବଟଲରଙ୍କୁ ୧୫.୭୫ କୋଟି ଟଙ୍କାରେ କିଣିଛି ଗୁଜୁରାଟ ଟାଇଟନ୍ସ ।
ସେହିପରି ସୋମବାର ଦିନ ମଧ୍ୟ ମେଗା ଅକ୍ସନ ଚାଲିବ । ଭାରତୀୟ ସମୟ ଅନୁସାରେ ସାଢେ ୩ଟାରେ ଅକ୍ସନର ଆରମ୍ଭ ହେବ । ଯେଉଁଥିରେ ଅନେକ ଖେଳାଳି ସାମିଲ ଅଛନ୍ତି । ଯେପରି ଆଜିଙ୍କ୍ୟ ରାହାଣେ, ଫାପ୍ ଡୁ ପ୍ଲେସି ପରି ଖେଳାଳି ରହିଛନ୍ତି ।
ତେବେ ଆସନ୍ତୁ ଜାଣିବା ଆଇପିଏଲ୍ ମେଗା ଅକ୍ସନର ପ୍ରଥମ ଦିନରେ କେଉଁ ଖେଳାଳି କେତେରେ ବିକ୍ରି ହୋଇଛନ୍ତି…
ରିଷଭ ପନ୍ଥ- ୨୭ କୋଟି- ଲକ୍ଷ୍ନୌ ସୁପର ଜାଏଣ୍ଟସ
ଶ୍ରେୟସ୍ ଆୟର- ୨୬.୭୫ କୋଟି- ପଞ୍ଜାବ କିଙ୍ଗସ
ଭେଙ୍କଟେସ୍ ଆୟର- ୨୩.୭୫ କୋଟି- କୋଲକାତା ନାଇଟ୍ ରାଇଡର୍ସ
ୟୁଜବେନ୍ଦ୍ର ଚହଲ- ୧୮ କୋଟି- ପଞ୍ଜାବ କିଙ୍ଗସ
ଅର୍ଶଦୀପ ସିଂହ- ୧୮ କୋଟି- ପଞ୍ଜାବ କିଙ୍ଗସ୍
ଜୋସ୍ ବଟଲର- ୧୫.୭୫ କୋଟି- ଗୁଜୁରାଟ ଟାଇଟନ୍ସ
କେଏଲ୍ ରାହୁଲ୍- ୧୪ କୋଟି- ଦିଲ୍ଲୀ କ୍ୟାପିଟାଲ୍ସ
ଟ୍ରେଣ୍ଟ ବୋଲ୍ଟ- ୧୨.୫୦ କୋଟି- ମୁମ୍ବାଇ ଇଣ୍ଡିଆନ୍ସ
ଜୋସ୍ ହେଜେଲ୍ହୁଡ୍- ୧୨.୫୦ କୋଟି- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ମହମ୍ମଦ ସିରାଜ- ୧୨.୨୫ କୋଟି- ଗୁଜୁରାଟ ଟାଇଟନ୍ସ
ମିଚେଲ୍ ଷ୍ଟାର୍କ- ୧୧.୭୫ କୋଟି- ଦିଲ୍ଲୀ କ୍ୟାପିଟାଲ୍ସ
ପିଲ୍ ସଲ୍ଟ- ୧୧.୫୦ କୋଟି- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ଜିତେଶ ଶର୍ମା- ୧୧ କୋଟି- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ରବିଚନ୍ଦ୍ରନ ଅଶ୍ୱିନୀ- ୯.୭୫ କୋଟି- ଚେନ୍ନାଇ ସୁପର କିଙ୍ଗସ
ନୁର୍ ଅହମ୍ମଦ- ୧୦ କୋଟି- ଚେନ୍ନାଇ ସୁପର କିଙ୍ଗସ
ଲିଆମ୍ ଲିଭିନ୍ଷ୍ଟୋନ୍- ୮.୭୫ କୋଟି
ଜୋଫ୍ରା ଆର୍ଚର- ୧୨.୫୦ କୋଟି- ରାଜସ୍ଥନା ରୟାଲ୍ସ
ଇଶାନ୍ କିଷାନ୍- ୧୧.୨୫ କୋଟି- ସନରାଇଜର୍ସ ହାଇଦ୍ରାବାଦ୍
ମହମ୍ମଦ ସାମି- ୧୦ କୋଟି ସନରାଇଜର୍ସ ହାଇଦ୍ରାବାଦ୍
କଗିସୋ ରାବାଡ଼ା- ୧୦.୭୫ କୋଟି- ଗୁଜୁରାଟ ଟାଇଟନ୍ସ
ପ୍ରସିଦ୍ଧ କ୍ରିଷ୍ଣା- ୯.୫୦ କୋଟି - ଗୁଜୁରାଟ ଟାଇଟନ୍ସ
ଟି. ନଟରାଜନ- ୧୦.୭୫ କୋଟି- ଦିଲ୍ଲୀ କ୍ୟାପିଟାଲ୍ସ
ମହେଶ ତୀକ୍ଷ୍ମଣା- ୪.୪ କୋଟି- ରାଜସ୍ଥାନ ରୟାଲ୍ସ