ଋତୁରାଜଙ୍କ ଦମଦାର ଶତକ, ଦୁବେଙ୍କ ଛକା ବର୍ଷା, ଲକ୍ଷ୍ନୌକୁ ବିଶାଳ ବିଜୟ ଲକ୍ଷ୍ୟ ଦେଲା ଚେନ୍ନାଇ

Published By : Prameya-News7 Bureau | April 23, 2024 IST

espncricinfo

ଚେନ୍ନାଇ: ଚେପକ୍ ଷ୍ଟାଡ଼ିୟମରେ ଗର୍ଜିଲା ଅଧିନାୟକ ଋତୁରାଜ ଗାଏକ୍ଵାଡ଼ ଓ ଶିବମ ଦୁବେଙ୍କ ବ୍ୟାଟ୍। ଋତୁରାଜଙ୍କ ୧୦୮ ରନର ଅପରାଜିତ ଶତକୀୟ ଇନିଂସ ଓ ଶିବମ ଦୁବେଙ୍କ ବିସ୍ଫୋରକ ୬୬ ରନ ବଳରେ ଚେନ୍ନାଇ ସୁପର କିଙ୍ଗ୍ସ ନିଜର ଘରୋଇ ମଇଦାନରେ ଲକ୍ଷ୍ନୌ ସୁପର ଜିଆଣ୍ଟ ବିପକ୍ଷରେ ୪ ଓ୍ଵିକେଟ୍ ହରାଇ ୨୧୦ ରନର ବିଶାଳ ସ୍କୋର କରିଛି। ମ୍ୟାଟ୍ ହେନରୀଙ୍କୁ ବାଦ୍ ଦେଲେ ଲକ୍ଷ୍ନୌର ବାକି ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଚଳିତ ସଂସ୍କରଣର ୩୯ତମ ମ୍ୟାଚ୍‌ରେ ଲକ୍ଷ୍ନୌ ସମ୍ମୁଖରେ ରହିଛି ୨୧୧ ରନର ବିଜୟ ଲକ୍ଷ୍ୟ। ଉଭୟ ଦଳ ସମାନ ୭ଟି ମ୍ୟାଚ୍‌ରୁ ସମାନ ୮ ପଏଣ୍ଟ ପାଇ ଚତୁର୍ଥ ଓ ପଞ୍ଚମରେ ରହିଛନ୍ତି। ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ। 

ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇକୁ ୪ ରନ ସ୍କୋରରେ ଆଜିଙ୍କ୍ୟ ରାହାଣେ(୧)ଙ୍କ ଓ୍ଵିକେଟ୍ ହରାଇଥିଲା। ଏହା ପରେ ଗାଏକ୍ଵାଡ଼ ଓ ଡାରିଲ ମିଚେଲ୍ ଦ୍ରୁତ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୪୫ ରନ ଯୋଡ଼ିଥିଲେ। ଉପର କ୍ରମରେ ବ୍ୟାଟିଂ କରିଥିବା ରବୀନ୍ଦ୍ର ଜାଡ଼େଜା(୧୬)ଙ୍କ ସହ ଗାଏକଓ୍ଵାଡ଼ ବିସ୍ଫୋରକ ବ୍ୟାଟିଂ କରି ୩ୟ ଓ୍ଵିକେଟ୍‌ରେ ୫୨ ରନ ଯୋଡ଼ିଥିଲେ।  ଏହା ପରେ ଆରମ୍ଭ ହୋଇଥିଲା ଶିବମ ଦୁବେ ଶୋ। କ୍ରିଜକୁ ଆସିବା ମାତ୍ରେ ଦୁବେ ଛକା ବର୍ଷା କରିଥିଲେ। ଚଳିତ ସିଜିନରେ ନିଜର ଚମତ୍କାର ଫର୍ମ ଜାରି ରଖି ମାତ୍ର ୨୭ ବଲରେ ଧୁଆଁଧାର ବ୍ୟାଟିଂ କରି ୭ ଛକା ଓ ୩ ଚୌକା ସହ ୬୬ ରନ କରିଥିଲେ। ଗାଏକ୍ଵାଡ଼ ଅଧିନାୟକତ୍ଵ ଇନିଂସ ଖେଳି ଶତକ ଅର୍ଜନ କରିଛନ୍ତି। ଦୁବେ ଓ ଗାଏକ୍ଵାଡ଼ ଚତୁର୍ଥ ଓ୍ଵିକେଟ୍ ପାଇଁ ୧୦୪ ରନର ଶତକୀୟ ଭାଗିଦାରୀ ଯୋଡ଼ି ଚେନ୍ନାଇ ସ୍କୋରକୁ ୨୦୦ ପାର କରାଇଥିଲେ। ଶେଷରେ ଚେନ୍ନାଇ ୪ ଓ୍ଵିକେଟ୍ ହରାଇ ୨୧୦ ରନ କରିଛି। ଋତୁରାଜ ଗାଏକ୍ଵାଡ଼ ୬୦ ବଲରୁ ୧୨ ଚୌକା ଓ ୩ ଛକା ସହ ୧୦୮ ରନ କରି ଅପରାଜିତ ଥିଲେ। 

 

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.