ଏହି ଖେଳାଳି ଟି-୨୦ ବିଶ୍ଵକପ୍‌ରେ ଭାରତୀୟ ଦଳ ପାଇଁ ଟ୍ରମ୍ପକାର୍ଡ ହୋଇ ପାରନ୍ତି: ଗିଲଖ୍ରୀଷ୍ଟ

Published By : Prameya-News7 Bureau | April 21, 2024 IST

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ୨୦୨୪ ପାଇଁ ଭାରତୀୟ ଦଳ ଶୀଘ୍ର ଘୋଷଣା ହେବାକୁ ଯାଉଛି। ଭାରତୀୟ ପ୍ରଶଂସକଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଛି ଯେ କେଉଁ ୧୫ ଖେଳାଳିଙ୍କୁ ଏଥର ବିଶ୍ଵକପ୍ ଦଳରେ ସୁଯୋଗ ମିଳିବ। ଭାରତୀୟ ଦଳରେ ପାଖାପାଖି ୧୦ ଖେଳାଳିଙ୍କ ସ୍ଥାନ ସୁନିଶ୍ଚିତ ହୋଇ ଯାଇଛି। ଏହାର ଅର୍ଥ ଶେଷ ୫ଟି ସ୍ଥାନ ପାଇଁ ଯୁବ ଖେଳାଳିଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ଵନ୍ଦ୍ଵିତା ଦେଖିବାକୁ ମିଳିବ। ତେଣୁ ଚୟନକର୍ତ୍ତାଙ୍କ ନଜର ଆଇପିଏଲ୍‌ର  ପ୍ରତିଟି ମ୍ୟାଚ୍ ଉପରେ ରହିଛି। ଏ ପର୍ଯ୍ୟନ୍ତ ଆଇପିଏଲ୍‌ରେ ଟି ନଟରାଜନ, ରିଙ୍କୁ ସିଂ, ଶିବମ ଦୁବେ, ରବି ବିଷ୍ନୋଇ ଓ ଖଲିଲ ଅହମ୍ମଦ ପରି ଖେଳାଳି ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା, ଚୟନକର୍ତ୍ତା କେଉଁ ଖେଳାଳିଙ୍କୁ ଦଳରେ ସୁଯୋଗ ଦେଉଛନ୍ତି।

Also read: ଦାମ୍ ୭ କୋଟିରୁ ଅଧିକ; ପ୍ଲେଇଙ୍ଗ୍ ଇଲେଭେନ୍‌ରେ ମିଳୁନି ସ୍ଥାନ, କେହି ବେଞ୍ଚରେ ତ, କିଏ ମାତ୍ର ଖେଳିଛି ଗୋଟିଏ ମ୍ୟାଚ୍‌

ଏହା ମଧ୍ୟରେ ଅଷ୍ଟ୍ରେଲିଆର ପୂର୍ବତନ ଓ୍ଵିକେଟ୍ କିପର ତଥା କ୍ରିକେଟ୍ ବିଶେଷଜ୍ଞ ଆଡାମ ଗିଲଖ୍ରୀଷ୍ଟ ସେହି ଖେଳାଳିଙ୍କ ନାଁ ନେଇଛନ୍ତି ଯିଏ ଟି-୨୦ ବିଶ୍ଵକପ୍‌ରେ ଭାରତୀୟ ଦଳ ପାଇଁ ଡାର୍କ ହର୍ସ ସାବ୍ୟସ୍ତ ହୋଇ ପାରନ୍ତି। ଆଡାମ ଗିଲଖ୍ରୀଷ୍ଟଙ୍କ ମତରେ ଚେନ୍ନାଇ ସୁପର କିଙ୍ଗ୍ସର ବିସ୍ଫୋରକ ବ୍ୟାଟର ଶିବମ ଦୁବେ ଭାରତୀୟ ଦଳ ପାଇଁ ଟ୍ରମ୍ପ କାର୍ଡ ହୋଇ ପାରନ୍ତି।

ଅଷ୍ଟ୍ରେଲିଆର ଏହି ପୂର୍ବତନ ଖେଳାଳି କ୍ରିକବଜ୍ ସହ ଆଲୋଚନା ବେଳେ କହିଛନ୍ତି, ଶିବମ ଦୁବେଙ୍କ ପ୍ରଦର୍ଶନ ଚମତ୍କାର  ରହିଛି। ସେ ଦ୍ରୁତ ବୋଲରଙ୍କ ସହ ସ୍ପିନ ବୋଲରଙ୍କୁ ଖୁବ୍ ପ୍ରହାର କରୁଛନ୍ତି। ସେ ପଡ଼ିଆର ଚତୁର୍ଦ୍ଦିଗକୁ ସହଜରେ ସଟ୍ ମାରି ପାରୁଛନ୍ତି। ତେଣୁ ମୋ ମତରେ ଦୁବେ ଆଗାମୀ ବିଶ୍ଵକପ୍‌ରେ ଭାରତୀୟ ଦଳ ପାଇଁ ଡାର୍କ ହର୍ସ ସାବ୍ୟସ୍ତ ହୋଇପାରିବେ। ତାଙ୍କୁ ୧୫ ଜଣିଆ ଦଳରେ ସୁଯୋଗ ମିଳିବା ଉଚିତ୍। 

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.