ମୁମ୍ବାଇର ପରାଜୟ ପରେ ଏକାକୀ ରହିଗଲେ ରୋହିତ ଶର୍ମା, ଭାବବିହ୍ଵଳ କରି ଦେବ UNSEEN ଭିଡିଓ

Published By : Prameya-News7 Bureau | April 15, 2024 IST

abp live

ମୁମ୍ବାଇ:  ରୋହିତ ଶର୍ମା ଚେନ୍ନାଇ ବିପକ୍ଷ ମୁକାବିଲାରେ ୬୩ ବଲରେ ୧୦୫ ରନର ଅପରାଜିତ ଶତକୀୟ ଇନିଂସ ଖେଳିଛନ୍ତି। ତଥାପି ମୁମ୍ବାଇ ଇଣ୍ଡିିଆନ୍ସକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ଆଇପିଏଲ୍ ୨୦୨୪ରେ ଏହା ତାଙ୍କର ପ୍ରଥମ ଶତକ ଥିଲା, ତଥାପି ରୋହିତ ଉତ୍ସବ ବି ମନାଇ ନ ଥିଲେ। ରୋହିତ ଏମିତି ଜଣେ ଖେଳାଳି ଯେବେ ବି ମଇଦାନକୁ ଓହ୍ଲାନ୍ତି  ଦଳ ପାଇଁ ଖେଳନ୍ତି। ସେ ମୁମ୍ବାଇ ଇଣ୍ଡିିଆନ୍ସ ହେଉ କି ଭାରତୀୟ ଦଳ ହେଉ ସେ କେବେ ବି ନିଜ ରେକର୍ଡ ପାଇଁ ଖେଳି ନ ଥାନ୍ତି। ଏହି କାରଣରୁ ତାଙ୍କ ପାଇଁ ଏହି ଶତକ କୌଣସି ଗୁରୁତ୍ଵ ବହନ କରୁ ନ ଥିଲା କାରଣ ମୁମ୍ବାଇକୁ ଶେଷରେ ୨୦ ରନର ପରାଜିତ  ହେବାକୁ ପଡ଼ିଥିଲା। ମ୍ୟାଚ୍ ପରେ ଯେବେ ଚେନ୍ନାଇ ସୁପର କିଙ୍ଗ୍ସ ଟିମ୍ ମୁମ୍ବାଇ ଇଣ୍ଡିିଆନ୍ସର ଖେଳାଳିଙ୍କ ସହ ହାତ ମିଳାଉଥିଲେ ସେହି ସମୟରେ ରୋହିତ ଚୁପଚାପ ମୁଣ୍ଡ ନୁଆଇ ପଡ଼ିଆ ବାହାରକୁ ଚାଲି ଯାଇଥିଲେ। ରୋହିତଙ୍କ ଏହି ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଦ୍ରୁତ ବେଗରେ ଭାଇରାଲ୍ ହେବାରେ ଲାଗିଛି।

ଏହି ଭିଡିଓକୁ ଷ୍ଟାଡିୟମରେ ବସିଥିବା କେହି ଜଣେ କ୍ରିକେଟ୍ ପ୍ରେମୀ ସୁଟ୍ କରିଥିଲେ। ରୋହିତ ଶର୍ମା ନିରାଶର ସହ ମୁଣ୍ଡ ନୁଆଁଇ ଖେଳାଳିଙ୍କ କଡ଼ରେ ଚାଲି ଯାଇଥିଲେ। ତାଙ୍କ ଚେହେରା ଓ ଆବଭାବରେ ଦଳ ପରାଜୟର ଝଲକ ବାରି ହୋଇ ପଡ଼ୁଥିଲା। ମୁମ୍ବାଇ ଏ ପର୍ଯ୍ୟନ୍ତ ୬ଟି ମ୍ୟାଚ୍ ଖେଳି ମାତ୍ର ୨ଟି ଜିତି ୪ଟିରେ ପରାଜିତ ହୋଇଛି। ରୋହିତ ୬୩ ବଲରୁ ୧୧ ଚୌକା ଓ ୫ ଛକା ସହ ୧୦୩ ରନରେ   ଅପରାଜିତଥିଲେ। 




ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ରୋହିତ ଗୋଟିଏ ପଟେ ଦଳର ଇନିଂସ ସମ୍ଭାଳିବା ସହ ଲଗାତାର ଆକ୍ରମଣାତ୍ମକ ସଟ୍ ଖେଳି ଚାଲିଥିଲେ। ମାତ୍ର ତାଙ୍କୁ ଅନ୍ୟ ପାର୍ଶ୍ଵରୁ କୌଣସି ବ୍ୟାଟରଙ୍କ ସମର୍ଥନ ମିଳି ନ ଥିଲା। ଏହି କାରଣରୁ ଶେଷରେ ମୁମ୍ବାଇ ଇଣ୍ଡିିଆନ୍ସକୁ ୨୦ ରନର ପରାଜୟ ସମ୍ମୁଖୀନ ହେବାକୁ ପଡ଼ିଛି। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରି ୩ ଓଭରରେ ୪୩ ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଥିବା ବେଳେ ବ୍ୟାଟିଂରେ ୬ଟି ବଲ ଖେଳି ମାତ୍ର ୨ ରନ କରି ଆଉଟ୍ ହୋଇଥିଲେ। ପାଣ୍ଡ୍ୟା ନିଜର ଅଧିନାୟକତ୍ଵ ଓ ଖେଳ ଉଭୟକୁ ନେଇ ସମାଲୋଚକଙ୍କ ଟାର୍ଗେଟ୍‌ରେ ଅଛନ୍ତି। ଏବେ ଅବଶିଷ୍ଟ ମ୍ୟାଚ୍‌ରେ ମୁମ୍ବାଇ ହାର୍ଦ୍ଦିକଙ୍କୁ ଅଧିନାୟକ ପଦରେ ରଖିବ ନା ରୋହିତ ଶର୍ମାଙ୍କୁ ଦାୟିତ୍ଵ ଦେବ, ତାହା ଦେଖିବା ବାକି ରହିଲା। 

 

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.