ବିଶାଖାପଟନମ: ଆଇପିଏଲ୍ରେ ପୁଣି ଐତିହାସିକ ଇନିଂସ। ଛକା-ଚକା ବର୍ଷାରେ ଉଛୁଳିକା ବିଶାଖାପଟନ ଷ୍ଟାଡିୟମ। କିନ୍ତୁ ଅଳ୍ପକେ ବର୍ତ୍ତିଲା ସନରାଇଜର୍ସ ହାଇଦ୍ରାବାଦର ରେକର୍ଡ। ଆଇପିଏଲ ଇତିହାସରେ ଆଜି ଦ୍ଵିତୀୟ ସର୍ବାଧିକ ସ୍କୋର କରିଛି କୋଲକାତା ନାଇଟ୍ ରାଇଡର୍ସ। ଆଇପିଏଲ୍ ୨୦୨୪ର ୧୬ତମ ମ୍ୟାଚ୍ରେ କୋଲକାତା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୭ ଓ୍ଵିକେଟ୍ ହରାଇ ୨୭୨ ରନ କରିଛି। ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ ବିପକ୍ଷରେ ୨୭୭ ରନ କରିଥିଲା। ଆଉ ଇତିହାସ ରଚିବାଠୁ ୬ ରନ ଦୂରରେ ରହିଗଲା କୋଲକାତା। ସୁନିର ନାରିନଙ୍କ ୮୫ ରନ ଦ୍ରୁତ ଅର୍ଦ୍ଧଶତକ ପରେ ଅଙ୍ଗରକ୍ଷୀ ରଘୁବଂଶୀଙ୍କ ୫୪ ରନ, ଆନ୍ଦ୍ରେ ରସେଲଙ୍କ ୪୧ ଓ ରିଙ୍କୁ ସିଂଙ୍କ ବିସ୍ଫୋରକ ୨୬ ରନ ବଳରେ କୋଲକାତା ଏହି ବିଶାଳ ସ୍କୋର କରିଛି। ଦିଲ୍ଲୀ ସମ୍ମୁଖରେ ରହିଛି ୨୭୩ ରନର ବିଜୟ ଲକ୍ଷ୍ୟ। ଦିଲ୍ଲୀ ପକ୍ଷରୁ ଅନରିଚ ନର୍କିଆ ୩ ଓ୍ଵିକେଟ୍ ନେଇଥିଲେ ହେଁ ୫୯ ରନ ଦେଇଛନ୍ତି।
Also read: ଏତିକି ମାସ ଭିତରେ ଟିମ୍ ଇଣ୍ଡିଆରେ ଡେବ୍ୟୁ କରିବେ ମୟଙ୍କ ଯାଦବ, ଷ୍ଟୁଆର୍ଟ ବ୍ରଡଙ୍କ ଭବିଷ୍ୟତବାଣୀ
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନାଇଟ୍ ରାଇଡର୍ସ ଧୂଆଁଧାର ବ୍ୟାଟିଂ କରିଥିଲା। ଦୁଇ ଓପନର ଫିଲିପ ସଲ୍ଟ ଓ ସୁନିର ନାରିନ ୪.୩ ଓଭରରେ ୬୦ ରନ ଯୋଡ଼ିଥିଲେ। ସଲ୍ଟ ୧୮ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ସୁନିଲ ନାରିନ ଓ ଅଙ୍ଗକୃଷ ରଘୁବଂଶୀ ଧୂଆଁଧାର ବ୍ୟାଟିଂ କରିଥିଲେ। ଉଭୟ ଦିଲ୍ଲୀ ବୋଲରଙ୍କୁ ନିର୍ମମ ପ୍ରହାର କରି ଦ୍ଵିତୀୟ ଓ୍ଵିକେଟ୍ରେ ୧୦୪ ରନ ଯୋଡ଼ି ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ୧୬୪ ରନ ସ୍କୋରରେ ସୁନିଲ ନାରିନ ଆଉଟ୍ ହୋଇଥିଲେ। ସେ ୩୯ ବଲ୍ରୁ ୭ ଚୌକା ଓ ୭ ଛକା ସହ ୮୫ ରନ କରିଥିଲେ। ରଘୁବଂଶୀ ମଧ୍ୟ ବିସ୍ଫୋରକ ଇନିଂସ ଖେଳି ୨୭ ବଲ୍ରୁ ୫ ଚୌକା ଓ ୩ ଛକା ସହ ୨୭ ରନ କରିଥିଲେ।
ଏହା ପରେ ରସେଲ ମୋର୍ଚ୍ଚା ସମ୍ଭାଳିଥିଲେ ଏବଂ ରନ ଗତିକୁବଜୟା ରଖିଥିଲେ। ଅଧିନାୟକ ଶ୍ରେୟସ ଆୟର ୧୮ ରନ କରିଥିଲେ। ଶେଷ ଆଡ଼କୁ ରସେଲ ଓ ରିଙ୍କୁ ସିଂ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଲାଗୁଥିଲା କେକେଆର ଆଜି ଆଇପିଏଲ୍ ଇତିହାସରେ ସର୍ବାଧିକ ସ୍କୋର କରିଥିବା ହାଇଦ୍ରାବାଦର ୨୭୭ ରନ ରେକର୍ଡକୁ କାଟି ଦେବ। ରିଙ୍କୁ ସିଂ ମାତ୍ର ୮ ବଲରୁ ୨୬ ରନ କରି ପାଭିଲିୟନ ଫେରିଥିଲେ। ରସେଲ ୧୯ ବଲରୁ ୪୧ ରନ କରି ଆଉଟ୍ ହେବାରୁ କେକେଆର ରେକର୍ଡରୁ ବଞ୍ଚିତ ହୋଇଥିଲା। ତଥାପି ଦଳ ଆଇପିଏଲ୍ ଇତିହାସର ଦ୍ଵିତୀୟ ସର୍ବାଧିକ ସ୍କୋର କରିଛି। ଦଳ ଆରସିବି କରିଥିବା ୨୬୩ ରନକୁ କାଟି ତାଲିକାର ଦ୍ଵିତୀୟ ସ୍ଥାନକୁ ଉଠିଛି। ୭ ଓ୍ଵିକେଟ୍ ହରାଇ କୋଲକାତା ୨୭୨ ରନ କରିଛି।