CSK vs MI ମ୍ୟାଚ୍ ପୂର୍ବରୁ କେଉଁଠି କି ପହଞ୍ଚିଲେ ଧୋନୀ ଓ ରୋହିତ ? ସାଙ୍ଗରେ ଅଛନ୍ତି ସଚିନ

Published By : Prameya-News7 Bureau | April 13, 2024 IST

ମୁମ୍ବାଇ: ଆସନ୍ତାକାଲି ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହାଇଭୋଲଟେଜ୍ ମୁକାବିଲା ଖେଳାଯିବ। ଏହା ପୂର୍ବରୁ ମହେନ୍ଦ୍ର ସିଂ ଧୋନୀ ଓ ରୋହିତ ଶର୍ମାଙ୍କ ଏକ ଫଟୋ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଫଟୋରେ ମହାନ ବ୍ୟାଟର ସଚିନ ତେନ୍ଦୁଲକର ମଧ୍ୟ ଦେଖା ଯାଉଛନ୍ତି। ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଥିବା ଏହି ଫଟୋ ବିଷୟରେ କୁହାଯାଉଛି ଯେ, ଏହା କୌଣସି ବିଜ୍ଞାପନର ଦୃଶ୍ୟ।  ଗତକାଲିଠୁ ସାମାଜିକ ଗଣମାଧ୍ୟମରେ ଏହି ଫଟୋ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

Also read: ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆର ବଢିଲା ଟେନସନ, ଆଉଟ୍ ଅପ୍ ଫର୍ମ ହେଲେ ଷ୍ଟାର ବୋଲର

ଏହି ଫଟୋକୁ ନେଇ ପ୍ରଶଂସକ  ବେଶ ଉତ୍ସାହିତ ଅଛନ୍ତି। ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି। ଉଲ୍ଲେଖନୀୟ ଚଳିତ ଆଇପିଏଲ୍‌ରେ ଧୋନୀ ଏବଂ ରୋହିତଙ୍କୁ ଭିନ୍ନ ଭୂମିକାରେ ଦେଖିବାକୁ ମିଳିଛି। ଆଇପିଏଲ୍ ଠିକ୍ ପୂର୍ବରୁ ଧୋନୀ ଅଧିନାୟକତ୍ଵ ଛାଡିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେତୃତ୍ଵ  ଦାୟିତ୍ଵ ଦେଇଛି। ଆଉ ସଚିନ ତେନ୍ଦୁଲକର ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସର ମେଣ୍ଟର ଅଛନ୍ତି। ଚଳିତ ଆଇପିଏଲ୍‌ରେ ଧୋନୀ ନିଜର ଲମ୍ବା ଚୁଟି ଓ ଲମ୍ବା ସଟ୍ ଲଗାଇ ଲଗାତାର ଚର୍ଚ୍ଚାରେ ଅଛନ୍ତି।

ଯଦି ଆଇପିଏଲ୍‌ରେ ମୁମ୍ବାଇ ଓ ଚେନ୍ନାଇର ପ୍ରଦର୍ଶନ ଉପରେ ନଜର ପକାଇବା ତେବେ ମୁମ୍ବାଇ ପୁଣି ଥରେ ଧିମା ଆରମ୍ଭ କରିଛି। କ୍ରମାଗତ ୩ଟି ମ୍ୟାଚ୍ ହାରିବା  ପରେ ମୁମ୍ବାଇ ନିଜର ଘରୋଇ ମଇଦାନରେ ଲଗାତାର ୨ଟି ମ୍ୟାଚ୍ ଜିତି ସାରିଛି। ଚେନ୍ନାଇ ୫ଟି ମ୍ୟାଚ୍‌ରୁ ୩ଟି ଜିତି ଦୁଇଟିରେ ହାରିଛି। ଏବେ ଦୁଇ ଦଳର ନଜର ରବିବାର ହେବାକୁ ଥିବା ମ୍ୟାଚ୍‌ ଉପରେ ରହିଛି। 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.